www.samajalive.in
Friday, December 12, 2025
16.1 C
Bhubaneswar

ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା ଅବଧି ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆତ୍ମ ନିର୍ଭର ଭାରତ ଯୋଜନା (ଏବିଆରୱାଇ) ହିତାଧିକାରୀଙ୍କ ପଞ୍ଜୀକରଣ ଅବଧିକୁ ନଅ ମାସ ବୃଦ୍ଧି କରାଯାଇଛି । ଏହା ଜୁନ ୩୦, ୨୦୨୧ରେ ଶେଷ ହେବାକୁ ଥିବାବେଳେ ଏହାକୁ ୩୧ ମାର୍ଚ୍ଚ ୨୦୨୨  ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଅବଧି ବୃଦ୍ଧି ଫଳରେ ଆନୁଷ୍ଠାନିକ କ୍ଷେତ୍ରରେ ୭୧.୦୮ଲକ୍ଷ କର୍ମ ନିଯୁକ୍ତି ସୁଯୋଗ  ସୃଷ୍ଟି ହେବ। ପୂର୍ବରୁ ଏହି ସଂଖ୍ୟା ୫୮.୫ ଲକ୍ଷ ଆକଳନ କରାଯାଇଥିଲା । ଗତ ୧୮ତାରିଖ ସୁଦ୍ଧା ୨୧.୪୨ ଲକ୍ଷ ହିତାଧିକାରୀଙ୍କୁ ଏବିଆରୱାଇ ଅଧୀନସ୍ଥ ୭୯,୫୭୭ ସଂସ୍ଥାନ ଜରିଆରେ ୯୦୨କୋଟି ଟଙ୍କା ପ୍ରଦାନ କରାଯାଇଛି। ଯୋଜନା ଅଧୀନରେ ପଞ୍ଜୀକରଣ ଅବଧି ବୃଦ୍ଧି ସମୟ ପର୍ଯ୍ୟନ୍ତ ଖର୍ଚ୍ଚ ୨୨.୦୯୮ କୋଟି ଟଙ୍କା ଆକଳନ କରାଯାଇଛି ।

ଏହି ଯୋଜନା କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫଓ) ଦ୍ୱାରା ତ୍ୱରାନ୍ୱିତ ହେବା ଯୋଗୁଁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତିଦାତାଙ୍କ  ଆର୍ଥିକ ବୋଝ ଲାଘବ କରିଥାଏ। ଆତ୍ମ ନିର୍ଭର ଭାରତ ଯୋଜନା (ଏବିଆରୱାଇ) ଅଧୀନରେ ପଞ୍ଜୀକୃତ ସଂସ୍ଥାର ନୂତନ କର୍ମଚାରୀ ଯେଉଁମାନେ ମାସିକ ୧୫ହଜାରରୁ କମ୍ ଦରମା ପାଉଥିବେ ସେମାନେ ବା ଯଦି କମ୍ପାନୀ ନୂତନ କର୍ମଚାରୀ ଯେଉଁ ମାନେ ୦୧.୦୩.୨୦୨୦ ରୁ ୩୦.୦୯.୨୦୨୦ ମଧ୍ୟରେ ଚାକିରି ହରାଇଥିବେ ସେମାନେ ଲାଭାନ୍ୱିତ ହେବେ। ଏବିଆରୱାଇ ଅଧୀନରେ ଭାରତ ସରକାର ଦୁଇବର୍ଷ ପାଇଁ ଉଭୟ ମାଲିକ ଓ କର୍ମଚାରୀମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଦେଉଛନ୍ତି।

- Advertisement -

ଆତ୍ମନିର୍ଭର ଭାରତ ୩.୦ ପ୍ୟାକେଜ ଅଧୀନରେ ଏବିଆରୱାଇ ଯୋଜନା କୋଭିଡ ପରବର୍ତ୍ତୀ ସମୟରେ ଅର୍ଥ ବ୍ୟବସ୍ଥାକୁ ସୁଦୃଢ କରିବା ସହ କର୍ମନିଯୁକ୍ତି ବୃଦ୍ଧି ପାଇଁ ଘୋଷିତ ହୋଇଥିଲା। ଏହି ଯୋଜନା କୋଭିଡ-୧୯ ବୈଶ୍ୱିକ ମହମାରୀର ଦେଶର ଅର୍ଥ ବ୍ୟବସ୍ଥା ଉପରେ ପକାଉଥିବା ନକରାତ୍ମକ ପ୍ରଭାବକୁ କମ୍ କରିବା ସହ ସ୍ୱଳ୍ପବେତନ ଭୋଗୀ କର୍ମଚାରୀଙ୍କ ନିମନ୍ତେ ସହାୟକ ହେବ। ଏହା ମଧ୍ୟ ମାଲିକମାନଙ୍କୁ ନିଜର ବ୍ୟବସାୟ ପୁର୍ନବାର ଆରମ୍ଭ ଓ ସମ୍ପ୍ରସାରଣ ପାଇଁ ସାହାଯ୍ୟ କରିବ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories