www.samajalive.in
Saturday, December 13, 2025
26.1 C
Bhubaneswar

ବାଇକ ଧକ୍କାରେ ଜଣେ ମୃତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତ ଏନଏଚ ୨୬ଜାତୀୟ ରାଜପଥ ହାଟପଦାସ୍ତିତ ଗୋଡ଼ଖାଇ ନିକଟରେ ରାସ୍ତା ପାର୍ଶ୍ୱରେ ବସିଥିବା ଲୋକଙ୍କୁ ଏକ ବାଇକ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ହାଟପଦା ବାସିନ୍ଦା ଗୌର ଚନ୍ଦ୍ର ପଟେଲ (୫୫)।

ସୂଚନା ଅନୁସାରେ, ଆଜି ଦିନ ୩ଟା ବେଳେ ଗୌର ଗୋଡ଼ଖାଇ ରାସ୍ତା ପାର୍ଶ୍ୱରେ ବସିଥିବା ବେଳେ ଏକ ବାଇକଟି ନବରଙ୍ଗପୁର ଆଡୁ କଳାହାଣ୍ଡି ଅଭିମୁଖେ ଯାଉଥିବା ବେଳେ ବେପରୁଆ ଗାଡି ଚାଳନା କରି ଧକ୍କା ଦେଇଥିଲା । ସଂଗେ ସଂଗେ ପରିବାର ଲୋକ ଗୌରଙ୍କୁ ମୈଦଲପୁର ମେଡିକାଲକୁ ନେଇଥିଲେ। ମଇଦଲପୁରଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ନ ହେବାରୁ ନବରଙ୍ଗପୁର ମେଡିକାଲକୁ ସ୍ଥାନନ୍ତର କରିବାକୁ ନିର୍ଦେଶ ଦେବାରୁ ପରିବାର ଲୋକ ୧୦୮କୁ ଫୋନ କରିଥିଲେ । କିନ୍ତୁ କୌଣସି କାରଣବଶତଃ ଆମ୍ବୁଲାନ୍ସ ଠିକ ସମୟରେ ପହଂଚି ପାରିନଥିଲା। ସୂଚନା ଥାଉକି ମଇଦଲ ପୁର ମେଡିକାଲ ରେ ୩:୨୮ମିନିଟ ସମୟରେ ଉକ୍ତ ବ୍ୟକ୍ତିଙ୍କୁ ପହଞ୍ଚାଇ ଥିଲେ କିନ୍ତୁ ଆମ୍ବୁଲାନ୍ସ ସନ୍ଧ୍ୟା ୫:୧୦ମିନିଟ ରେ ପହଂଚି ଥିଲା। ଉକ୍ତ ସମୟ ମଧ୍ୟରେ ମଇଦଲପୁର ମେଡିକାଲରେ ଗୌରଙ୍କ ପ୍ରାଣବାୟୁ ଉଡିଯାଇଥିଲା ବୋଲି ପରିବାର ବର୍ଗ କହିଛନ୍ତି। ଅନ୍ୟପକ୍ଷେ ଘଟଣାସ୍ଥଳରେ ମଇଦଲପୁର ଫାଣ୍ଡି ଅଧିକାରୀ ଅନାମୁ ଦିଆନ ଉକ୍ତ ବାଇକ ଓ ଗାଡିଚାଳକଙ୍କୁ ଥାନାରେ ଅଟକ ରଖି ଆସନ୍ତାକାଲି ଶବ ବ୍ୟବଛେଦ କରାଯିବ ବୋଲି ସୂଚନା ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories