www.samajalive.in
Friday, December 5, 2025
20.1 C
Bhubaneswar

ଉଭୟ ଆଲଫା ଓ ଡେଲଟା ଭାରିଆଣ୍ଟ ପାଇଁ ପ୍ରଭାବୀ ହେଉଛି କୋଭାକ୍ସିନ ଟିକା: ଆମେରିକୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ରିପୋର୍ଟ

ନୂଆଦିଲ୍ଲୀ: ଭାରତ ବାୟୋଟେକ୍‍ ଦ୍ୱାରା ପ୍ରସ୍ତୁତ କୋଭିଡ ଟିକା କୋଭାକ୍ସିନ ମଣିଷ ଶରୀରରେ ସୃଷ୍ଟି କରୁଥିବା ଆଣ୍ଟିବଡି ସଫଳତାର ସହିତ ଉଭୟ ଆଲଫା ଓ ଡେଲଟା କୋଭିଡ-୧୯ ଭାରିଆଣ୍ଟକୁ ନିଷ୍କ୍ରିୟ କରିପାରୁଛି ବୋଲି ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ (ଏନଆଇଏଚ) ପକ୍ଷରୁ କୁହାଯାଇଛି ।
ଆମେରିକାର ଏହି ଶୀର୍ଷସ୍ତରର ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି ଯେ, ଏହାର ପାଣ୍ଠି ସହାୟତାରେ ବିକାଶ କରାଯାଇଥିବା ଏକ ସହାୟକ ଉପାଦାନ କୋଭାକ୍ସିନ ଟିକାର ଶୀର୍ଷସ୍ତରର ପ୍ରଭାବି ଗୁଣ କ୍ଷେତ୍ରରେ ଅବଦାନ ରଖିଛି । ଭାରତ ଏବଂ ଅନ୍ୟାନ୍ୟ ସ୍ଥାନରେ ପ୍ରାୟ ୨୫ ନିୟୁତ ଲୋକ ଏହି ଟିକା ନେଇସାରିଛନ୍ତି ।
କୋଭାକ୍ସିନ ଟିକା ନେଇସାରିଥିବା ଲୋକଙ୍କ ରକ୍ତ ସେରମକୁ ନେଇ ଦୁଇଟି ଅଧ୍ୟୟନ କରାଯାଇଥିଲା । ସେଥିରୁ ଜଣାଯାଇଛି ଯେ ଏହି ଟିକା ଯେଉଁ ଆଣ୍ଟିବଡି ସୃଷ୍ଟି କରୁଛି ତାହା ସଫଳତାର ସହିତ ସାର୍ସ-ସିଓଭି-୨ର ବି.୧.୧.୭ (ଆଲଫା) ଏବଂ ବି.୧.୬୧୭ (ଡେଲଟା) ଭାରିଆଣ୍ଟକୁ ନିଷ୍କ୍ରିୟ କରିଦେଉଛି । କୋଭାକ୍ସିନରେ ବ୍ୟବହାର କରାଯାଇଥିବା ସହାୟକ ଉପାଦାନ ଆଲହାଇଡ୍ରୋକ୍ସିକ୍ୱିମ-୨ ପ୍ରଥମେ ଲରେନ୍ସ, କାନସାସ୍‍ ସ୍ଥିତ ବାୟୋଟେକ୍‍ କମ୍ପାନୀ ଭାଇରୋଭାକ୍ସ ଏଲଏଲସି ଦ୍ୱାରା ଆବିଷ୍କାର ଓ ପରୀକ୍ଷଣ କରାଯାଇଥିଲା । ଏଥିପାଇଁ ଏନଆଇଏଚ ପାଣ୍ଠି ସହାୟତା ଯୋଗାଇ ଦେଇଥିଲା । କୋଭାକ୍ସିନ ଟିକାରେ ନିଷ୍କ୍ରିୟ କରିଦିଆଯାଇଥିବା ସାର୍ସ-ସିଓଭି-୨ର ଏକ ରୂପକୁ ବ୍ୟବହାର କରାଯାଇଛି, ଯାହା ଆଉ ଅନୁରୂପ ସୃଷ୍ଟି କରିପାରିବ ନାହିଁ, ତଥାପି ରୋଗ ପ୍ରତିରୋଧ ଶକ୍ତିକୁ କାର୍ଯ୍ୟକ୍ଷମ କରି ଏହି ଭୂତାଣୁ ବିରୋଧରେ ଆଣ୍ଟିବଡି ତିଆରି କରିବ । ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣୁ ଏହା ଲକ୍ଷଣଯୁକ୍ତ କୋଭିଡ ବିରୁଦ୍ଧରେ ୭୮ ପ୍ରତିଶତ ପ୍ରଭାବୀ, ଗୁରୁତର କୋଭିଡ-୧୯ କ୍ଷେତ୍ରରେ ୧୦୦% ଏବଂ ଲକ୍ଷଣବିହୀନ କୋଭିଡ ସଂକ୍ରମଣ କ୍ଷେତ୍ରରେ ୭୦% ପ୍ରଭାବୀ ବୋଲି ପ୍ରମାଣିତ ହୋଇଛି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories