www.samajalive.in
Saturday, December 6, 2025
15.1 C
Bhubaneswar

ବିନା ହୃତପିଣ୍ଡରେ ୫୫୫ ଦିନ

ମିଚିଗାନ: ବିନା ହୃତପିଣ୍ଡରେ ଜୀବନ ସମ୍ଭବ! ଯଦି ଏକଥା କେହି ପଚାରେ, ତେବେ ଉତ୍ତର ମିଳିବ ‘ଏହା ସଂପୂର୍ଣ୍ଣ ଅସମ୍ଭବ’ । କିନ୍ତୁ ଏଭଳି ଅସମ୍ଭବକୁ ସମ୍ଭବ କରିଛନ୍ତି ଆମେରିକାର ଜଣେ ନାଗରିକ । ତାଙ୍କ ନାମ ହେଉଛି ଷ୍ଟାନ୍‍ ଲାର୍କିନ । ସଂପ୍ରତି ତାଙ୍କର ବୟସ ପ୍ରାୟ ୩୧ ବର୍ଷ । ୨୦୧୬ରେ ତାଙ୍କୁ ଯେତେବେଳେ ୨୫ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ଶରୀରରେ ହୃଦପିଣ୍ଡ ପ୍ରତିରୋପଣ କରାଯାଇଥିଲା । କିନ୍ତୁ ତାହା ପୂର୍ବରୁ ତାଙ୍କ ଶରୀରରେ ହୃତପିଣ୍ଡ ଅକାମୀ ହୋଇଯାଇଥିଲା । ତାଙ୍କୁ ନେଇ କଣ କରାଯାଇପାରିବ, ଡାକ୍ତରମାନେ ଚିନ୍ତାରେ ପଡିଗଲେ । ବିନା ହୃତପିଣ୍ଡରେ ମୁହୂର୍ତ୍ତଟିଏ ବଂଚିବା ଅସମ୍ଭବ ଥିଲା । ତାଙ୍କ ଶରୀର ମଧ୍ୟରେ ଅକାମୀ ହୋଇପଡିଥିବା ହୃତପିଣ୍ଡ ସେହିଭଳି ଥାଏ । ଆଉଏକ ହୃତପିଣ୍ଡ ଯୋଗାଡରେ ଲାଗିପଡିଲେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର । ତେବେ ସେ ପର୍ଯ୍ୟନ୍ତ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଗଲା ।
ଲାର୍କିନଙ୍କ ପାଇଁ ଡାକ୍ତରମାନେ ଏକ କୃତ୍ରିମ ଉପକରଣ ଯୋଗାଇଦେଲେ, ଯାହା ହୃତପିଣ୍ଡ ଭଳି କାମ କରିପାରିବ । ତାକୁ ତାଙ୍କ ପିଠିରେ ବାନ୍ଧି ଦିଆଗଲା । ଦିନେ କିମ୍ବା ଦୁଇଦିନ ନୁହେଁ, ୫୫୫ ଦିନ ପର୍ଯ୍ୟନ୍ତ ତାହା ସେହିଭଳି ରହିଲା । ଏତେଦିନ ଡାକ୍ତରଖାନାରେ ରହିବା ସମ୍ଭବ ନଥିବାରୁ ଲାର୍କିନ ଡାକ୍ତରଖାନାରୁ ଫେରିବାକୁ ନିଷ୍ପତ୍ତି ନେଲେ । ସେଥିପାଇଁ ୧୩.୫ ପାଉଣ୍ଡ ଓଜନର ଏହି କୃତ୍ରିମ ଉପକରଣକୁ ଏକ ବ୍ୟାଗରେ ଭର୍ତ୍ତିକରି ତାହାକୁ ନିଜ ପିଠିପଟେ ଝୁଲାଇ ରଖିଲେ । ଏହି ଦିନଗୁଡିକ ସେ ସ୍ୱାଭାବିକ ଭାବରେ ବଂଚିଥିଲେ । ତାହାସହିତ ହାଲୁକା ଖେଳାଖେଳି ମଧ୍ୟ ଜାରି ରଖିଥିଲେ । ଶେଷରେ ତାଙ୍କ ପାଇଁ ଏକ ହୃତପିଣ୍ଡ ଯୋଗାଡ ପରେ ଅସ୍ତ୍ରୋପଚାର କରାଯାଇ ତାଙ୍କ ଶରୀରରେ ଖଞ୍ଜି ଦିଆଗଲା । ସଂପ୍ରତି ଲାର୍କିନ ସୁସ୍ଥ ଜୀବନ ବଂଚୁଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories