ନୟାଗଡ: ନୟାଗଡ ଜିଲା ଓଡଗାଁ ଥାନା ରଙ୍ଗରିପାଟଣା, ମକରପଦା ଏବଂ କୋମଣ୍ଡ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ସିରିଜ ବୋମା ବିସ୍ଫୋରଣ ହୋଇଛି। ଏହି ବୋମା ବିସ୍ଫୋରଣରେ ୩ ଜଣ ଆହତ ହୋଇଥିବା ଜଣା ପଡିଛି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ନାମ ରାଜ କିଶୋର ସାହୁ ବୋଲି ଜଣା ପଡିଛି।
ବୋମା ବିସ୍ଫୋରଣ ସମୟରେ ରାଜକିଶୋର ସେହି ବାଟ ଦେଇ ଯାଉଥିଲେ। ଅନ୍ୟ ୨ଜଣ ଆହତ ବ୍ୟକ୍ତି ଏହି ବୋମା ମାଡରେ ସଂପୃକ୍ତ ଥିବା ପୁଲିସ ସନ୍ଦେହ କରି ଗିରଫ କରିଛି। ୨ଟି ବାଇକରେ ୪ଜଣ ଯୁବକ ଆସି ବୋମା ବିସ୍ଫୋରଣ କରିଥିଲେ। ଦୁବୁର୍ତ୍ତମାନେ ଗଞ୍ଜାମ ଅଞ୍ଚଳର ବୋଲି ପୁଲିସ ଅନୁମାନ କରୁଛି।
ସିରିଜି ବୋମା ମାଡରେ ୩ ଆହତ
Popular Categories



