www.samajalive.in
Thursday, December 11, 2025
18.1 C
Bhubaneswar

ଜୁଲାଇ ୩୧ ସୁଦ୍ଧା ଯୁକ୍ତଦୁଇ ଫଳ : ମନ୍ତ୍ରୀ

ଭୁବନେଶ୍ୱର  : କରୋନା ଯୋଗୁଁ ରାଜ୍ୟରେ ଯୁକ୍ତଦୁଇ ପରୀକ୍ଷା ବାତିଲ କରାଯାଇଛି। ମୂଲ୍ୟାୟନ କରି ଫଳ ପ୍ରକାଶ ନିମନ୍ତେ ବିଭାଗ ପାଇଁ ବଡ଼ ଆହ୍ୱାନ। ଛାତ୍ରଛାତ୍ରୀ ମଧ୍ୟ ଫଳ ଜାଣିବା ନିମନ୍ତେ ଚାହିଁ ବସିଛନ୍ତି। ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଜୁଲାଇ ୩୧ ସୁଦ୍ଧା ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ନିମନ୍ତେ ବିଭାଗ ଯୋଜନା କରୁଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଅନୁସାରେ ଫଳ ପ୍ରକାଶ ପାଇଁ ବ୍ୟବସ୍ଥା କରାଯାଉଛି। ପୂର୍ବରୁ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଫଳ ପ୍ରକାଶ ପାଇଁ ଘୋଷଣା କରିଥିଲା ବିଭାଗ।
ଅପରପକ୍ଷରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇ ସାରିଛି। କିନ୍ତୁ ପୂର୍ବବର୍ଷଗୁଡ଼ିକ ତୁଳନାରେ ଚଳିତ ବର୍ଷ ଅଧିକ ବିଦ୍ୟାର୍ଥ ଉତ୍ତୀର୍ଣ୍ଣ ହୋଇଥିବାରୁ ସିଟ୍‍ ଅଭାବ ପଡ଼ିବ ବୋଲି କୁହାଯାଉଛି। ସିଟ୍‍ ଅଭାବ ହେଲେ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ଏହାକୁ ନେଇ ମନ୍ତ୍ରୀ ଶ୍ରୀ ଦାଶ ବିବୃତି ରଖିଛନ୍ତି ଯେ, ଚଳିତ ବର୍ଷ ଯୁକ୍ତଦୁଇ ପ୍ରଥମ ବର୍ଷରେ ସିଟ୍‍ ଅଭାବ ରହିବ ନାହିଁ। ବଡ଼ ବଡ଼ ମହାବିଦ୍ୟାଳୟରେ ପାଠ ପଢ଼ିବାକୁ ଛାତ୍ରଛାତ୍ରୀଙ୍କ ଆଗ୍ରହ ରହିଛି। ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଦେଖି ଆବଶ୍ୟକସ୍ଥଳେ ମହାବିଦ୍ୟାଳୟମାନଙ୍କରେ ସିଟ୍‍ ବୃଦ୍ଧି କରାଯିବ। ବର୍ତ୍ତମାନ ୬ ଲକ୍ଷ ୩ ହଜାର ୧୧୩ ସିଟ୍‍ ନାମଲେଖା ପାଇଁ ଉପଲବ୍ଧ। ସିଟ୍‌ ନିଅଣ୍ଟ ଦେଖାଗଲେ ମହାବିଦ୍ୟାଳୟଗୁଡ଼ିକୁ ଆଧାର କରି ସିଟ୍‍ ବୃଦ୍ଧି କରାଯିବ। ଫଳରେ ସମସ୍ତ ଛାତ୍ରଛାତ୍ରୀ ଯୁକ୍ତଦୁଇ ଶିକ୍ଷା ପାଇପାରିବେ ବୋଲି ସେ ମତ ପ୍ରକାଶ କରିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories