www.samajalive.in
Thursday, December 11, 2025
18.1 C
Bhubaneswar

ଚାରି ଲସ୍କର ଆତଙ୍କବାଦୀ ଗିରଫ ; ଆକ୍ରମଣ ଯୋଜନା ପଣ୍ଡ

ଶ୍ରୀନଗର : ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତଏବାର କମାଣ୍ଡର ନଦିମ ଆବ୍ରାରକୁ ସୁରକ୍ଷାକର୍ମୀ ବଡ଼ଗାଓଁ ନିକଟ ନାରବାଲଠାରୁ ଗିରଫ କରିଛନ୍ତି। ଶ୍ରୀନଗର ଓ ବାରମୁଳା ସୀମାନ୍ତରେ ଏକାଧିକ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଆବ୍ରାରର ଜଣେ ସହଯୋଗୀକୁ ମଧ୍ୟ ଗିରଫ କରାଯାଇଛି। ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଏହି ଆତଙ୍କବାଦୀ ୟୁସୁଫ କାନ୍‌ଟ୍ରୁର ସହଯୋଗୀ ବୋଲି କହିଛନ୍ତି ପୁଲିସ ଆଇଜି ବିଜୟ କୁମାର। ଅନ୍ୟ ଏକ ଘଟଣାରେ ସୁରକ୍ଷାକର୍ମୀ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିଦେଇଛନ୍ତି। ଲସ୍କର ଆତଙ୍କବାଦୀମାନେ ଜାମ୍ମୁର ବିଭିନ୍ନ ବଜାର ଅଞ୍ଚଳରେ ଆକ୍ରମଣ କରିବା ଯୋଜନା ଚଳାଇଥିଲେ। ପୁଲିସ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଅଟକ ରଖି ଜେରା କରିବା ପରେ ଏହି ସୂଚନା ମିଳିଛି। ଏହି ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ହେଉଛି ରାମବାନ୍‌ ଅନ୍ତର୍ଗତ ଜାଇନହାଲ-ବାନିହାଲ୍‌ ଅଞ୍ଚଳର ନସିର-ଲ୍‌-ହକ୍‌। ସେ ଜାମ୍ମୁରେ ବିସ୍ଫୋରଣ ଘଟାଇବା ଯୋଜନା କରିଥିଲା। ପୁଲିସ ତା’ଠାରୁ ୬କିଲୋ ଆଇଇଡି ଜବତ କରିଛି। ଜେରାବେଳେ ପାକିସ୍ତାନୀ ଆତଙ୍କବାଦୀ ଓ ସୋପିଆନ୍‌ଠାରେ ସକ୍ରିୟ ଲସ୍କର ଆତଙ୍କବାଦୀଙ୍କ ସହ ତା’ର ସମ୍ପର୍କ ଥିବା ହକ୍‌ ସ୍ବୀକାର କରିଛି।

ଦୁଇ ସନ୍ଦିଗ୍ଧ ଡ୍ରୋନ୍‌କୁ ଘଉଡ଼ାଇ ଦିଆଗଲା

- Advertisement -

ଶ୍ରୀନଗର : ବିମାନ ଘାଟି ଉପରେ ଆତଙ୍କବାଦୀ ଆକ୍ରମଣର ଦିନକ ପରେ ଭାରତୀୟ ଯବାନ ସୋମବାର ପୂର୍ବାହ୍ଣରେ ଜାମ୍ମୁ ନିକଟ ରାତନୁଚକ-କାଲୁଚକସ୍ଥିତ ସେନା ଶିବିର ଉପରେ ଉଡ଼ୁଥିବା ଦୁଇଟି ଡ୍ରୋନ୍‌ ଠାବ କରିଛନ୍ତି। ସନ୍ଦିଗ୍ଧ ଭାବେ ଉଡ଼ୁଥିବା ଡ୍ରୋନ୍‌କୁ ଦେଖିବା ମାତ୍ରେ ଯବାନମାନେ ଏହାକୁ ଗୁଳିମାଡ଼ କରି ଘଉଡ଼ାଇ ଦେଇଛନ୍ତି। ଏହି ଘଟଣା ପରେ ସେନା ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରାଯାଇ ଅନୁସନ୍ଧାନ ଜାରି ରହିଛି। ଡ୍ରୋନ୍‌ ମାଧ୍ୟମରେ ଭାରତୀୟ ସେନାକୁ ସନ୍ଦିଗ୍ଧ ଶକ୍ତି ଉସୁକାଉଥିବା ଏଥିରୁ ସ୍ପଷ୍ଟ ହୋଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories