www.samajalive.in
Monday, December 8, 2025
24.1 C
Bhubaneswar

ଅବକାରୀ ଚଢାଉ, ୩ଗିରଫ

ଆଠଗଡ : ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂହ, କଟକ ଜିଲ୍ଲାପାଳ, କଟକ ଅବକାରୀ ଅଧିକ୍ଷକ ଓ ଢେଙ୍କାନାଳ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା, ତାଳବସ୍ତ, ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣାର ଗୋଡିସାହି ଏବଂ ବଡମ୍ବାର ଶଙ୍ଖାମେରୀ ଅଞ୍ଚଳରେ ଯୋରଦାର ଅବକାରୀ ଚଢାଉ କରାଯାଇଥିଲା। କୋରଙ୍ଗା ଗ୍ରାମର ପଶ୍ଚିମ ପାଶ୍ୱର୍ ପାହାଡ ତଳି ଅଞ୍ଚଳରେ ଥିବା ବେଆଇନ ମଦଭାଟିରୁ ୯ହଜାର ଲିଟର ଓ ତାଳବସ୍ତ ଗ୍ରାମ ନାଳକଡରୁ ୩ହଜାର ଲିଟର ଗୁଚପୋଚ ଜବତ କରାଯାଇଥିଲା।

- Advertisement -

ସେହିପରି ନୂଆପାଟଣା ଗୋଡିସାହିର ଦେବେନ୍ଦ୍ର କୁମାର ସାହୁ ଓ କୈଳାସ ଜେନାଙ୍କଠାରୁ ୩୦ଲିଟର ଏବଂ ବଡମ୍ବା ଶଙ୍ଖାମେରୀର ଭାନୁମତି ବେହେରାଙ୍କ ଠାରୁ ୧୫ଲିଟର ଦେଶୀମଦ ଜବତ କରାଯିବା ସହ ସେମାନଙ୍କୁ ଗିରଫ କରାଯାଇଥିଲା। ଆଠଗଡ ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀ, କଟକ ଭ୍ରାମ୍ୟମାଣ ସ୍କାର୍ଡ ନିରୀକ୍ଷକ ସଂଜୀତ ବାର୍ଲା, ଢେଙ୍କାନାଳ ନିରୀକ୍ଷକ ସମୀର କୁମାର ମହାନ୍ତି, ଉପନିରୀକ୍ଷକ ବିଜୟ କୁମାର ଭଞ୍ଜ, ଭକ୍ତବତ୍ସଳ ବର୍ମାଙ୍କ ସମେତ ବହୁ ଅବକାରୀ ଅଧିକାରୀ ଓ କର୍ମଚାରୀ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories