www.samajalive.in
Sunday, December 14, 2025
26.1 C
Bhubaneswar

ଜୁଲାଇ ଶେଷ ଯାଏଁ ୧୧ ଯୋଡ଼ା ଟ୍ରେନ ବାତିଲ୍ ରହିବ

କୋଭିଡ଼ – ୧୯ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ଉଭୟ ଦିଗରୁ କେତେକ ଟ୍ରେନକୁ ଜୁଲାଇ ମାସ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ଏବଂ କେତେକ ଟ୍ରେନକୁ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ବାତିଲ, ଆଂଶିକ ବାତିଲ ଏବଂ ନିର୍ଦ୍ଧିଷ୍ଟ ଦିନମାନଙ୍କରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନ, ୦୮୪୫୬/୦୮୪୫୫ ଭୁବନେଶ୍ୱର-କେନ୍ଦୁଝରଗଡ-ଭୁବନେଶ୍ୱର ବିଶେଷ ଟ୍ରେନ, ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ, ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ, ୦୮୪୬୨/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ ଓ ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ ଜୁଲାଇ ପହିଲା ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ।

ସେହିପରି ୦୮୫୨୮/୦୮୫୨୭ ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ସ୍ପେସାଲ୍ ବିଶାଖାପାଟନମରୁ ଜୁଲାଇ ପହିଲା ଠାରୁ ୧୪ ତାରିଖ ଏବଂ ରାୟପୁରରୁ ଜୁଲାଇ ୨ରୁ ୧୫ ତାରିଖ ପର୍ଯ୍ୟନ୍ତ, ୦୮୫୧୫/୦୮୫୧୬ ବିଶାଖାପାଟନମ୍-କିରନ୍ଦୁଲ-ବିଶାଖାପାଟନମ୍ ସ୍ପେସାଲ୍ ବିଶାଖାପାଟନମରୁ ଜୁଲାଇ ପହିଲା ଠାରୁ ୧୪ ତାରିଖ ଏବଂ କିରନ୍ଦୁଲରୁ ଜୁଲାଇ ୨ରୁ ୧୫ ତାରିଖ ପର୍ଯ୍ୟନ୍ତ, ୦୮୫୬୧/୦୮୫୬୨ ବିଶାଖାପାଟନମ୍-କାଚେଗୁଡା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମରୁ ଜୁଲାଇ ପହିଲା ଠାରୁ ୧୪ ତାରିଖ ଏବଂ କାଚେଗୁଡା ଠାରୁ ଜୁଲାଇ ୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଏବଂ ୦୭୪୮୮/୦୭୪୮୭ ବିଶାଖାପାଟନମ୍-କଡପା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟଣାରୁ ଜୁଲାଇ ପହିଲା ଠାରୁ ୧୪ ତାରିଖ ଏବଂ କଡପାରୁ ଜୁଲାଇ ୨ରୁ ୧୫ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ।

- Advertisement -

୦୧୮୩୨/୦୧୮୩୨ ବିଶାଖାପାଟନମ୍-ଲିଙ୍ଗମପଲ୍ଲୀ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ ଠାରୁ ଜୁଲାଇ ପହିଲା ଠାରୁ ୧୪ ତାରିଖ ଏବଂ ଲିଙ୍ଗମପଲ୍ଲୀ ଠାରୁ ଜୁଲାଇ ୨ରୁ ୧୫ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ। ୦୮୪୩୩/୦୮୪୩୪ ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ସ୍ପେଶାଲ୍ ଓ ୦୧୮୯୨/୦୧୮୯୧ ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ ଜୁଲାଇ ୩ ରୁ ୪ ଏବଂ ୧୦ ରୁ ୧୨ ତାରିଖ ଦିନ ବାତିଲ ରହିବ। ୦୮୪୩୧/୦୮୪୩୨ ପୁରୀ-କଟକ-ପୁରୀ ସ୍ପେଶାଲ୍ ଉଭୟ ଦିଗରୁ ଜୁଲାଇ ପହିଲା ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ବାତିଲ୍ ରହିବ। ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ଜୁଲାଇ ମାସ ୩, ୪, ୧୦, ୧୧, ୧୨, ୧୭, ୧୮, ୨୦ ଏବଂ ୨୧ ତାରିଖ ଦିନମାନଙ୍କରେ ବାତିଲ ରହିବ। ଜୁଲାଇ ପହିଲା ଠାରୁ ୨୩ ତାରିଖ ମଧ୍ୟରେ ଏହି ଟ୍ରେନ ବାତିଲ ଦିନ ମାନଙ୍କୁ ଛାଡି ଅନ୍ୟ ଦିନ ମାନଙ୍କରେ ପୁରୀ ଓ ତାଳଚେର ମଧ୍ୟରେ ଚଳାଚଳ କରିବ ଓ ଉଭୟ ପାର୍ଶ୍ୱରୁ ତାଳଚେର ଓ ଅନୁଗୁଳ ମଧ୍ୟର ବାତିଲ ରହିବ।

କୋଭିଡ଼୧୯ ସଙ୍କଟ ସମୟରେ ପ୍ରତିଷେଧକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଲକଡାଉନ୍ ସମୟ ବଳବତ୍ତର ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ରାତ୍ରି ୮ ଘଟିକା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (ପିଆରଏସ) କାଉଣ୍ଟର ଖୋଲା ରଖିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories