www.samajalive.in
Saturday, December 13, 2025
18.1 C
Bhubaneswar

ରାଷ୍ଟ୍ରପତିଙ୍କ ଗସ୍ତପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର  : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଦୁଇ ଦିନିଆ କାର୍ଯ୍ୟକ୍ରମ ଳାଗି କମିଶନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତିଙ୍କର ଭୁବନେଶ୍ୱର, କଟକ ଓ ପୁରୀ ତନିଟି ସ୍ଥାନରେ କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ବ୍ଲୁ-ବୁକ୍‌ ଅନୁସାରେ କରାଯାଉଥିବାରୁ ଦ୍ୱୈତନଗରୀରରେ ସୁରକ୍ଷାକୁ ଦୃଷ୍ଟିରେ ରଖି ୮ଟି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପୁଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ୧୭ ତାରିଖରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯିବା ପରେ ସେଠାରୁ ସଡ଼କ ପଥରେ କଟକ ଯିବେ। କଟକଠାରେ ନେତାଜୀଙ୍କ ସଂଗ୍ରହାଳୟ, ଆନନ୍ଦଭବନ ସଂଗ୍ରହାଳୟ, ଇଣ୍ଡୋର ଷ୍ଟାଡିଅମ୍‌ ଏବଂ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଶେଷ କରିବା ପରେ ହେଲିକପ୍ଟରରେ ସେଠାରୁ ସିଧା ପୁରୀ ଯିବେ। ପୁରୀରେ ରାଜଭବନରେ ରାତ୍ରିଯାପନ କରିବେ। ଶ୍ରୀମନ୍ଦିରରେ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପରେ ପୁରୀରୁ ହେଲ୍‌କପ୍ଟରରେ ବିଜୁପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିବା ପରେ ରାଜଭବନକୁ ଆସିବେ। ରାଜଭବନରେ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ଅନ୍ୟ ବିଚାରପତିମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ଣରେ ଜଟଣୀ ଅରୁଗୁଳକୁ ସଡ଼କ ପଥରେ ଯିବେ। ସେଠାରୁ ସଡକ ପଥରେ ଫେରି ବିଜୁପଟ୍ଟନାୟକ ବିମାନବନ୍ଦରକୁ ଯିବେ। ତେଣୁ ବିମାନବନ୍ଦର, ରାଜଭବନ ଓ ଜଟଣୀ ଅରୁଗୁଳରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିପରି କଟକର ହେଲିପ୍ୟାଡ୍‌କୁ ମିଶାଇ ୫ଟି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୮୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯିବ। କଟକରେ ୬୦ ପ୍ଲାଟୁନ୍‌ ଓ ଭୁବନେଶ୍ୱରରେ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ରାଜଭବନରୁ ଜଟଣୀ ଅରୁଗୁଳ ପର୍ଯ୍ୟନ୍ତ ଗୁରୁବାର କାର୍‌କେଡ୍‌ ରିହରସାଲ୍‌ କରାଯାଇଥିଲା। ରାଷ୍ଟ୍ରପତି ବିମାନବନ୍ଦରରୁ କଟକକୁ ସଡ଼କ ପଥରେ ଯିବାକୁ ଥିବାରୁ ଏନେଇ ମଧ୍ୟ କାରକେଡ୍‌ ରିହରସାଲ୍‌ କରାଯିବ ବୋଲି ଜଣାପଡିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories