www.samajalive.in
Sunday, December 7, 2025
26.1 C
Bhubaneswar

ନକାରାତ୍ମକ ଶକ୍ତି ଦୂର କରେ ଏହି ଉପାୟ

ଯଦି ଘରେ ବାସ୍ତୁଦୋଷ ରହିଥାଏ ତେବେ ପରିବାର ସଦସ୍ୟଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ। ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ସମସ୍ତ କାର୍ୟ୍ୟରେ ବାଧା ଉତ୍ପନ୍ନ ହୋଇଥାଏ। ଘରେ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଅନେକ ପ୍ରକାର ଉପାୟ ରହିଛି। ସେ ଉପାୟ କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।
ଆସନ୍ତୁ ଜାଣିବା କେଉଁ ଉପାୟ ଦ୍ୱାରା ନକାରାତ୍ମକ ଶକ୍ତି ଦୂର କରିବା ..
ପ୍ରତିଦିନ ଘର ଭିତର ଓ ବାହାର ସ୍ଥାନକୁ ଭଲ ଭାବେ ସଫା କରନ୍ତୁ। ପ୍ରତିଦିନ ଘର ବାହାରେ ମୁରୁଜ ପକାନ୍ତୁ। ଏହା କରିବା ଦ୍ୱାରା ବାହାରୁ କୌଣସି ନକାରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିପାରିବ ନାହିଁ। ମୁରୁଜ ଅତ୍ୟନ୍ତ ଶୁଭ ଅଟେ। ଏହାଦ୍ୱାରା ଧନର ଦେବୀ ମା ଲକ୍ଷ୍ମୀ ମଧ୍ୟ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ଘରେ ସୁଖ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ।
ମୁଖ୍ୟତଃ ଘରେ ପ୍ରତ୍ୟେକ ଦିନ କିଛି ବିଶେଷ ଦ୍ରବ୍ୟର ଧୂଆଁ ଦେବା ଉଚିତ। ଏହାଦ୍ୱାରା ଭଗବାନଙ୍କ କୃପା ଦୃଷ୍ଟି ଘରେ ପଡିବା ସହ ନକାରାତ୍ମକ ଶକ୍ତି କମି ଯାଇଥାଏ। ପୂଜା ସମୟରେ କର୍ପୂର ଆଳତୀ, ଝୁଣା, ଦେଶୀ ଘିଅର ଦୀପ ଓ ଚନ୍ଦନ ବ୍ୟବହାର କରନ୍ତୁ। ଏହି ପବିତ୍ର ପୂଜା ସାମଗ୍ରୀ ଦ୍ୱାରା ଘରେ ସର୍ବଦା ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।
ଘରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଘର ପୋଛିବା ସମୟରେ ପାଣିରେ କିଛି ଲୁଣ ମିଶାଇ ଦିଅନ୍ତୁ। ଏଥିପାଇଁ ଗୋଟା ଲୁଣ ସର୍ବୋତ୍ତମ ହୋଇଥାଏ। ଏହାଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଯାଇଥାଏ।
ଘରେ ମଝିରେ ମଝିରେ ଗୋ ମୂତ୍ର ଛିଞ୍ଚିବା ଉଚିତ। ମାନ୍ୟତା ଅନୁଯାୟୀ, ଏପରି କରିବା ଦ୍ୱାରା ସମସ୍ତ ଦେବାଦେବୀ ସନ୍ତୁଷ୍ଟ ହୋଇଥାନ୍ତି। ଏହା ସହ ସେମାନଙ୍କ କୃପା ଦୃଷ୍ଟି ଆମ ଉପରେ ପଡିଥାଏ। ଗୋ ମୂତ୍ରର ଗନ୍ଧ ଦ୍ୱାରା ଜୀବାଣୁ ମଧ୍ୟ ନଷ୍ଟ ହୋଇଯାଇଥାଏ। ଏହାଦ୍ୱାରା ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories