www.samajalive.in
Friday, December 12, 2025
15.1 C
Bhubaneswar

ପୁଣି ଖଟିଆରେ ବୁହା ହେଲେ ପ୍ରସୂତି, ଖୋଲା ଆକାଶ ତଳେ ପ୍ରସବ ହେଲା ଶିଶୁ ପୁତ୍ର

ଝରିଗାଁ.-    ନବରଙ୍ଗପୁର ଝରିଗାଁରେ ଆମ୍ବୁଲାନ୍ସ୍‌ ଯାଇ ନପାରିବାରୁ ଜଣେ ଗର୍ଭବତୀଙ୍କୁ ଖଟିଆରେ ବୁହାଯାଇଛି ।   ଝରିଗାଁ ବ୍ଲକର ଫୁପଗାଁର  ଚମା ସାନ୍ତାଙ୍କର ପ୍ରସବ ବେଦନା ହୋଇଥିଲା । ଆମ୍ବୁଲାନ୍ସକୁ ଖବର ଦିଆଯିବାରୁ ଆମ୍ବୁଲାନ୍ସ ଆସିଥିଲା । ମାତ୍ର ରାସ୍ତା ଅତି ଖରାପ ଥିବାରୁ ଗାଁଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଅଟକି ରହିଥିଲା।

ଏହାପରେ ତାଙ୍କର ସମ୍ପର୍କୀୟମାନେ ଏକ ଖଟରେ ତାଙ୍କୁ ବୋହି ନେଇଥିଲେ । ମାତ୍ର ଅଧବାଟରେ ସେ ଏକ ଶିଶୁ ପୁତ୍ରକୁ ଜନ୍ନ ଦେଇଥିଲେ ।  ପରେ ଆମ୍ବୁଲାନ୍ସରେ ନିଆଯାଇ ପ୍ରସୂତୀ ଓ ନବଜାତକକୁ ଇଚ୍ଛାପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ମାତ୍ର ପ୍ରସୂତିଙ୍କୁ ସ୍ୱାସ୍ଥାବସ୍ଥା ଭଲ ନ ଥିବାରୁ ତାଙ୍କୁ ଉମରକୋଟକୁ ସ୍ଥାନାନ୍ତର କରାଯାଇଥିଲା ।  ଏହି ରାସ୍ତାର ଦୂରାବସ୍ଥା ସମ୍ପର୍କରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories