www.samajalive.in
Saturday, December 13, 2025
26.1 C
Bhubaneswar

ଚାପ କମ୍ କରୁଥିବା ଯନ୍ତ୍ର

ଯୁଗ ଅନେକ ଆଗେଇଯାଇଛି ସତରେ। ପାଖାପାଖି ୫୦ ବର୍ଷର ସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡ଼ିଥାଏ ଯେ ସେସମୟରେ ୩% ଲୋକ ଅତିବେଶୀରେ ଅବସାଦ, ମାନସିକ ଚାପରେ ଆକ୍ରାନ୍ତ ହେଉଥିଲେ। ସ୍ମାର୍ଟ ଯୁଗରେ କାମର ଚାପରେ ଅଧିକାଂଶ ଅତିଷ୍ଠ। ୩% ରୁ ଏବେ ସଂଖ୍ୟା ୪୫%ରେ ପହଞ୍ଚିଥିବାର ସର୍ବେକ୍ଷଣରୁ ପ୍ରକାଶ। ମାନସିକ ଚାପକୁ କମ୍ କରିବା ନିମନ୍ତେ ବଜାରରେ ଓ ଅନ୍-ଲାଇନ୍‌ରେ ଭଳିକିଭଳି କମ୍ପାନୀର ଜିନିଷମାନ ମିଳୁଛି। ଏହି ପରିପ୍ରେକ୍ଷୀରେ ଭାବିଲେ, ଯୁଗ ବଦଳିଯାଇଛି କଥାଟି ଭୁଲ ନୁହେଁ। ଚାପ କମ୍ କରୁଥିବା କେତୋଟି ଯନ୍ତ୍ର ବିଷୟରେ ପାଠବନ୍ଧୁ ଏବେ ଜାଣିବେ।
-ଆମେରିକାର ଏକ ନାମୀ ପ୍ରସାଧନ କମ୍ପାନୀ ୨୦୦୯ରେ କେତୋଟି କ୍ରିମ୍‌ର ବଜାର ପ୍ରବେଶ କରାଇଲା। ବିଶେଷଜ୍ଞଙ୍କ ପରୀକ୍ଷାରୁ ମଧ୍ୟ ପ୍ରମାଣିତ ହୋଇଥିବାର କମ୍ପାନୀ ସ୍ପଷ୍ଟ କଲା। ସକାଳେ ସ୍ନାନ ପରେ ଓ ରାତିରେ ଶୋଇବା ପୂର୍ବରୁ ଏଇ କ୍ରିମ୍‌କୁ ତ୍ବଚାରେ ଲଗାଇଲେ ମାନସିକ ଚାପର ସମସ୍ୟା ସମୟକ୍ରମେ ଦୂର ହୁଏ। ୩୫୪ ମିଲିଲିଟର ବୋତଲ ଭର୍ତ୍ତି ଏହି କ୍ରିମ୍‌ର ଦର ୯୬୫ ଟଙ୍କା। ଅନ୍-ଲାଇନ୍ ମତାମତ ଅନୁସାରେ, ୬୦%ରୁ ଅଧିକ ଲୋକ ଏଇ କ୍ରିମ୍ ବ୍ୟବହାର କରି ଲାଭ ପାଇଛନ୍ତି।
-ଅନ୍ୟ ଏକ ଚାପ କମ୍ କରୁଥିବା ଜିନିଷ ହେଉଛି ଫେସ୍‌ ପ୍ୟାକ୍। ‘ଥେରା ପର୍ଲ’ ଫେସ୍‌ପ୍ୟାକ୍‌ର ଗୋଟିଏ ପ୍ୟାକେଟ୍‌ର ମୂଲ୍ୟ ୧୪୮୫ ଟଙ୍କା, ଅଶାନ୍ତି ହେଲେ ଏହାର ପ୍ରଭାବ ସବୁଠୁ ଅଧିକ ମଥା ଓ ମୁହଁରେ ପଡ଼େ। ପ୍ୟାକ୍‌ଟି କପାଳ ସହ ପୂରା ମୁହଁରେ ଆବୃତ କରି ୧୫-୨୦ ମିନିଟ୍ ଲଗାଇ ରଖିବାକୁ ସେଥିରେ ପରାମର୍ଶ ଦିଆଯାଇଛି। ଉଭୟ ପୁରୁଷ ଓ ମହିଳା ଏହି ପ୍ୟାକ୍ ବ୍ୟବହାର କରିଥାନ୍ତି।
-ଚାପ ସହ ନିଦ୍ରାହୀନତାର ସମସ୍ୟା ଉପୁଜୁଥିବା ଲୋକଙ୍କ ପାଇଁ ମଧ୍ୟ ସମାଧାନ ରହିଛି। ୧୫ ପାଉଣ୍ଡ ଓଜନର କମ୍ବଳର ମୂଲ୍ୟ ୪ହଜାର ଟଙ୍କା, ବି​‌େ​‌ଶଷଜ୍ଞ ଦଳ ବାରମ୍ବାର ପରୀକ୍ଷା କରିବା ପରେ ମତ ଦେଇଥିଲେ ଚାପ କମ୍ କରିବାକୁ ଚାହୁଁଥିବା ଲୋକ ଏଇ କମ୍ବଳର ବ୍ୟବହାର କରିବା ନିତାନ୍ତ ଦରକାର।
-ଅନ୍ୟ କେତୋଟି ବ୍ରିଟେନ୍ କମ୍ପାନୀ ଚାପଗ୍ରସ୍ତ ଲୋକଙ୍କ ନିମନ୍ତେ ସ୍ବତନ୍ତ୍ର ସିଡି ମଧ୍ୟ ପ୍ରସ୍ତୁତ କରିଛି। ଏଥିରେ ଥିବା ଶ୍ରୁତିମଧୁର ସଙ୍ଗୀତକୁ ଘରେ ଥିବାବେଳେ କିମ୍ବା ଗାଡ଼ିରେ ଗଲାବେଳେ ଶୁଣିଲେ ମାନସିକ ଚାପ ଦିନ କେଇଟାରେ ଦୂର ହେଉଥିବାର ବିଶେଷଜ୍ଞଙ୍କ ମତ।
ଆଜିର ସମୟରେ ସମସ୍ୟା ଯାହା ବି ହୋଇଥାଉନା କାହିଁକି, ସେସବୁର ସମାଧାନ କିନ୍ତୁ ସହଜରେ ବାହାରିପାରୁଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories