www.samajalive.in
Monday, December 8, 2025
13.1 C
Bhubaneswar

ଭୋଜନ ସମୟରେ କରୁଛନ୍ତି କି ଏହି ଭୁଲ

ଜୀବନ ଶୈଳୀରେ ପରିବର୍ତ୍ତନ ଯୋଗୁଁ ବ୍ୟକ୍ତିମାନେ ବର୍ତ୍ତମାନ ଛିଡା ହୋଇ ଭୋଜନ କରୁଛନ୍ତି। ଏହାଦ୍ବାରା ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ। ସୁସ୍ଥ ରହିବା ପାଇଁ ସଠିକ ଖାଦ୍ୟପେୟ ଓ ଉଚିତ ଜୀବନଶୈଳୀ ଦରକାର। କିନ୍ତୁ ଅନେକ ବ୍ୟକ୍ତିଙ୍କର କିଛି ସାମାନ୍ୟ ଭୁଲ ଯୋଗୁଁ ସେମାନଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ। ଏପରି ଅଭ୍ୟାସ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଜାଣନ୍ତୁ ଛିଡା ହୋଇ ଭୋଜନ କରିବା ଦ୍ବାରା ଶରୀରର କ’ଣ କ୍ଷତି ହୋଇଥାଏ …….

ଛିଡା ହୋଇ ଭୋଜନ କରିବା ଦ୍ବାରା ମନ ସର୍ବଦା ଅଶାନ୍ତ ରହିଥାଏ। ଏହି କାରଣରୁ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ। ଏହାସହ ଏକାଗ୍ରତା ମଧ୍ୟ ହ୍ରାସ ହୋଇଥାଏ। ଏକାଗ୍ରତା ହ୍ରାସ ହୋଇଯିବା ଦ୍ବାରା ଦୈନନ୍ଦିନ ଜୀବନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।
ଛିଡା ହୋଇ ଭୋଜନ କରିବା ଦ୍ବାରା ଖାଦ୍ୟ ଠିକ ଭାବେ ହଜମ ହୋଇନଥାଏ। ଖାଦ୍ୟ ସଠିକ ଭାବେ ହଜମ ନ ହେବା ଦ୍ବାରା ଶରୀରରେ ଫ୍ୟାଟ ଏକତ୍ରିତ ହୋଇଯାଏ ଏବଂ କ୍ୟାଲୋରୀର ମାତ୍ରା ବୃଦ୍ଧି ପାଇଯାଏ। ଏହାଦ୍ବାରା ମୋଟା ହେବାର ସମ୍ଭାବନା ବୃଦ୍ଧି ପାଇଥାଏ।
ଛିଡା ହୋଇ ଭୋଜନ କରିବା ଦ୍ବାରା ଖାଦ୍ୟ ଠିକ ଭାବେ ହଜମ ହୋଇନଥାଏ। ଏହାଦ୍ବାରା ଅନେକ ପେଟ ସମସ୍ୟା ସୃଷ୍ଟି ହୋଇଥାଏ। ପାଚନ ତନ୍ତ୍ର ମଧ୍ୟ ଖରାପ ହୋଇଥାଏ। ଏହାସହ ପେଟ ଦରଜ ମଧ୍ୟ ହୋଇଥାଏ।
ଭୋଜନ କରିବା ବେଳେ ଖାଲି ପାଦରେ ରହିବା ଉଚିତ। କିନ୍ତୁ ଛିଡା ହୋଇ ଖାଦ୍ୟ ଖାଇବା ବେଳେ ପାଦରେ ଜୋତା ଓ ଚପଲ ରହିଥାଏ। ଏହାଦ୍ବାରା ଶରୀର ଉଷ୍ମ ରହିଥାଏ। ଆୟୁବେଦ ଅନୁଯାୟୀ, ଭୋଜନ ବେଳେ ପାଦ ଥଣ୍ଡା ରହିବା ଆବଶ୍ୟକ।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories