www.samajalive.in
Monday, December 8, 2025
13.1 C
Bhubaneswar

ବିଭିନ୍ନ କାର୍ୟ୍ୟାଳୟରେ ଖାଲି ପଡ଼ିଛି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ, ବେଗୁନିଆରେ ପ୍ରଶାସନ ସ୍ଥାଣୁ ଅବସ୍ଥାରେ 

ବେଗୁନିଆ : ସରକାର ପ୍ରଶାସନକୁ ଲୋକାଭିମୁଖୀ କରି ଲୋକମାନଙ୍କ ହିତରେ ବହୁ ଯୋଜନା ପ୍ରଣୟନ କରୁଥିବାର ଡିଣ୍ଡିମ ପିଟି ଚାଲିଛନ୍ତି । କିନ୍ତୁ ସରକାର ପ୍ରଣୟନ କରୁଥିବା ଯୋଜନାଗୁଡିକ ବାସ୍ତବରେ କର୍ମଚାରୀ ଅଭାବରୁ ତଳ ସ୍ତରରେ କେତେଦୂର କାର୍ୟ୍ୟକାରୀ ହେଉଛି ଏବଂ ଜନସାଧାରଣ କେତେଦୂର ତାର ଫାଇଦା ପାଇପାରୁଛନ୍ତି ତାର ଅନୁଧ୍ୟାନ କରିବାକୁ କେହିନାହିଁ । ପ୍ରତେକ କାର୍ୟ୍ୟାଳୟରେ ରହିଥିବା କର୍ମଚାରୀ ଅଭାବ ସରକାରୀ ଯୋଜନା କାର୍ୟ୍ୟକାରୀ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଛି । ପ୍ରକୃତରେ ଏଠାରେ ପ୍ରଶାସନ ଲୋକମାନଙ୍କର ନିକଟତର ହେଉଛି ନାଁ ଲୋକମାନଙ୍କଠାରୁ ଦୂରେଇ ଯାଉଛି ? ଏହି ଅସମାହିତ ପ୍ରଶ୍ନକୁ ନେଇ ଜନ ଆନ୍ଦୋଳନ ପାଇଁ ଲୋକମାନେ ପ୍ରସ୍ତୁତ ହେଉଥିବାର ଜଣାପଡିଛି । ବେଗୁନିଆରେ ଥିବା ସରକାରୀ କାର୍ୟ୍ୟାଳୟଗୁଡିକରେ କର୍ମଚାରୀ ମରୁଡି ପଡିଥିବା ଦେଖିବାକୁ ମିଳୁଛି । କର୍ମଚାରୀ ଅଭାବରୁ ଲୋକମାନଙ୍କର କୌଣସି କାର୍ୟ୍ୟ ହୋଇପାରୁନାହିଁ । ଯେଉଁ କେତେକ ହାତ ଗଣତି କର୍ମଚାରୀଙ୍କୁ ନେଇ କାର୍ୟ୍ୟାଳୟଗୁଡିକ ଚାଲିଛି ସେମାନେ ମିଟିଂ, ଭିସି ଏବଂ ଫିଲଡ଼ ପରିଦର୍ଶନଠାରୁ ଆରମ୍ଭ କରି ବିଭିନ୍ନ କାର୍ୟ୍ୟରେ ବ୍ୟସ୍ତ ରହିବା ଯୋଗୁଁ ବିଚରା ଜନସାଧାରଣ ବହୁ ଦୂର ଦୁରାନ୍ତରରୁ ଅଯଥା ଖର୍ଚ୍ଚ।ନ୍ତ ହୋଇ ଆସି କୌଣସି କାର୍ୟ୍ୟ କରି ନପାରି ନିରାଶ ମନରେ ଫେରିବାକୁ ବାଧ୍ୟ ହେଉଛନ୍ତି ।

ବାରମ୍ବାର ଧାଇଁ ଧାଇଁ କୌଣସି କାର୍ୟ୍ୟ ହୋଇପାରୁ ନ ଥିବାବେଳେ କେହି ସେମାନଙ୍କର ଦୁଃଖ ଲାଘବ କରିବାରେ ସହାୟକ ମଧ୍ୟ ହେଉନାହାନ୍ତି । ଏମିତିରେ ବି ଅନେକ ଲାଇନ ଡିପାର୍ଟମେଂଟର ଅନେକ କାର୍ୟ୍ୟାଳୟ ଅଛି ଯେଉଁ କାର୍ୟ୍ୟାଳୟକୁ ଅଧିକାରୀମାନେ ଦିନେ ହେଲେ ନ ଆସି ଖୋର୍ଦ୍ଧା ଭୁବନେଶ୍ୱର ରେ ରହୁଛନ୍ତି । କାର୍ୟ୍ୟାଳୟରେ ଥିବା ତଳିଆ କର୍ମଚାରୀଙ୍କୁ ପଚାରିଲେ କାମ ତ କିଛି ନାହିଁ ସାର/ମାଡ଼ାମ ଆସି କଣ କରିବେ ବୋଲି ଉତ୍ତର ମିଳୁଛି ।ଲୋକମାନେ କାର୍ୟ୍ୟାଳୟକୁ ଆସି ସେହି ଅଧିକାରୀମାନଙ୍କୁ ଭାଗ୍ୟରେ ଥିଲେ ଦେଖା ପାଇଥାନ୍ତି । ଏତ ଗଲା ଲୋକମାନଙ୍କ ସମସ୍ୟା କଥା ,ଏବେ ଦେଖିବା କେଉଁ କାର୍ୟ୍ୟାଳୟରେ କେଉଁ ପଦବୀ ଖାଲି ପଡ଼ିଛି ଏବଂ କର୍ମଚାରୀ ଅଭାବରେ ଲୋକମାନେ ସରକାରୀ ଯୋଜନାର ସୁଫଳ କେମିତି ପାଉଥିବେ ।ବେଗୁନିଆ ବ୍ଲକରେ ଏବେ ଏସ ଇ ଓ ଏବଂ ଆଇ ପି ଓ ପଦବୀ ଦୀର୍ଘ ୧୦ ବର୍ଷରୁ ଉର୍ଧ୍ଵ ସମୟ ଧରି ଖାଲି ପଡିଥିବାବେଳେ ୨ ଟି କିରାଣୀ ପଦବୀ ସହିତ ମୁଖ୍ୟ କିରାଣୀ(ବଡବାବୁ) ପଦବୀ ଦୀର୍ଘ ବର୍ଷ ହେବ ଖାଲି ପଡ଼ିଛି । ସେହିପରି ପିଅନ ପଦବୀ ଖାଲି ପଡିଥିବା ବେଳେ ବି ଡି ଓ ବାହାର ଯୁବକ ମାନଙ୍କୁ ନେଇ ବ୍ଲକରେ କାର୍ୟ୍ୟ ସମ୍ପାଦନ କରୁଛନ୍ତି । ଫଳରେ ବୃଦ୍ଧ ବୃଦ୍ଧା ମାନେ ସେମାନଙ୍କ ଭତ୍ତା ପାଇଁ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି । କାର୍ୟ୍ୟରତ କିଛି ଅଧିକାରୀ ବେଗୁନିଆ ବ୍ଲକରେ ନିଯୁକ୍ତି ପାଇଥିବାବେଳେ ଅନ୍ୟ ଗୋଟିଏ ଦୁଇଟି ବ୍ଲକ ଦାୟିତ୍ୱରେ ରହିଛନ୍ତି । ଫଳରେ ସେମାନେ ଅନ୍ୟ ବ୍ଲକରେ ଥିବାର ଆଳ ଦେଖାଇ ନିୟମିତ ଏଠାକୁ ଆସୁନାହାନ୍ତି । ବହୁ ପଞ୍ଚାୟତରେ ଯୋଗାଣ ସହାୟକ ଏବଂ ଜି ଆର ଏସ ପଦବୀ ଖାଲି ପଡ଼ିଛି ।ବେଗୁନିଆ ତହସିଲରେ ମାତ୍ର ଦୁଇଜଣ କିରାଣୀଙ୍କୁ ନେଇ ତହସିଲଦାର କାର୍ୟ୍ୟ କରୁଥିବାବେଳେ ଅମିନ ଏବଂ ଡି ଇ ଓ ମାନଙ୍କୁ ବିଭିନ୍ନ ବିଭାଗର ଦାଇତ୍ୱ ଦେଇ ତହସିଲଦାର ଅତି କଷ୍ଟରେ କାର୍ୟ୍ୟ କରୁଛନ୍ତି । ତହସିଲ ଅଧୀନରେ ଥିବା ୪ ଟି ଆର ଆଇ କାର୍ୟ୍ୟାଳୟରେ ଆର ଆଇ ମାନଙ୍କୁ ଛାଡିଦେଲେ ସେଠାରେ ଆଉ ସରକାରୀ କର୍ମଚାରୀ କେହି ନାହାନ୍ତି । ତାହେଲେ ଖଜଣା ଆଦାୟଠାରୁ ଆରମ୍ଭ କରି ବିଭିନ୍ନ କାର୍ୟ୍ୟରେ କେତେ ଅସୁବିଧା ହେଉଥିବ ତାହା ସମସ୍ତେ ଅନୁଭବ କରିପାରୁଥିବେ । ଥାନାରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବା ଯୋଗୁଁ ଆଇନ ଶୃଙ୍ଖଳା କ୍ଷେତ୍ରରେ ଅସୁବିଧା ଦେଖାଦେଉଛି । ଥାନା ଅଧୀନରେ ଥିବା ଗଡମାଣତୀର ଏବଂ ଧଳାପଥର ଫାଣ୍ଡି ରେ କର୍ମଚାରୀ ଅଭାବ ଦେଖାଦେଇଥିବାବେଳେ କର୍ମଚାରୀ ଅଭାବରୁ ଗଡମାଣତୀର ଫାଣ୍ଡି ଟି ବନ୍ଦ ହେବାକୁ ବସିଛି । ବେଗୁନିଆ ଥାନା ଅଧୀନରେ ଅଧିକ ଗ୍ରାମ ଥିବା ଯୋଗୁଁ ଏବଂଏରିଆ ବହୁତ ବଡ଼ ହୋଇଥିବାରୁ କର୍ମଚାରୀ ଅଭାବରେ କାମ କରିବା ବହୁତ କଷ୍ଟକର ହୋଇପଡୁଛି।ସେହିପରି ବାଘମାରୀ ଥାନାରେ ମଧ୍ୟ କର୍ମଚାରୀ ଅଭାବ ଲାଗି ରହିଛି । କୃଷି କାର୍ୟ୍ୟାଳୟରେ ଦୁଇ ଜଣ ଏ ଏ ଓଙ୍କ ସମେତ ବହୁ ଭି ଏ ଡବ୍ଲୁ ପଦବୀ ଖାଲି ପଡ଼ିଛି ।ଫଳରେ କର୍ମଚାରୀ ଅଭାବରେ କୃଷି କାର୍ୟ୍ୟ ବ୍ୟାହତ ହେଉଛି । ସେହିପରି ଗ୍ରାମ୍ୟ ଜଳଯୋଗାଣ ,ଗ୍ରାମ୍ୟ ଉନ୍ନୟନ ଏବଂ କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ମାନେ ଏଠାରେ ନରହି ଖୋର୍ଦ୍ଧା ଭୁବନେଶ୍ୱର ରେ ରହୁଥିବାବେଳେ ସମ୍ପୃକ୍ତ କାର୍ୟ୍ୟାଳୟ ଗୁଡିକରେ ତଳସ୍ତର ପଦବୀ ଗୁଡିକ ଖାଲି ପଡ଼ିଛି । ପୂର୍ତ୍ତ ବିଭାଗରେ କନିଷ୍ଠ ଯନ୍ତ୍ରୀ ନଥିବାବେଳେ ଖୋର୍ଦ୍ଧା କନିଷ୍ଠ ଯନ୍ତ୍ରୀ ଦାୟିତ୍ୱରେ ଅଛନ୍ତି । ତଳସ୍ତର କର୍ମଚାରୀ ନଥିବା ଯୋଗୁଁ ଉକ୍ତ ବିଭାଗ ଅଧୀନରେ ଥିବା ବଙ୍ଗଳା ଏବଂ କାର୍ୟ୍ୟାଳୟରେ ଜଣେ ଜଗି କାର୍ୟ୍ୟ କରିବା ସମ୍ଭବ ହେଉନାହିଁ । ଅଗ୍ନିଶମ କାର୍ୟ୍ୟାଳୟରେ ନିଯୁକ୍ତି ଅନୁସାରେ କର୍ମଚାରୀ ନାହାନ୍ତି । ସବ ରେଜିଷ୍ଟ୍ରାର କାର୍ୟ୍ୟାଳରେ କର୍ମଚାରୀ ନଥିବାବେଳେ ସବ ରେଜିଷ୍ଟ୍ରାର ଅତିରିକ୍ତ ତହସିଲଦାର ଦାୟିତ୍ୱରେ ଅଛନ୍ତି । ଡି ଇ ଓଙ୍କ ଦ୍ୱାରା ସମସ୍ତ କାର୍ୟ୍ୟ କରାଯାଉଛି । ସେହିପରି ବେଗୁନିଆ ପୋଷ୍ଟ ଅଫିସରେ କର୍ମଚାରୀ ନଥିବା ଯୋଗୁଁ ବାହାର ଲୋକମାନଙ୍କୁ ନେଇ କାର୍ୟ୍ୟ କରାଯାଉଛି । ଶେଷରେ ବେଗୁନିଆ ଡାକ୍ତରଖାନାରେ ଏ ଏନ ଏମ୍ ,ଷ୍ଟାଫ ନର୍ସ ,ଅଟେଣ୍ଡାଣ୍ଟ ଏବଂ କୁକ ପଦବୀ ଖାଲି ପଡିଛି । ଏତଦ୍ ବ୍ୟତିତ ବେଗୁନିଆ ବ୍ଲକର ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବ୍ଲକ ଅଂଚଳର ବିଭିନ୍ନ ସ୍ଥାନରେ ଥିବା ୧୦ ଟି ଡାକ୍ତରଖାନା ରେ କେଉଁଠି ଡାକ୍ତର ନାହାନ୍ତି ତ କେଉଁଠାରେ ଫାର୍ମାସିଷ୍ଟ, ଷ୍ଟାଫନର୍ସ କିମ୍ବା ଆଟେଣ୍ଡାଣ୍ଟ ନାହାନ୍ତି । ଫଳରେ ସରକାରଙ୍କର କର୍ମଚାରୀ ଛଟେଇ ନୀତିଯୋଗୁଁ ପ୍ରଶାସନ ଏବେ ଲୋକମାନଙ୍କ ପାଖରୁ ଦୁରେଇ ଯାଉଥିବାବେଳେ କର୍ମଚାରୀ ଅଭାବରୁ ଯେପରି ସୂଚନା ଏବଂ ଲୋକସମ୍ପର୍କ ବିଭାଗ ତରଫରୁ ଖୋଲାଯାଇଥିବା ସୂଚନା କେନ୍ଦ୍ର ତଥା ପାଠାଗାରଟି ଏକ ବର୍ଷରୁ ଉର୍ଧ୍ଵ ଦିନ ଧରି ବନ୍ଦ ହୋଇଯାଇଛି। ସେହିପରି ଆଗାମୀ ଦିନରେ କର୍ମଚାରୀ ଅଭାବରୁ ଏହିସବୁ କାର୍ୟ୍ୟାଳୟଗୁଡିକ ବନ୍ଦ ହୋଇଯିବ ବୋଲି ଲୋକମାନଙ୍କ ମନରେ ଆଶଙ୍କା ପ୍ରକାଶ ପାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories