ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ନୀନା ଗୁପ୍ତା ଚଳିତ ଦିନରେ ଖୁବ୍ ଖୁସି ଅଛନ୍ତି। ତାଙ୍କର ଏହି ଖୁସିର କାରଣ ହେଉଛନ୍ତି ଅମିତାଭ ବଚ୍ଚନ। ନୀନା ବଲିଉଡ଼ର ଶହେନ୍ଶାହ ଅମିତାଭ ବଚ୍ଚନଙ୍କ ଶହ ପ୍ରଥମ ଥର ପାଇଁ ଗୋଟିଏ ପରଦାରେ ନଜର ଆସିବେ, ଯାହାକି ତାଙ୍କର ଦୀର୍ଘ ଦିନର ଇଚ୍ଛା ଥିଲା। ଆଗାମୀ ଚଳଚ୍ଚିତ୍ର ‘ଗୁଡ଼ବାଏ’ରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିବ। ଆସନ୍ତା ବର୍ଷ ନୀନା ଫିଲ୍ମ ଇଣ୍ଡଷ୍ଟ୍ରୀରେ ୪୦ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ଏହି ଫିଲ୍ମ ମାଧ୍ୟମରେ ସେ ପ୍ରଥମ ଥର ପାଇଁ ଅମିତାଭ ବଚ୍ଚନଙ୍କ ସହିତ ଅଭିନୟ କରୁଛନ୍ତି। ସେ ଏଥିରେ ବିଗ୍ ବି’ଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଛନ୍ତି।
ନୀନା କହିଛନ୍ତି, ଅମିତାଭ ବଚ୍ଚନଙ୍କ ସହିତ ଏହା ମୋର ପ୍ରଥମ ଫିଲ୍ମ ବୋଲି ଶୁଣି ସମସ୍ତେ ଆଶ୍ଚର୍ୟ୍ୟ ହୋଇଯାଉଛନ୍ତି। କିନ୍ତୁ ଏହା ସତ। ଯାହା ହେଉ, ଶେଷରେ ମୁଁ ତାଙ୍କ ସହିତ କାମ କରିବାର ସୁଯୋଗ ପାଇଲି। ଏହା ପୂର୍ବରୁ ଆଉ ଏକ ପ୍ରୋଜେକ୍ଟରେ ତାଙ୍କ ସହିତ କାମ କରିବାର ସୁଯୋଗ ଥିଲା। ଏଥିପାଇଁ କଥାବାର୍ତ୍ତା ଆରମ୍ଭ ହୋଇଥିଲା। କିନ୍ତୁ ତାହା ହୋଇପାରି ନଥିଲା।



