www.samajalive.in
Saturday, December 6, 2025
26.1 C
Bhubaneswar

ଶତାଧିକ ସ୍ୱତନ୍ତ୍ର ଷ୍ଟେସନ୍‍, ଟର୍ମିନାଲ ପ୍ରତିଷ୍ଠା ହେବ

ନୂଆଦିଲ୍ଲୀ : ଦେଶରେ ଖୁବ୍‍ଶୀଘ୍ର ୧୦୦ରୁ ଊର୍ଦ୍ଧ୍ବ ସ୍ୱତନ୍ତ୍ର ରେଳଷ୍ଟେସନ୍‍ ଏବଂ ଟର୍ମିନାଲ ପ୍ରତିଷ୍ଠା କରାଯିବ। ଏ ନେଇ ରେଳବାଇ ଅଧୀନସ୍ଥ ସମର୍ପିତ ମାଲ୍‍ ପରିବହନ ପରିକ୍ଷେତ୍ର ନିଗମ ପକ୍ଷରୁ ୮୧,୪୫୯ କୋଟି ଟଙ୍କାର ଏକ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ଏହି ପ୍ରକଳ୍ପ ଅଧୀନରେ ପୂର୍ବାଞ୍ଚଳ ଏବଂ ପଶ୍ଚିମାଞ୍ଚଳର ୩,୩୬୦ କିଲୋମିଟର ଲମ୍ବ ସାମୁଦ୍ରତଟରେ ଶତାଧିକ ସ୍ୱତନ୍ତ୍ର ଷ୍ଟେସନ୍‍ ଓ ଟର୍ମିନାଲ ପ୍ରତିଷ୍ଠା କରାଯିବ। ଡିଏଫ୍‍ସି ଭାବେ ପରିଚିତ ଏହି ସମର୍ପିତ ମାଲ୍‍ ପରିବହନ ପରିକ୍ଷେତ୍ର ସହିତ ୧୨ଟି ଘରୋଇ ମାଲପରିବହନ ଟର୍ମିନାଲ, ୧୫ଟି ଘରୋଇ ସାଇଡିଂ (ରେଳମାର୍ଗ ପର୍ଯ୍ୟନ୍ତ ପଥ) ଏବଂ ୧୦ଟି ଅତ୍ୟାବଶ୍ୟକ ସାମଗ୍ରୀ ସଂରକ୍ଷଣ ଗୃହ ନିର୍ମାଣ କରାଯିବ। ଏହି ସଂରକ୍ଷଣ ଗୃହ ଦ୍ୱାରା ୨୦୨୦-୨୧ରୁ ବାର୍ଷିକ ୩୦୦ ନିୟୁତ ଲୋକ ଉପକୃତ ହୋଇପାରିବେ। ନୂତନ ଡିଏଫ୍‍ସି ଅଟ୍ଟାଳିକାଗୁଡିକର ଡିଜାଇନ୍‍ରେ ସ୍ଥାନୀୟ ସଂସ୍କୃତି ଓ ସ୍ଥାପର୍ଯ୍ୟ ଉଦ୍‍ଭାସିତ ହେବ। ପ୍ରତ୍ୟେକ ଅଟ୍ଟାଳିକାରେ ଯେଭଳି ଉକ୍ତ ସ୍ଥାନର ଐତିହ୍ୟ ପ୍ରତିଫଳିତ ହେବ ସେଦିଗରେ ବିଶେଷ ଧ୍ୟାନ ଦିଆଯିବ ବୋଲି ନିଗମର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ଏହି ମାଲପରିବହନ ପରିକ୍ଷେତ୍ର ୯ଟି ରାଜ୍ୟର ୬୦ଟି ଜିଲା ଦେଇ ଅତିକ୍ରମ କରିବ। ପଶ୍ଚିମାଞ୍ଚଳ ଡିଏଫ୍‍ସି ଅଧୀନରେ ୪୮ଟି ଏବଂ ପୂର୍ବାଞ୍ଚଳ ଡିଏଫ୍‍ସି ଅଧୀନରେ ୫୮ଟି ଷ୍ଟେସନ୍‍ ଏବଂ ଜନ୍‍ସନ୍‍ ନିର୍ମାଣ କରାଯିବ। ୨୦୨୦-୨୧ରେ ଏହି ପରିକ୍ଷେତ୍ର କାର୍ଯ୍ୟକ୍ଷମ ହେବା ପୂର୍ବରୁ ସମସ୍ତ ଷ୍ଟେସନ୍‍ ଓ ଏହାର ଅଟ୍ଟାଳିକା ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଯିବାର ଲକ୍ଷ୍ୟ ରହିଛି ବୋଲି ସମ୍ପୃକ୍ତ ଅଧିକାରୀ ପ୍ରକାଶ କରିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories