www.samajalive.in
Tuesday, December 9, 2025
26.1 C
Bhubaneswar

ନକରାତ୍ମକ ଶକ୍ତି ଦୂର ପାଇଁ ଆପଣାନ୍ତୁ ଏହି ଉପାୟ

ସୁଖମୟ ଜୀବନ ଓ ନକରାତ୍ମକ ଶକ୍ତି ଦୂର ପାଇଁ ଆପଣାନ୍ତୁ ଏହି ଉପାୟ….
-ନିୟମିତ ପ୍ରଭୁ ଶିବଙ୍କ ସ୍ତୁତି, ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ। ଜଳାଭିଷେକ କରନ୍ତୁ। ଅଳ୍ପ ଚାଉଳ, ଗହମ, ମୁଗ, ବାଜରା ଦାନ କରନ୍ତୁ।
– ପକ୍ଷୀଙ୍କୁ ଦାନା ଖୁଆନ୍ତୁ।
– ସ୍ନାନ ଜଳରେ ଲୁଣ ପକାଇ ସ୍ନାନ କରନ୍ତୁ।
– ନିୟମିତ ଠାକୁରଙ୍କ ନିକଟରେ ଦୀପ , ଧୂପ ଅର୍ପଣ କରନ୍ତୁ।
– ଘରର କବାଟ, ଝରକାକୁ ସଫା ରଖନ୍ତୁ। ଯେପରି ଘରେ ପ୍ରତିଦିନ ସୂର୍ୟ୍ୟ କିରଣ ପଡ଼ିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ।
– ମାସକୁ ଥରେ ଚେଷ୍ଟା କରି ଘରେ ହୋମ କରନ୍ତୁ।
– ଘରର ଅଗଣାରେ ତୁଳସୀ ବୃକ୍ଷ ଲଗାନ୍ତୁ।
– ଶନିବାର ଦିନ ଅସହାୟଙ୍କୁ ବସ୍ତ୍ର ଓ ଭୋଜନ ଦାନ କରନ୍ତୁ।
– ଘରେ ଅଯଥାରେ ପାଟିତୁଣ୍ଡ କରନ୍ତୁ ନାହିଁ।
-ଘରର ରୋଷେଇ ଘର ସର୍ବଦା ସଫାସୁତୁରା ରଖିବା ଉଚିତ । ରୋଷେଇ ଘର ଅପରିଷ୍କାର ରଖିଲେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ।
– ଗୃହରେ ସର୍ବଦା ସୁଗନ୍ଧ ଧୂପକାଠିର ପ୍ରୟୋଗ କରନ୍ତୁ। ଏହା ଘରୁ ନକରାତ୍ମକ ଶକ୍ତି ଦୂର କରିବା ସହ ଉତ୍ତମ ନିଦ ହେବାରେ ମଧ୍ୟ ସାହାଯ୍ୟ କରିଥାଏ।
– ବହୁ ସମୟରେ ରାତିରେ ଶୋଇବା ସମୟରେ ଦୁଃସ୍ୱପ୍ନ ଆସିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ପାଣିରେ ଲୁଣ ପକାଇ ଘରକୁ ପୋଛନ୍ତୁ। ଏହା ଘରୁ ନକରାତ୍ମକ ଶକ୍ତି ଦୂର କରିଥାଏ।
– ଘରେ ସକରାତ୍ମକ ଶକ୍ତି ସର୍ବଦା ରହିବା ପାଇଁ ପୂଜା ଘରେ ୩ଥର ନିଶ୍ଚୟ ଘଣ୍ଟି ବଜାନ୍ତୁ।
– ଏହା ଘରେ ସୁଖଶାନ୍ତିର ବାତାବରଣ ରଖିଥାଏ।
– ଶୟନ କକ୍ଷରେ ସର୍ବଦା ହଳଦିଆ ରଙ୍ଗର ଅଧିକ ବ୍ୟବହାର କରନ୍ତୁ।
– ଲାଲ ରଙ୍ଗର ମଧ୍ୟ ବ୍ୟବହାର କରିପାରିବେ। ଏହି ରଙ୍ଗର ପ୍ରୟୋଗ କରିବା ଦ୍ୱାରା ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ। ଘରେ ସୁଖଶାନ୍ତିର ବାତାବରଣ ରହିଥାଏ।
– ଶୟନ କକ୍ଷରେ ଜିନିଷ ସର୍ବଦା ସଠିକ ସ୍ଥାନରେ ରଖନ୍ତୁ। ଏଣେତେଣେ ପକାନ୍ତୁ ନାହିଁ।
– ଦ୍ରବ୍ୟ ସଠିକ ଭାବେ ନରହିଲେ ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇଥାଏ।
– ଶୟନ କକ୍ଷରେ କୌଣସି ପଶୁଙ୍କ ଫଟୋ ଲଗାନ୍ତୁ ନାହିଁ ।
– ଖଟ ସମ୍ମୁଖରେ ଦର୍ପଣ ରଖନ୍ତୁ ନାହିଁ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories