www.samajalive.in
Tuesday, December 9, 2025
26.1 C
Bhubaneswar

୧୯୨୯ ସହାୟତା’ କେନ୍ଦ୍ରକୁ ଯୋଗାଯୋଗ କରିଛନ୍ତି ୧,୦୧,୦୭୪ଜଣ ନାଗରିକ

ଭୁବନେଶ୍ବର: ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼(ବିଏସ୍‌ସିଏଲ୍‌) କାର୍ଯ୍ୟାଳୟରେ କାର୍ଯ୍ୟକାରୀ ହେଉଥିବା ଭୁବନେଶ୍ୱର ମହାନଗର ନିଗମର ୧୯୨୯ ନିଃଶୁଳ୍କ ସେବା କେନ୍ଦ୍ର ନାଗରିକଙ୍କ ଉପଯୋଗୀ ହୋଇପାରିଛି। ଜୁନ ୨୪ ସୁଦ୍ଧା ଏଠାକୁ ୧,୦୧,୦୭୪ ଯୋଗାଯୋଗ ଆସିଛି।
ବିଏସ୍‌ସିଏଲ୍‌ ମୁଖ୍ୟ ନିର୍ବାହୀ ଅଧିକାରୀ ତଥା ବିଏମ୍‌ସି ଆୟୁକ୍ତ ସଞ୍ଜୟ ସିଂହ କହିଛନ୍ତି ଯେ କରୋନା ସଂକ୍ରମଣ ସମୟରେ ଉକ୍ତ କେନ୍ଦ୍ରରେ ପ୍ରଦାନ କରାଯାଉଥିବା ସେବା ନାଗରିକଙ୍କ ଉପକାରରେ ଆସୁଛି। ଏହା ସମୟ ଉପଯୋଗୀ ହୋଇପାରିଛି। ନାଗରିକ ୧୯୨୯କୁ ଯୋଗାଯୋଗ କରି ପରୀକ୍ଷଣ ସୁବିଧା, ପ୍ରମାଣପତ୍ର, ଡାକ୍ତରୀ ପରାମର୍ଶ, ଡାକ୍ତରଖାନା ସ୍ଥାନାନ୍ତର, ଗୃହ ସଙ୍ଗରୋଧ, ଟିକାକରଣ ପ୍ରଭୃତି ସମ୍ପର୍କରେ ସୂଚନା ପାଇବା ସହିତ ସନ୍ଦେହ ଦୂର କରୁଛନ୍ତି। ଉକ୍ତ କେନ୍ଦ୍ରକୁ ଡାକ୍ତରୀ ପରାମର୍ଶ ସେବା ପାଇଁ ୩୨ ହଜାରରୁ ଅଧିକ ଯୋଗାଯୋଗ ଆସିଛି। ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ନାଗରିକ ଶାରୀରିକ ଲକ୍ଷଣ, ଔଷଧ ସେବନ ଇତ୍ୟାଦି ବିଷୟରେ ପରାମର୍ଶ ନେଉଛନ୍ତି। ଏଠାରେ ଥିବା ୩୫ ୱାର୍କଷ୍ଟେସନ‌େ‌ର ଡାକ୍ତରଙ୍କ ବ୍ୟତୀତ ୪୮କର୍ମଚାରୀ ବିଭିନ୍ନ କାର୍ଯ୍ୟ କରୁଛନ୍ତି ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୫ରେ ଦୁଇଟି ୱାର୍କଷ୍ଟେସନ୍ ଆରମ୍ଭ ହୋଇଥିବାବେଳେ ସମ୍ପ୍ରତି ୩୫ କାର୍ଯ୍ୟ କରୁଛି ବୋଲି ବିଏସ୍‌ସିଏଲ୍‌ ପକ୍ଷରୁ ସୁଚନା ଦିଆଯାଇଛି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories