www.samajalive.in
Tuesday, December 9, 2025
15.1 C
Bhubaneswar

ରାଜ୍ୟର ପ୍ରଥମ ଆଦର୍ଶ କାରାଗାର ଉଦଘାଟିତ

ଗୁରୁଡିଝାଟିଆ: ଓଡିଶାର ପ୍ରଥମ ଆଦର୍ଶ କାରାଗାର ଆଜି ଖୁଣ୍ଟୁଣୀ ପଞ୍ଚାୟତର ରାଧାରମଣପୁରଠାରେ ଉଦଘାଟିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହାକୁ ଉଦଘାଟନ କରି ବନ୍ଦୀ ଜୀବନ ବିତାଉଥିବା କଇଦୀଙ୍କ ଜୀବନରେ ସୁଧାର ଆଣିବା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା ଏଠାରେ ଉପଲବ୍ଧ ରହିଛି। ଆଠଗଡ ରାଜ୍ୟକୁ ସବୁ କ୍ଷେତ୍ରରେ ନୂତନତ୍ୱ ପ୍ରଦାନ କରିଥାଏ। ଯାହାର ଉଦାହରଣ ହେଉଛି ଉଦଘାଟିତହୋଇଥିବା ଆଦର୍ଶ କଇଦୀ କାରାଗାର ବୋଲି କହିଥିଲେ। କଟକ ସାଂସଦ ଭର୍ତ୍ତୃହରି ମହତାବ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଲୋକାର୍ପିତ ହୋଇଥିବା ଆଦର୍ଶ କାରାଗାର ରାଜ୍ୟର ପ୍ରଥମ ଅଟେ। ଏଠାରେ ୫ଶହ ସଜା କାଟୁଥିବା କଏଦୀ ରହିପାରିବେ। ଏପରିକି ମହିଳା କଏଦୀମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ରହିଛି । ଡାକ୍ତରଖାନା, ରୋଷଶାଳ ରହିଛି। ଏଥିସହିତ ସଜା କାଟୁଥିବା କଏଦୀଙ୍କ ବ୍ୟବହାର ଚରିତ୍ରକୁ ବଦଳାଇ ସମାଜର ମୁଖ୍ୟସ୍ରୋତରେ ପୁନର୍ବାର ନୂତନ ଜୀବନ ଯାପନ ପାଇଁ ଆବଶ୍ୟକ ସମସ୍ତ ସୁବିଧା ଏଠାରେ ଉପଲବ୍ଧ ବୋଲି ଆଠଗଡ ସବଜେଲରେ ବିଚାରଧିନ କଏଦୀଙ୍କୁ ମଧ୍ୟ ଏଠାରେ ରଖାଯାଇପାରିବ। ରାଜ୍ୟ ଘରୋଇ ରଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଆଭାଷୀ ଜରିଆରେ ଆଦର୍ଶ କାରାଗାର ଉଦଘାଟନ ଉତ୍ସବରେ ନିଜର ମତ ଓ ଶୁଭେଚ୍ଛା ପ୍ରଦାନ କରିଥିଲେ। ରାଜ୍ୟ ଜେଲ ବିଭାଗ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ କହିଥିଲେ ଏହି ଆଦର୍ଶ କାରାଗାର କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ୧୩କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଅର୍ଥରେ କର୍ମଚାରୀଙ୍କ ଆବାସିକ ପ୍ରକୋଷ୍ଠ ଓ ଅନ୍ୟାନ୍ୟ କାର୍ଯ୍ୟ ନିର୍ମିତ ହୋଇଛି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories