www.samajalive.in
Monday, December 8, 2025
14.1 C
Bhubaneswar

ବରପାଲିରେ ମହାପ୍ରଭୁଙ୍କ ସ୍ନାନଉତ୍ସବ

ବରପାଲି : ବରପାଲି ଜଗନ୍ନାଥ ମନ୍ଦିର ସ୍ନାନ ମଣ୍ଡପ ପରିସରରେ ଚତୁର୍ଦ୍ଧା ମହାପ୍ରଭୁଙ୍କ ମହାସ୍ନାନ ଉତ୍ସବ ପୂର୍ବ ପରମ୍ପରା ନିତୀ ଅନୁଯାୟୀ ନିରାଡ଼ମ୍ବର ଭାବରେ ସେବାୟତ ମାନଙ୍କ ଦ୍ୱାରା ସମାପନ ହୋଇଯାଇଛି। ଗୁରୁବାର ପୁର୍ବାହ୍ନ ସମୟରେ ଜମିଦାର ଲାଲ ବିକ୍ରମ ସିଂଦେଓ ଓ ପ୍ରଶାନ୍ତ କୁମାର ସିଂ ତଥା ଯୁବରାଜ ପୃଥ୍ୱୀରାଜ ସିଂଦେଓଙ୍କ ସହାୟତାରେ ଶ୍ରୀଜୀଉ ମାନଙ୍କୁ ବିଧି ବିଧାନ ମଧ୍ୟରେ ସେବାୟତ ମାନେ ପୂଜାର୍ଚ୍ଚନା ଓ ଭୋଗରାଗ ଅର୍ପଣ ନିତୀକାନ୍ତି ମାନ ସଂଚାଳିତ କରିଥିଲେ। ମିଳିଛି।
ଜଗନ୍ନାଥ ମନ୍ଦିର ମୂଖ୍ୟପୂଜକ ରାଜେନ୍ଦ୍ର କୁମାର ପୂଝାରୀଙ୍କ ଦ୍ୱାରା ପୂଜାର୍ଚ୍ଚନା ସହିତ ସ୍ନାନକାର୍ଯ୍ୟ ଶୁଭାରମ୍ଭ ହେଲାପରେ ସହକାରୀ ପୂଜକ ଭାବରେ ଉପେନ୍ଦ୍ର ପୂଝାରୀ,ବାଳକୃଷ୍ଣ ପୂଝାରୀ,ଅମିତ ପୂଝାରୀ,ନାରାୟଣ ପୂଝାରୀ ଓ ବିନୋଦ ସୁଶାରୀ,ଅନୂପ ପୂଝାରୀ ପ୍ରମୁଖ ତିନି ଠାକୁର ଓ ସୁଦର୍ଶନ ମହାପ୍ରଭୁ ମାନଙ୍କୁ ଘଣ୍ଟ ଶଙ୍ଖ ହୁଳାହୁଳୀ ସଂକିର୍ତ୍ତନ ମଣ୍ଡଳିଙ୍କ ଗହଣରେ ମନ୍ଦିର ଗମ୍ଭିରା ଗୃହରୁ ସ୍ନାନମଣ୍ଡପକୁ ଆଣିଥିଲେ। ପରେ ପ୍ରଥା ଅନୁଶାରେ ପୂଜାର୍ଚ୍ଚନା ହୋଇ ପ୍ରସ୍ତୁତ ହୋଇଥିବା ତୁଳସୀ,ପୁଷ୍ପ,ଅଗୁରୁ,କର୍ପୁର,ଚନ୍ଦନ ପଞ୍ଚସୁଗନ୍ଧି ମିଶ୍ରିତ ପ୍ରଲେପକୁ ସେବକ ମାନେ ତିନି ଠାକୁର ମାନଙ୍କ ମୁହଁ ଓ ଶରିରରେ ଲେପନ ସହ ମର୍ଦ୍ଦନ କରିଥିଲେ। ବୈଷ୍ଣାବ ଧର୍ମାବଲମ୍ବି ପୁରୁଷ ଓ ମହିଳା ଭକ୍ତ ମାନେ ସାମାଜିକ ଦୁରତ୍ୱକୁ ସମ୍ମାନ ଜଣାଇ ଘଣ୍ଟ,ଶଙ୍ଖ, ହୁଳାହୁଳି,କରତାଳି ଧ୍ୱନିରେ ମହାପ୍ରଭୂ ମାନଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ସେବକ ମାନେ ମହାପ୍ରଭୁ ମାନଙ୍କୁ ପାଣି ଢ଼ାଳି ମହାସ୍ନାନ ପର୍ବ ସମ୍ପର୍ଣ୍ଣ କଲାପରେ ଦେବ ନିତିକାର୍ଯ୍ୟ ଆରମ୍ଭ ହୋଇଥିଲା। ଠାକୁର ମାନଙ୍କ ସ୍ନାନ ଜଳରାଶିକୁ ଭକ୍ତ ମାନଙ୍କ ମଧ୍ୟରେ ସେବାୟତ୍ତ ମାନେ ବିତରଣ କରିଥିଲେ। ଶ୍ରଦ୍ଧାଳୁ ଭକ୍ତ ମଣ୍ଡଳି ସ୍ନାନଜଳ ରାଶିକୁ ମଥାରେ ଲଗାଇବା ସହିତ ନିଜ ପରିବାରର ଶୁଭକାମନା ମନାଶିିି ଶ୍ରୀଜୀଉ ମାନଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କରିଥିଲେ। ପରେ ସେବକ ଗଣ ତିନି ଠାକୁରଙ୍କୁ ମନ୍ଦିର ଆଭ୍ୟନ୍ତର କକ୍ଷକୁ ବୋହି ନେବା ସହିତ ନୁତନ ବସ୍ତ୍ର ପରିଧାନ କଲାପରେ ଶୃଙ୍ଗାର ବେଶ ନିତି ଓ ପାଳନିୟ ଦେବକାର୍ଯ୍ୟ ମାନ ଆରମ୍ଭ ହୋଇଥିଲା।
ପୂର୍ବ ପରମ୍ପରା ଅନୁଶାରେ ଗୁପ୍ତକୋଠିରେ ଠାକୁର ମାନଙ୍କୁ ପୂଜାର୍ଚ୍ଚନା କଲାପରେ ଅନ୍ନପ୍ରସାଦ ଭୋଗ ଅର୍ପଣ କରାଯାଇଥିଲା। ଆଜି ଠାରୁ ମହାପ୍ରଭୁ ମାନଙ୍କ ଅଣସର ଗୃହରେ ବିଶ୍ରାମ କାର୍ଯ୍ୟକ୍ରମ ପାଳନିୟ ହେବା ସହିତ ଚକାଛାଡ଼ ନୀତି ମଧ୍ୟ ହୋଇଥିଲା। ବରପାଲି ଯୁବାରାଜ ଲାଲ ବିକ୍ରମ ସିଂଦେଓଙ୍କ ଦ୍ୱାରା ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପୂର୍ଣ୍ଣ ହେଲାପରେ ସେବକ ମାନେ ଶ୍ରୀଜୀଉ ମାନଙ୍କୁ ରତ୍ନବେଦୀରୁ ଭୂମିସ୍ୱର୍ଷ କରାଇ ତଳପାଶ୍ୱର୍ରେ ଚକାଛାଡ଼ ନୀତି ଆରମ୍ଭ କରିଥିଲେ। ସେବକ ମାନଙ୍କ ସୂଚନାନୂଯାୟୀ ଠାକୁର ମାନେ ଜ୍ୱରରେ ପିଡ଼ିତ ହେବା ସହିତ ଉପଚାର ବିଧି ଆଜି ସଂଧ୍ୟାରୁ ଶୁଭାରମ୍ଭ ହେବ। ଆଗାମି ଦିନରେ ଦୈନିକ ପାଳନିୟ ହେଉଥିବା ବିଭିନ୍ନ ପୂଜାକର୍ମ ଓ ବିଭିନ୍ନ ପ୍ରଥା ମାନ ଚଳନିୟ ହେଉଥିବା ସମୟରେ ଆସନ୍ତା ପନ୍ଦର ଦିନ ମନ୍ଦିର ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରଖାଯିବ। ଗତକାଲି ଠାରୁ ମହାପ୍ରଭୁ ମାନଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ସେବା କାର୍ଯ୍ୟ ଆରମ୍ଭ ହେବା ସହିତ ବ୍ୟାଧି ଉପଶମ ପାଇଁ ପଞ୍ଚମୂଳ, ଅଷ୍ଟାଙ୍ଗୁଳ,ଦଶମୂଳ ରୂପି ପାନିୟ ଔଷଧ ପ୍ରୟୋଗ କରାଯିବ ସମ୍ପର୍କରେ ଜଣାପଡ଼ିଥିଲା।।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories