www.samajalive.in
Saturday, December 13, 2025
26.1 C
Bhubaneswar

ଦୂର ହେବ ମନୋମାଳିନ୍ୟ, ଦୂର ହେବନି ଦିଲ୍ଲୀ – ପ୍ରଧାନମନ୍ତ୍ରୀ ମୋଦୀ

କେନ୍ଦ୍ର ସରକାର ଏବଂ ଜମ୍ମୁକାଶ୍ମୀର ନେତାଙ୍କ ମଧ୍ୟରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏଥିରେ ଅଧ୍ୟକ୍ଷତା କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆମ ସମସ୍ତଙ୍କ ମଧ୍ୟରେ ରାଜନୈତିକ ମତପାର୍ଥକ୍ୟ ରହିଛି କିନ୍ତୁ ତା ସତ୍ୱେ ସମସ୍ତେ ଜମ୍ମୁକାଶ୍ମୀର ଜନସାଧାରଣଙ୍କ ବିକାଶ ଚାହାନ୍ତି। ଏକ ନିରାପଦ ଓ ସୁରକ୍ଷିତ ଜମ୍ମୁକାଶ୍ମୀର ସମସ୍ତଙ୍କ ଲକ୍ଷ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପୂର୍ବ ସମୟ ଭଳି ଆଉ ଜମ୍ମୁକାଶ୍ମୀର ଦୂର ହୋଇ ରହିବ ନାହିଁ ବୋଲି କହିବା ସହ ଶ୍ରୀ ମୋଦି କହିଛନ୍ତି ଯେ ଲକ୍ଷ ହାସଲ ପାଇଁ ଆମ ଭିତରେ ଥିବା ମନୋମାଳିନ୍ୟ ଦୂର ହେବ ଓ କେନ୍ଦ୍ର ସରକାର ସେଠାକାର ଲୋକଙ୍କ ବିକାଶ ପାଇଁ ସବୁ ପଦକ୍ଷେପ ଗ୍ରହଣ କରିବେ।

ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ଜମ୍ମୁକାଶ୍ମୀରର ପ୍ରମୁଖ ରାଜନୈତିକ ଦଳର ନେତାମାନଙ୍କ ପରାମର୍ଶ ଓ ମତାମତ ଶୁଣିବା ପରେ ଏଭଳି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେମାନେ ମତାମତ ଦେଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ବିକଶିତ କାଶ୍ମୀର ପାଇଁ ଦୁର୍ନୀତି ମୁକ୍ତ ପ୍ରଶାସନ ସେଠାକାର ଲୋକମାନଙ୍କ ମଧ୍ୟରେ ଆତ୍ମ ପ୍ରତ୍ୟୟ ସୃଷ୍ଟି କରିଛି, ଫଳରେ ପ୍ରଶ୍ନ-ଲୋକମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ପାଇଥିବା ଶ୍ରୀ ମୋଦୀ କହିଛନ୍ତି।

- Advertisement -

…Updating

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories