www.samajalive.in
Friday, December 5, 2025
20.1 C
Bhubaneswar

ରାତି ୮ଟା – ମୁଖ୍ୟ ଖବର

–ଓମ୍‌ଫେଡ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା। ଗୋଖାଦ୍ୟ ଖର୍ଚ୍ଚ ବାବଦ ୬୦୦୦ ଟଙ୍କା ପର୍ୟ୍ୟନ୍ତ ମିଳିବ ସହାୟତା। ଉପକୃତ ହେବେ ୧ ଲକ୍ଷ ୨୦ ହଜାର ଦୁଗ୍‌ଧ ଚାଷୀ

–ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ଯଶୋବନ୍ତ ଜେଠୱା ହେଲେ ଭିଜିଲାନ୍ସ ନିର୍ଦେଶକ। ଲଳିତ ଦାସ ହେଲେ ଗୁଇନ୍ଦା ନିର୍ଦେଶକ।

- Advertisement -

–ସଞ୍ଜୀବ ପଣ୍ଡା ହେଲେ କ୍ରାଇମବ୍ରାଞ୍ଚ ଏଡିଜି। ଅସିତ କୁମାର ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଆଜି ଏବଂ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଗୃହ ବିଭାଗ ଓଏସ୍‌ଡି ଭାବେ ବଦଳି

–ଦ୍ବାଦଶ ପରୀକ୍ଷାଫଳ ନେଇ ସବୁ ରାଜ୍ୟ ଶିକ୍ଷା ବୋର୍ଡକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ। ଜୁଲାଇ ୩୧ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ ସହ ୧୦ ଦିନ ଭିତରେ ମୂଲ୍ୟାୟନ ପଦ୍ଧତି ସ୍ପଷ୍ଟ କରିବାକୁ ନିର୍ଦେଶ ଦେଲେ ସୁପ୍ରିମକୋର୍ଟ

–ଜୁନ ୨୮ରୁ ଖୋଲିବ ଭୁବନେଶ୍ବର ଏମ୍‌ସ ଓପିଡି, କରୋନା କଟକଣା ପାଇଁ ଗତ ଏପ୍ରିଲରୁ ବନ୍ଦ ଥିଲା ଏମ୍‌ସ ଓପିଡି।

–ସାଇବର ଠକେଇ: ୪ ମାସରେ ୫କୋଟିରୁ ଅଧିକ ଠକେଇ, ଭୁବଶ୍ବେରରୁ କେବଳ ୨କୋଟି ଟଙ୍କା ଠକେଇ

–ବାଲେଶ୍ବର ବସ୍ତାରୁ ୨କୋଟିର ବ୍ରାଉନସୁଗାର ଜବତ, ଜଣେ ଗିରଫ।

–ରାଜ୍ୟରେ କରୋନା ସଂକ୍ରମଣ ନିମ୍ନଗାମୀ ସ୍ଥିତିରେ, ଶୀଘ୍ର କମିବ। ଟ୍ରାନ୍ସମିଶନ ଭାଙ୍ଗିବା ସହ ସତର୍କ ରହିବାକୁ ପଡ଼ିବ-ଜନସ୍ବାସ୍ଥ୍ୟ ନିର୍ଦେଶକ

–ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗ ଦେଇଛନ୍ତି ଜମ୍ମୁକାଶ୍ମୀରର ୧୪ ଜଣ ନେତା

–ସ୍ନାନବେଦୀକୁ ବିଜେ ହେଲେ ତିନିଠାକୁର, ପୁରୀ ଶ୍ରୀକ୍ଷେତ୍ରରେ ଶାନ୍ତିଶୃଙ୍ଖଳାର ସହ ହୋଇଛି ସ୍ନାନଯାତ୍ରା

– ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ ; ଏଥିସହିତ ଓଡ଼ିଶା ଓପନ ସ୍କୁଲ ସାର୍ଟିଫିକେଟ ଏବଂ ମଧ୍ୟମା ପରୀକ୍ଷା ୨୦୨୧ର ଫଳ ମଧ୍ୟ ପ୍ରକାଶ ପାଇବ।

–କରୋନାରେ ଦୁଇ ମାଓ ନେତା ହରିଭୂଷଣ ଓ ସାରକାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲା ଲାଲବାହିନୀ, ୪୦୦ ରାଉଣ୍ଡ ଗୁଳି ସହ ପୁଲିସ ନିକଟରେ ଆତ୍ମା ସମର୍ପଣ କଲେ ୨ କରୋନା ଆକ୍ରାନ୍ତ ମାଓବାଦୀ

–କୋଭିଡ୍ ମୃତ୍ୟୁର ସ୍ୱତନ୍ତ୍ର ଅଡିଟ୍ ସଂପର୍କିତ ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ଖାରଜ ତେବେ ଅନ୍ୟ ଏକ ମାମଲାରେ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ

–ପାରିବାରିକ ବିବାଦ ମାମଲାରେ କାଲି ଭଳି ଆଜି ବି ମଧ୍ୟସ୍ଥ କେନ୍ଦ୍ରକୁ ଆସିଲେନି ସାଂସଦ ଅନୁଭବଙ୍କ ପତ୍ନୀ ବର୍ଷା, ବାରମ୍ବାର ନୋଟିସ ସତ୍ତ୍ୱେ ବି ବର୍ଷା ଆସୁନଥିବା ଅଭିଯୋଗ କଲେ ଅନୁଭବ

– ଅନୁଭବଙ୍କ ଅଭିଯୋଗ ନେଇ  ବର୍ଷାଙ୍କ ଓକିଲ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବର୍ଷା ଅସୁସ୍ଥ ଥିବାରୁ କୋର୍ଟକୁ ଆସି ପାରୁନାହାନ୍ତି। ଆଗରୁ ବର୍ଷା ଆସୁଥିଲେ, ଅନୁଭବ ଆସୁନଥିଲେ। ଏଥିପାଇଁ କୋର୍ଟରେ ବର୍ଷାଙ୍କ ଆବେଦନ ପଡ଼ି ରହିଛି।

–୨୦୧୯ ଏପ୍ରିଲ ୧୩ ନିର୍ବାଚନ ରାଲିରେ ବିବାଦୀୟ ଭାଷଣ ପରେ ଏକ ମାନହାନି ମାମଲାରେ ଆଜି ସୁରତ କୋର୍ଟରେ ହାଜର ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧି

–ବାଲେଶ୍ୱର ବସ୍ତା ଅଞ୍ଚଳରୁ ୨ କେଜି ୧୨ ଗ୍ରାମ ବ୍ରାଉନସୁଗାର ଜବତ, ଆନୁମାନିକ ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା, ଜଣେ ଗିରଫ

–ନକଲି ଔଷଧ କାରବାର କରୁଥିବା ସଂସ୍ଥାର ପରିଚାଳନା ନିର୍ଦେଶକ ଶିବ ପ୍ରସନ୍ନଙ୍କୁ ଗିରଫ କଲା ସ୍ୱତନ୍ତ୍ର କାର୍ଯ୍ୟ ଦଳ

–ଶିଶୁଙ୍କୁ କରୋନାରୁ ରୋକିବ ମିଳିମିଳା ଟିକା; ‘ଶିଶୁଙ୍କୁ ଲୋଡ଼ା ନାହିଁ କରୋନା ଟିକା’ – ଆଇସିଏମ୍‌ଆର ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ

–ଅଲିମ୍ପିକ୍‌ସ ପଦକ ଜିତିଥିବା ଭାରୋତ୍ତୋଳନକାରିଣୀ କର୍ଣ୍ଣମ୍ ମାଲେଶ୍ବରୀ ଦିଲ୍ଲୀ କ୍ରୀଡ଼ା ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ନିଯୁକ୍ତ

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories