www.samajalive.in
Sunday, December 7, 2025
23.1 C
Bhubaneswar

ବିଜେଡ଼ି ଓ ସୁବଳସେନା ପକ୍ଷରୁ ରକ୍ତଦାନ

ବରପାଲି : ବିଜେପୁର ନିର୍ବାଚନ ମଣ୍ଡଳି ବିଜେଡ଼ି ଯୁବ ଛାତ୍ର ମହିଳା ଓ ସୁବଳ ସେନା ପକ୍ଷରୁ ଏକ ଦିବସିୟ ମେଗା ରକ୍ତଦାନ ଶିବିର ବିିଜେପୁର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ବିଧାୟିକା ରିତା ସାହୁଙ୍କ ଦ୍ୱାରା ଶିବିରଟି ଉଦଘାଟିତ ହୋଇଥିବା ବେଳେ ଶିବିରରୁ ୧୭୨ୟୁନିଟ ରକ୍ତ ଥୈଳି ସଂଗୃହିତ ହୋଇ ଜିଲ୍ଲା ରେଡ଼କ୍ରସ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା। ମୁଖ୍ୟଅତିଥି ବିଧାୟିକା ରିତା ସାହୁ ବର୍ତ୍ତମାନର ଘଡ଼ିସନ୍ଧି ମୁହୁର୍ତ୍ତରେ ରକ୍ତର ଅଭାବି ଯୋଗୁ ଚିକିତ୍ସା ସେବା କାର୍ଯ୍ୟରେ ଦେଖା ଦେଉଥିବା ସମସ୍ୟା ଓ ସାଧାରଣଙ୍କ ଜିବନ ପ୍ରତି ଆଶଙ୍କାକୁ ନେଇ ଆଲୋଚନା କରିଥିଲେ। ଶିବିରରେ ଯୁବକର୍ମି ମାନଙ୍କ ଉତ୍ସାହଭରା ମନୋଭାବକୁ ପ୍ରଶଂସିତ କରିବା ସହ ରକ୍ତଦାତା ଓ କର୍ମି ମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଶିବିରରେ ସମ୍ମାନିତ ଅତିଥି ଭାବେ ଯୁବନେତା ସୌରଭ ସାହୁ,ଜିଲ୍ଲା ବିଜେଡ଼ି ଯୁବ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ,ରାଜ୍ୟ ମୋ ପରିବାର ସଦସ୍ୟ ଗୌରହରୀ ମିଶ୍ରଙ୍କ ସମେତ ଦଳିୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ। ନିମନ୍ତ୍ରିତ ଅତିଥି ମାନଙ୍କୁ ସୁବଳ ସେନା ଓ ଦଳିୟ ଯୁବ ଛାତ୍ର ମହିଳା କର୍ମି ମାନଙ୍କ ଦ୍ୱାରା ପୁଷ୍ପମାଳ ପ୍ରଦାନ ମାଧ୍ୟମରେ ସ୍ୱାଗତ କରାଯାଇଥିଲା।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories