www.samajalive.in
Friday, December 12, 2025
14.1 C
Bhubaneswar

ରାଜ୍ୟପାଳଙ୍କ ଅନୁମୋଦନ, ମୁକୁଳିବେ ୧୬ ଆଜୀବନ କଏଦୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କାରାଗାରରେ ଆଜୀବନ ସଜା ଭୋଗୁଥିବା ୧୬ଜଣ କଏଦୀଙ୍କୁ ମୁକ୍ତ କରାଯିବ। କାରାଗାରରେ ସେମାନଙ୍କ ଆଚରଣକୁ ବିଚାରକୁ ନେଇ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ ପକ୍ଷରୁ ପ୍ରସ୍ତୁତ ତାଲିକାକୁ ରାଜ୍ୟପାଳଙ୍କ ଅନୁମୋଦନ ମିଳିଛି। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଏହି କଏଦୀମାନେ ମୁକୁଳିବେ ବୋଲି କାରାଗାର ବିଭାଗ ପକ୍ଷରୁ ଏକ ଇସ୍ତାହାରରେ ସୂଚନା ଦିଆଯାଇଛି। ମୁକୁଳିବାକୁ ଥିବା ୧୬ ଜଣ କଏଦୀଙ୍କ ମଧ୍ୟରୁ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଭାଇଜାଗ କାରାଗାରରେ ୩ ଜଣ ଥିବା ବେଳେ ଚୌଦ୍ବାର, ବାଣପୁର, ସମ୍ବଲପୁର, ଢ଼େଙ୍କାନାଳ, ପୁରୀ, କୋରାପୁଟ, ବଲାଙ୍ଗୀର, କୋଟପାଡ଼ ଏବଂ ଜାମୁଝରୀ ମୁକ୍ତାକାଶ ଆଶ୍ରମରୁ ଜଣେ ଲେଖାଏ ମୁକୁଳିବେ। ସେହିପରି ବାଲେଶ୍ବର ଓ ବାରିପଦା କାରାଗାରରୁ ୨ ଜଣ କଏଦୀଙ୍କୁ ମୁକ୍ତ କରାଯିବ।

ଭାଇଜାଗରୁ ମୁକୁଳିବାକୁ ଥିବା ୩ କଏଦୀ ୧୯୯୨ ମସିହା ନଭେମ୍ବର ୨୨ ତାରିଖରେ ପାରଲାଖେମୁଣ୍ଡି ଥାନା ଅନ୍ତର୍ଗତ ଚିତ୍ତାପାଲି ଗାଁରେ ଜଣଙ୍କ ଘରେ ପଶି ଡକାୟତି କରିବା ସହ ହତ୍ୟା କରିଥିଲେ। ଅଦାଲତ ଏହି ୩ ଜଣଙ୍କୁ ୧୯୯୪ ମସିହାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଯେହେତୁ ସେମାନେ ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା ତେଣୁ ନିୟମ ଅନୁଯାୟୀ ୩ ଅଭିଯୁକ୍ତଙ୍କୁ ଭାଇଜାଗ କାରାଗାରକୁ ସ୍ଥାନାନ୍ତର କରାଯାଇଥିଲା। ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡର ଅଧ୍ୟକ୍ଷ ଭାବେ ଗୃହ ସଚିବ ଥିଲାବେଳେ ସଦସ୍ୟଭାବେ ଆଇନ ସଚିବ, ଗୃହ ବିଭାଗର ପ୍ରମୁଖ ସଚିବ, ଖୋର୍ଦ୍ଧା ଜିଲା ଜଜ, ରାଜ୍ୟ ଅପରାଧ ନିୟନ୍ତ୍ରଣ ଶାଖାର ଅତିରିକ୍ତ ମହାନିର୍ଦେଶକ ଏବଂ କାରାଗାର ବିଭାଗ ମହାନିର୍ଦେଶକ ସଦସ୍ୟ ଭାବେ ଅଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories