www.samajalive.in
Sunday, December 7, 2025
15.1 C
Bhubaneswar

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଦ୍ୱିତୀୟ ବର୍ଷର ରିପୋର୍ଟ କାର୍ଡ ଉନ୍ମୋଚିତ

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଦ୍ୱିତୀୟ ବର୍ଷ କାର୍ଯ୍ୟକାଳର ବାର୍ଷିକ ରିପୋର୍ଟ କାର୍ଡ ଉନ୍ମୋଚିତ ହୋଇଛି । ଏଥିରେ ଅପରାଜିତା ଉଲ୍ଲେଖ କରିଛନ୍ତି ଯେ ତାଙ୍କ ପାଇଁ ରାଜନୀତି ଅର୍ଥ ହେଉଛି ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ଏବଂ ସେମାନଙ୍କର ସହଭାଗିତା ନିଶ୍ଚିତ କରିବା । ସେ ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କ ନିମନ୍ତେ ଗୋଟିଏ ମଂଚ ତଥା ପୃଷ୍ଠଭୂମି ପ୍ରସ୍ତୁତ କରି ଏକ ସଶକ୍ତ ସମାଜ ଗଠନ ଦିଗରେ ପ୍ରୟାସ ଜାରି ରଖିଛନ୍ତି । ଦଳ ତାଙ୍କୁ ନ୍ୟସ୍ତ କରିଥିବା ସମସ୍ତ କାର୍ଯ୍ୟକୁ ସେ ଆଗ୍ରହର ସହିତ ସମାପନ କରୁଛନ୍ତି ଏବଂ ତାଙ୍କର ସମସ୍ତ ଶକ୍ତି ଓ ସାମର୍ଥ୍ୟ ଏଥିରେ ନିୟୋଜିତ କରୁଛନ୍ତି । ଦଳର ସଂଗଠନ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ଏବଂ ତାଙ୍କ ସଂସଦୀୟ କ୍ଷେତ୍ରରେ ମଜଭୁତ କରିପାରିଛନ୍ତି । ଏକ କର୍ମଠ ଟିମ୍‍ କୁ ସହିତ ସେ ତାଙ୍କ ନିର୍ବାଚନମଣ୍ଡଳୀର ଜନସାଧାରଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।
ଏହି ରିପୋର୍ଟ କାର୍ଡେ ଅପରାଜିତା ଦର୍ଶାଇଛନ୍ତି ଯେ ସେ ତାଙ୍କର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଏବଂ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ସମସ୍ୟା ସମାଧାନ ନିମନ୍ତେ ପ୍ରଚେଷ୍ଟା ଜାରି ରଖିଛନ୍ତି । ତାଙ୍କ ସଂସଦୀୟ ପାଣ୍ଠି ବିନିଯୋଗରେ ସୌରଚାଳିତ ରାସ୍ତାକଡ ଆଲୋକିକରଣ, ରାସ୍ତା ନିର୍ମାଣ, ଗୋଷ୍ଠୀକେନ୍ଦ୍ର ନିର୍ମାଣ, ପୋଖରୀ ଖନନ ଓ ପୁନରୁଦ୍ଧାର, ନଳକୂପ ଖନନ, ପାନୀୟଜଳ ପ୍ରକଳ୍ପ, ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଉପକରଣ ପ୍ରଦାନ ଏବଂ ଶ୍ମଶାନର ପୁନରୁଦ୍ଧାର ଆତି କାର୍ଯ୍ୟକ୍ରମ କରିଛନ୍ତି । ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ବିଭିନ୍ନ କର୍ପୋରେଟ କାର୍ଯ୍ୟାଳୟ, ବ୍ୟାଙ୍କ ଓ ଶିଳ୍ପ ସଂସ୍ଥା ସହିତ ଯୋଗାଯୋଗ କରି ସେହିସବୁ ସଂସ୍ଥାର ପାଣ୍ଠିକୁ ସାଧାରଣ ଜନତାଙ୍କ ଉନ୍ନତିମୂଳକ କାର୍ଯ୍ୟରେ ବିନିଯୋଗ କରିବା ଦିଗରେ ପଦକ୍ଷେପ ନେଇଛନ୍ତି । ତାଙ୍କ ସଂସଦୀ କ୍ଷେତ୍ରରେ ଆବଶ୍ୟକ ହେଉଥିବା ଫ୍ଲାଇଓଭର ବ୍ରିଜ ଏବଂ ଫୁଟ ଓଭର ବ୍ରିଜ ତାଙ୍କ ପ୍ରସ୍ତାବ ଏବଂ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇପାରିଛି । ବହୁ ଗରିବ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଯୋଗାଇଦେବାକୁ ସେ ସୁପାରିଶ କରିଛନ୍ତି ଏବଂ ଅଟଳ ଜ୍ୟୋତି ଯୋଜନାରେ ତାଙ୍କ ସଂସଦୀ ପାଣ୍ଠିରୁ ଗତବର୍ଷ ୧ହଜାର ସୌରଚାଳିତ ଲାଇଟ ବ୍ୟବସ୍ଥା ସେ କରିଛନ୍ତି । ଏସବୁ ସହିତ ବରିଷ୍ଠ ନାଗରିକ, ବିଧବା, କଳାକାର ଭତ୍ତା ସହିତ ପଡିକାର୍ଡ ଯୋଗାଣ ଦିଗରେ ମଧ୍ୟ ସେ ଆବଶ୍ୟକ ପଦକ୍ଷେପ ନେଇଛନ୍ତି । ମୋଟ ଉପରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମସ୍ତ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଦିଗରେ ସେ ପ୍ରୟାସରତ ଅଛନ୍ତି । ତାଙ୍କ ନିକଟକୁ ଆସିଥିବା ୨୧୫୦ ଅଭିଯୋଗ ମଧ୍ୟରୁ ସେ ୨୧୦୬ଟି ଅଭିଯୋଗର ସମାଧାନ କରିପାରିଛନ୍ତି । ସଂସଦୀୟ କାର୍ଯ୍ୟରେ ଅଂଶଗ୍ରହଣ ସହିତ ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ଏସିଆ ପୋଷ୍ଟ ଏବଂ ଫେମ୍‍ ଇଣ୍ଡିଆ ପକ୍ଷରୁ ଶ୍ରେଷ୍ଠ ସାଂସଦ ଭାବରେ ମନୋନୀତ କରାଯାଇଥିଲା । ସଂସଦରେ ସେ ଅନେକ ଜନସ୍ୱାର୍ଥ ସମ୍ବଳିତ ସମସ୍ୟା ଓ ପ୍ରସଙ୍ଗ ଉତ୍‍ଥାପନ କରି ସେସବୁର ସମାଧାନ ଦିଗରେ ସରକାରୀ ବ୍ୟବସ୍ଥାକୁ କ୍ରିୟାଶୀଳ କରିପାରିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories