www.samajalive.in
Saturday, December 13, 2025
18.1 C
Bhubaneswar

ଅନ୍ତର୍ଜାତୀୟ ଯୋଗ ଦିବସ : ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏମ ଯୋଗ ଆପ୍‍ ର ଶୁଭାରମ୍ଭ

ନୂଆଦିଲ୍ଲୀ : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଦେଶ ତଥା ସାରା ବିଶ୍ୱରେ କରୋନା ମହାମାରୀର କାୟା ବର୍ତ୍ତମାନ ମଧ୍ୟ ଜାରି ରହିଛି। ମହାମାରୀର ୨ୟ ତରଙ୍ଗରେ ଲକ୍ଷାଧିକ ଲୋକେ ପ୍ରାଣ ହରାଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଭୟଙ୍କର କରୋନା ମହାମାରୀ ଆରମ୍ଭ ହୋଇଥିବା ବେଳେ ଏହାର ମୁକାବିଲା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ସାଧନ ନଥିଲା। ମାନସିକ ସ୍ତରରେ ମଧ୍ୟ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ନଥିଲୁ। ଏଭଳି ସମୟରେ ଯୋଗ ଆମକୁ ମାନସିକ ଭାବେ ସଶକ୍ତ କରିବା ସହ ଏହି ମହାମାରୀ ସହ ଲଢିବାକୁ ଶକ୍ତି ଦେଇଛି। ଯୋଗ ଅନ୍ୟ ଦେଶର ସଂସ୍କୃତି ଓ ପରମ୍ପରା ସହ ଜଡିତ ନଥିଲେ ମଧ୍ୟ ଏଭଳି ଆହ୍ୱାନ ପୂର୍ଣ୍ଣ ପରିସ୍ଥିତରେ ସେମାନେ ମଧ୍ୟ ଏହାକୁ ଆପଣାଇଥିଲେ।
ଏହି ଯୋଗ ଦିବସ ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଡାକ୍ତରୀ ବିଜ୍ଞାନ ମଧ୍ୟ ଉପଚାର ସହିତ ହିଲିଂ ପ୍ରସୋସ ଉପରେ ଗୁରୁତ୍ୱ ଦେଉଛନ୍ତି। ଯୋଗ ଏହି ହିଲିଂ ପ୍ରସୋସ ଦିଗରେ ଅଧିକ ଫଳପ୍ରଦ। ଏହା ଉପରେ ବିଶ୍ୱର ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏମ ଯୋଗ ଆପ୍‍ ର ଶୁଭାରମ୍ଭ କରିଛନ୍ତି। ଏହି ଆପକୁ ଆୟୁଷ ମନ୍ତ୍ରାଳୟ ଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। ଏହି ଆପ୍‍ ରେ ଯୋଗାଭ୍ୟାସର ତାଲିମ ଭିଡିଓ ଲୋକଙ୍କ ପାଖରେ ପହଞ୍ଚି ପାରିବ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସହ ମିଶି ଭାରତ ଗୋଟିଏ ବଡ ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ରହୁଥିବା ଲୋକଙ୍କ ନିକଟରେ ଯୋଗର ଭିଡିଓ ପହଞ୍ଚାଇବା ପାଇଁ ଏମ ଯୋଗ ଆପ୍‍ ର ଆରମ୍ଭ କରାଯାଉଛି। ଯୋଗ ପ୍ରଶିକ୍ଷଣର ଅନେକ ଭିଡିଓ ଭିନ୍ନ ଭିନ୍ନ ଭାଷାରେ ଉପଲବ୍ଧ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ଆମର ୱାନ ୱାଲ୍ଡ ୱାନ ହେଲଥ୍‍ ଲକ୍ଷ୍ୟକୁ ପୂରଣ କରିବ। ଏହି ଆପରେ ଦୈନିକ ୧୨ ରୁ ୬୫ ବର୍ଷ ବୟସର ଲୋକମାନେ ଭିଡିଓ ଦେଖି ଯୋଗଭ୍ୟାସ କରିପାରିବେ। ବିଭିନ୍ନ ବୈଜ୍ଞାନିକ ପଦ୍ଧତି ଓ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଏହି ଆପ୍‍ କୁ ପ୍ରସ୍ତୁତ କରାଯାଇଛି। ଲୋକଙ୍କୁ ସହଜ ଉପାୟରେ ଯୋଗର ଉପକାରିତା ସମ୍ପର୍କରେ ଶିକ୍ଷା ଦେବା ପାଇଁ ଏଥିରେ ବ୍ୟବସ୍ଥା ହୋଇଛି।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories