www.samajalive.in
Saturday, December 13, 2025
26.1 C
Bhubaneswar

ଓଡ଼ିଆ ନିର୍ଦେଶକଙ୍କ ଚିତ୍ର ‘ଦ ଆର୍ଟ ଅଫ ଲାଇଫ’ ପୁରସ୍କୃତ

ଭୁବନେଶ୍ୱର: ସିଙ୍ଗାପୁରଠାରେ ଅନୁଷ୍ଠିତ ୱାର୍ଲଡ ଫିଲ୍ମ କାର୍ନିଭାଲରେ ଘୋଷିତ ଫିଲ୍ମ ଆୱାର୍ଡ-୨୦୨୧ରେ ଓଡ଼ିଆ ଲେଖକ ଏବଂ ନିର୍ଦେଶକ ସନ୍ତୋଷ ପଣ୍ଡାଙ୍କ ହିନ୍ଦୀ ଚିତ୍ର ‘ଦ ଆର୍ଟ ଅଫ ଲାଇଫ’ ଆଉଟଷ୍ଟାଣ୍ଡିଙ୍ଗ ଆଚିଭମେଣ୍ଟ ପୁରସ୍କାର ଲାଭ କରିଛି । ଜାତୀୟ ତଥା ଅନ୍ତର୍ଜାତୀୟ ଚଳଚ୍ଚିତ୍ରରେ ଭାଗ ନେଇ ଏହି ଚିତ୍ରଟି ଉଚ୍ଚ ପ୍ରଶଂସିତ ହୋଇଛି। ବାଲୁକା କଳା ଉପରେ ଆଧାରିତ ୪୩ ମିନିଟ୍‌ ଅବଧିର ଏହି ଏହି ଚିତ୍ରଟି ଓଡ଼ିଶାର ସଂସ୍କୃତି, ପର୍ଯ୍ୟଟନ ଏବଂ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଉପରେ ମଧ୍ୟ ଧ୍ୟାନ ଆକର୍ଷଣ କରିଛି।

ସୁଶାନ୍ତ ମିଶ୍ର, ଜୁବୁଲି ସୁନ୍ଦରରାୟ, ଜିତୁ ମିଶ୍ର ଏବଂ କଳିଙ୍ଗ ଦାଶ ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ସଙ୍ଗୀତ ନିର୍ଦେଶକ ଭାବେ ସନ୍ତୋଷ ପଣ୍ଡା ଏକ ଇଂରାଜୀ ଗୀତର ସ୍ବର ସଂଯୋଜନା କରିଛନ୍ତି। ପ୍ରଫେସର ରମାକାନ୍ତ ମିଶ୍ର ଗୀତଟିକୁ ରଚନା କରିଥିବାସ୍ଥଳେ ଇଣ୍ଡିଆନ ଆଇଡଲ ଖ୍ୟାତ ଚେଲସି ବେହୁର ଏହାକୁ ଗାଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories