www.samajalive.in
Sunday, December 14, 2025
16.1 C
Bhubaneswar

ପ୍ରତିଶ୍ରୁତି ପରେ ଆତ୍ମହତ୍ୟାରୁ ଓହରିଲେ ଚାଷୀ ପରିବାର

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଭାଲୁପାଲି ୱାଡ ନଂ ୩ ର ଚାଷୀ ଦୟାସାଗର ରାଉତିଆ(୨୮)ଙ୍କ ସହ ପରିବାର୧୧ ଜଣ ସଦସ୍ୟ ଧାନ ଫସଲ ନଷ୍ଟ ହେବା ଯୋଗୁ ଆଜି ଅତାବିରା କଲେଜ ସମ୍ମୁଖରେ ଭିଜିଯାଇଥିବା ଧାନ ଉପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଅତାବିରା ଥାନା ଅଧିକାରୀ ଦିଲିପ୍ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ସୁଷମା ପଶାୟତ, ଯାଦବ ବାଗ ଓ ଅଶୋକ ବିଶି, ସୋଷାଇଟି ସମ୍ପାଦକ କ୍ଷୀରୋଦ୍ର ଚନ୍ଦ୍ର ସାହୁ ଓ ତହସିଲଦାର ଖବର ପାଇ ଘଟଣାସ୍ଥଳକୁ ପହଞ୍ଚି ବିଷାକ୍ତ ଔଷଧ ମକୋଟୋ ଜବତ କରିଥିଲେ।

ପ୍ରକାଶ ଥାଉକି, ଏହି ଚାଷୀ ପରିବାର ଯେଉଁମାନେ ଆତ୍ମହତ୍ୟା କରିବା ପାଇଁ ଆସିଥିଲେ ସେମାନେ ଭାଗ ଚାଷୀ। ଆଜି ଚାଷୀଙ୍କ ଅବସ୍ଥା ଆଶାତୀତ ଭାବରେ ଶୋଚନୀୟ ହୋଇପଡିଛି। ରାସ୍ତାକଡ ହେଉ ବା ବିଲ ପଡିଆ ଯେଉଁଠାରେ ଦେଖିଲେ ଧାନ କୁଢ କୁଢ ହୋଇ ପଡିଛି। ଚାଷୀମାନେ ବିଲରୁ ଧାନ ଅମଳ କରି ପାରିନାହାଁନ୍ତି ଚଳିତ ରବି ଫସଲରେ । ଫଳରେ ଧାନ ବିକ୍ରି କରି ନ ପାରି ପଡିରହି ବର୍ଷାରେ ସଢୁଛି। ଯଦି ଏ ଧାନ ଅମଳ କଲେ ମଧ୍ୟ ତାହା ନିମ୍ନ ମାନର ହୋଇ ବିକ୍ରି ହେବ ନାହି। ଏଭଲି ପରିସ୍ଥିତିରେ ଚାଷୀ ଫସଳ ପାଇଁ କରିଥିବା କୃଷି ଋଣ ପରିଶୋଧ କରିବାରେ ଅସମର୍ଥ ହେଉଥିବା ବେଲେ ଜମି ମାଳିକ କର ପାଇଁ ବାଧ୍ୟ କରିବା ମାନବିକତାର ପରିସର ବହିର୍ଭୂକ୍ତ ଅଟେ। ଏହି ଚାଷୀ ଜଣକ ଅନେକ ଥର ନିଜର ଦୁଃଖ ଜଣାଇବା ପାଇଁ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ଫସଲର କ୍ଷୟକ୍ଷତି ଆକଳନ କରି କ୍ଷତି ପୁରାଣ ପାଇଁ ଗୁହାରି କରିଛନ୍ତି ତହସିଲଦାର ତଥା ଆର୍ ଏମ୍ ସି ସମ୍ପାଦକଙ୍କୁ। ହେଲେ କେହି ତାଙ୍କର ଦୁଃଖ ଶୁଣି ନଥିଲେ। ଏପଟେ କର ଦେବା ଚିନ୍ତାକୁ ଫସଲ ଋଣର ବୋଝ ।୨୫ଏକର ଜମି ରୁ ୪ଏକର ଜମିର ଧାନ କଟା ହୋଇ ପଡ଼ିଛି ଯାହା ଗଜା ମାରିଛି ଆଉ ୨ଏକର ଧାନ କଟା ବି ହୋଇନି। ବିଲରେ ନ ପଡ଼ି ଧାନ ଗଛରେ ଗଜା ଧରିଛି। ଏଭଳି ପରିସ୍ଥିତିରେ କୌଣସି ବିକଳ୍ପ ରାସ୍ତା ନପାଇ ଆଜି ପରିବାରର ସମସ୍ତ ସଦସ୍ୟ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ତହସିଲଦାର ଦୁର୍ୟ୍ୟୋଧନ ଭୋଇ ସତ୍ୟା ସତ୍ୟ ବୁଝି ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ଆତ୍ମହତ୍ୟାରୁ ଓହରି ଆସିଥିଲେ। କିନ୍ତୁ ଯଦି ଭବିଷ୍ୟତରେ ଧାନ ସମ୍ପୂର୍ଣ ରୂପେ ବିକ୍ରି ନହୁଏ ତେବେ ଆତ୍ମହତ୍ୟା ସୁନିଶ୍ଚିତ ବୋଲି ଚାଷୀ ଦୟାସାଗର କହିଛନ୍ତି। ସେହିପରି ଟୋପ ପଞ୍ଚାୟତ ଅନ୍ତର୍ଗତ ଖଲିଆପାଲିର ଚାଷୀ ଲଳିତ ମୋହନ ଦେବତା ଯିଏ କି ଜଣେ କ୍ଷୁଦ୍ର ଚାଷୀ। ଟୋକନ ବାତିଲ ହେବା ସହ କାଳ ବୈଶାଖର ବର୍ଷା ଯୋଗୁ ସେ ମଧ୍ୟ ଗୋଟିଏ ହେଲେ ଧାନ ବିକ୍ରି କରି ପାରି ନାହାଁନ୍ତି। ସବୁ ଧାନ ଭିଜି ଯାଇ ନଷ୍ଟ ହୋଇଛି। ଯାହା ଅମଳ ହୋଇଥିଲା ତାହା ବି ପାଣିରେ ଭିଜି ଯାଇ ବିକ୍ରି ଅଯୋଗ୍ୟ ବୋଲି ମିଲରୁ ଧାନ ଫେରି ଆସିଛି । ଆଉ ଅର୍ଦ୍ଧେକ ବିଲରେ ଗଜା ମାରି ଥିବା ଜଣାପଡିଛି। ତେବେ ଜଣେ ଚାଷୀର ଗୋଟିଏ ହେଲେ ଧାନ ବି ଯଦି ବିକ୍ରି ନ ହୁଏ ତେବେ ସେ କେମିତି ଚଳିବ ଏବଂ ଏଭଳି ପରିସ୍ଥିତିରେ ତାର ମାନସିକ ସ୍ଥିରତା କେମିତି ରହିବ। ତେଣୁ ଆଜି ପରି ପରିସ୍ଥିତି ତାଙ୍କର ମଧ୍ୟ ନ ହେବ ଏହା କିଏ କହିବ । ଆଜି ଅନେକ ଚାଷୀ ଏହିଭଳି ପରିସ୍ଥିତିରେ ରହିଛନ୍ତି । ତେଣୁ ପ୍ରଶାସନ ଏଥିପ୍ରତି ତୁରନ୍ତ ଧ୍ୟାନ ଦେଇ ବିହିତ ପଦକ୍ଷେପ ନେବାପାଇଁ ଜଣ ସାଧାରଣରେ ଦାବି ହେଉଛି। ନହେଲେ ଚାଷୀ ଆତ୍ମହତ୍ୟାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories