www.samajalive.in
Saturday, December 13, 2025
26.1 C
Bhubaneswar

ଆଫଗାନ ସୈନ୍ୟଙ୍କ ଜବାବି ଆକ୍ରମଣରେ ୨୫୮ ତାଲିବାନ ଆତଙ୍କି ନିହତ

କାବୁଲ: ଗୁରୁବାର ଦିନ ଆଫଗାନିସ୍ତାନ ସୈନ୍ୟଙ୍କ ଜବାବି ଆକ୍ରମଣରେ ୨୫୮ ଜଣ ତାଲିବାନ ଆତଙ୍କି ପ୍ରାଣ ହରାଇଥିବା ଜଣାଯାଇଛି । ଏଥିସହିତ ୧୫୬ ଜଣ ଆହତ ହୋଇଛନ୍ତି । ଆଫଗାନିସ୍ତାନର ବିଭିନ୍ନ ପ୍ରଦଶେରେ ସଂପ୍ରତି ତାଲିବାନ ଆତଙ୍କିମାନେ ବ୍ୟାପକ ଅରାଜକତା ଆରମ୍ଭ କରିଦେଇଥିବାବେଳେ ଆଫଗାନ ନ୍ୟାସନାଲ ସିକ୍ୟୁରିଟି ଫୋର୍ସ ପକ୍ଷରୁ ସେମାନଙ୍କ ବିରୁଦ୍ଧରେ ଜୋରଦାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଟ୍ୱିଟ୍‍ କରି କହିଛନ୍ତି ଯେ ନାନଗରହର, ଲାଘମ୍ୟାନ, ଫରୟାବ, ବାଲ୍‍ଖ, ତଖର, ଘୋର, ହେରାତ, ଜବୁଲ, ପାକ୍‍ତିଆ ଏବଂ ହେଲମଣ୍ଡ ସମେତ ଅନେକ ପ୍ରଦେଶରେ ସେନା କାର୍ଯ୍ୟାନୁଷ୍ଠାନରେ ଏହି ଆତଙ୍କି ପ୍ରାଣ ହରାଇଛନ୍ତି । ତତ୍‍ସହିତ ଦେଶର ସୈନ୍ୟବାହିନୀ ୭୬ଟି ଆଇଇଡି ଜବତ କରିବା ସହିତ ସେଗୁଡିକୁ ନିଷ୍କ୍ରିୟ କରିଦେଇଛନ୍ତି । ଆମେରିକା ଏବଂ ଉତ୍ତର ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ (ନାଟୋ) ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହେବାପରେ ତାଲିବାନ ଆତଙ୍କିଙ୍କ ଆକ୍ରମଣ ବୃଦ୍ଧିପାଇଥିବା ଜଣାଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories