www.samajalive.in
Saturday, December 6, 2025
26.1 C
Bhubaneswar

ଜାମ୍ବିଆ ମହିଳାଙ୍କ ଠାରୁ ଜବତ ହେଲା ୨୧ କୋଟି ଟଙ୍କା ମୂଲ୍ୟର ହେରୋଇନ

ମୁମ୍ବଇ: ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଅଧିକାରୀମାନେ ଗୁରୁବାର ଜାମ୍ବିଆର ଜଣେ ମହିଳାଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୨୧ କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ କରିଛନ୍ତି। ଉକ୍ତ ମହିଳାଙ୍କ ନାମ ଜୁଲିଆନା ମୁତାଲେ ବୋଲି ଜଣାଯାଇଛି। ସେ ଜୋହାନ୍ସବର୍ଗରୁ ଦୋହା ବାଟଦେଇ ମୁମ୍ବଇ ଆସିଥିଲେ। ତେବେ ଗୁଇନ୍ଦା ସୂଚନା ପାଇବା ପରେ ବିଭାଗୀୟ ଅଧିକାରୀମାନେ ମୁମ୍ବଇ ବିମାନ ବନ୍ଦରରେ ଜୁଲିଆନାଙ୍କ ଷ୍ଟ୍ରୋଲି ବ୍ୟାଗ ଯାଞ୍ଚ କରିବା ପରେ ତାହା ଭିତରୁ ଏକ ପ୍ୟାକେଟ ହେରୋଇନ ମିଳିଥିଲା। ତେବେ ମହିଳା ଜଣକ କହିଛନ୍ତି ଯେ କେହିଜଣେ ତାଙ୍କୁ ଉକ୍ତ ପ୍ୟାକେଟ ଜୋହାନ୍ସବର୍ଗରେ ଦେଇଥିଲେ ଏବଂ ତାହା ମୁମ୍ବଇର ଜଣେ ବ୍ୟକ୍ତିଙ୍କୁ ଦେବାକୁ କୁହାଯାଇଥିଲା। ଅବଶ୍ୟ ସେ ଟଙ୍କା ରୋଜଗାର ପାଇଁ ବେଆଇନ ଭାବରେ ନିଶା ଦ୍ରବ୍ୟ କାରବାର କରୁଥିବା କଥାକୁ ସ୍ୱୀକାର କରିଛନ୍ତି। ସ୍ଥାନୀୟ ଏକ ଅଦାଲତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଗତ ଛଅମାସ ମଧ୍ୟରେ ମୁମ୍ବଇ ବିମାନ ବନ୍ଦରରୁ ଏଭଳି ମାରାତ୍ମକ ନିଶାଦ୍ରବ୍ୟ ଜବତ କରାଯିବା ଏହା ଚତୁର୍ଥ ଘଟଣା ବୋଲି ଜଣାଯାଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories