www.samajalive.in
Monday, December 8, 2025
27.1 C
Bhubaneswar

କୃଷି କ୍ଷେତ୍ରରେ ସୌରଶକ୍ତି ବ୍ୟବହାର ପାଇଁ ଖର୍ଚ୍ଚହେବ ୨୦,୦୦୦ କୋଟି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର କୃଷି କ୍ଷେତ୍ରରେ ସୌର ଶକ୍ତି ଉପଯୋଗ କରିବାକୁ ୨୦,୦୦୦ କୋଟି ଟଙ୍କା ବ୍ୟୟରେ ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଏହାଦ୍ୱାରା କୃଷି କ୍ଷେତ୍ରକୁ ଚବିଶ ଘଣ୍ଟିଆ ଏବଂ ସ୍ୱଳ୍ପ ମୂଲ୍ୟରେ ବିଦ୍ୟୁତ ଯୋଗାଣ ସମ୍ଭବ ହୋଇପାରିବ ବୋଲି କେନ୍ଦ୍ର ଶକ୍ତି ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଆର କେ ସିଂ କହିଛନ୍ତି । ଏଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ୟୀ ସିଂ କହିଛନ୍ତି, ଏହି ଆକାଂକ୍ଷୀ ଯୋଜନା ଖୁବଶୀଘ୍ର କେନ୍ଦ୍ର କ୍ୟାବିନେଟ ନିକଟରେ ଉପସ୍ଥାପନ କରାଯିବ । ଏଥିରେ କୃଷିକ୍ଷେତ୍ର ବିଦ୍ୟୁତ ଫିଡରଗୁଡିକୁ ସୌରଶକ୍ତି ଚାଳିତ କରାଯିବ । ଏ ବାବଦ ଖର୍ଚ୍ଚ ରାଜ୍ୟଗୁଡିକ ସେମାନଙ୍କ କୃଷି ସବ୍‍ସିଡିରୁ ଯୋଗାଇ ଦେଇପାରନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଦେଶର ସମୁଦାୟ କୃଷିକ୍ଷେତ୍ରକୁ ସୌରଶକ୍ତି ଚାଳିତ କରିବା ପାଇଁ ୧୧୦ ଜିଗାୱାଟ ଉତ୍ପାଦନ କ୍ଷମତା ସ୍ଥାପନ କରିବାକୁ ହେବ ।
କୃଷିମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ସରକାର ଲଦାଖରେ ୧୧ ଜିଗାୱାଟ କ୍ଷମତା ବିଶିଷ୍ଟ ଏକ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରିବାକୁ ଯାଉଛନ୍ତି । ସେଠାରୁ ବିଦ୍ୟୁତ ଅନ୍ୟତ୍ର ସ୍ଥାନାନ୍ତର କରିବା ସକାଶେ ଆବଶ୍ୟକ ସର୍ଭେ କାର୍ଯ୍ୟ ଶେଷ ହୋଇଛି । ଚଳିତ ବର୍ଷ ଶେଷସୁଦ୍ଧା ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories