www.samajalive.in
Saturday, December 13, 2025
26.1 C
Bhubaneswar

ନକଲି ଔଷଧ କାରବାର,ମୁମ୍ବଇ ଗଲା ସ୍ବତନ୍ତ୍ର କାର୍ଯ୍ୟବଳ ଦଳ

ଭୁବନେଶ୍ବର: ନକଲି ଔଷଧ କାରବାର ଘଟଣାର ଖୋଳତାଡ଼ କରୁଥିବା ଅପରାଧ ନିୟନ୍ତ୍ରଣ ଶାଖାର ସ୍ବତନ୍ତ୍ର କାର୍ଯ୍ୟବଳର ଏକ ଦଳ ଶୁକ୍ରବାର ମାମଲାର ତଦନ୍ତ ଲାଗି ମୁମ୍ବଇ ଯାଇଛି। କଟକ କନିକା ଛକସ୍ଥିିତ ମହଜୁଦକାରୀ ମେଡିଲିଓଡ୍ ମେଡିକାମେ ପ୍ରାଇଭେଟ ଲିମିଟେଡ଼ର ମାଲିକ ଶିବପ୍ରସନ୍ନ ଜେନା ଏବଂ ଭେଷଜ ନିୟନ୍ତ୍ରକଙ୍କଠାରୁ ମିଳିଥିବା ତଥ୍ୟକୁ ଆଧାର କରି ସ୍ବତନ୍ତ୍ର କାର୍ଯ୍ୟବଳର ଏକ ଦଳ ମୁମ୍ବଇ ଯାଇଛି। ଓଡ଼ିଶାର ଏକମାତ୍ର ଔଷଧ ମହଜୁଦକାରୀ ମେଡିଲିଓଡ୍‌ ମେଡିକାମେ ହିମାଚଳ ପ୍ରଦେଶର ମାକ୍ସ ରିଲିଫ୍‌ ହେଲ୍‌ଥ କେୟାରଠାରୁ ନକଲି ଫାଭିପିରାଭିର(ଫାଭିମାକ୍ସ-୪୦୦) ମଗାଇଥିଲା।

ଓଡ଼ିଶାକୁ ଏହି ନକଲି ଔଷଧ ଚାଲାଣ ହେବା ପୂର୍ବରୁ ମହାରାଷ୍ଟ୍ର ଓ ରାଜସ୍ଥାନକୁ ମିଶାଇ ଅନେକ ରାଜ୍ୟକୁ ଏହି ନକଲି ଫାଭିମାକ୍ସ ଚାଲାଣ କରାଯାଇଥିଲା। ହିମାଚଳ ପ୍ରଦେଶର ଏହି ମାକ୍ସ ରିଲିଫ ହେଲ୍‌ଥ କେୟାର ସଂସ୍ଥା ପ୍ରସ୍ତୁତ ଫାଭିମାକ୍ସ ବଟିକା ନକଲି ବୋଲି ଜଣାପଡ଼ିବାରୁ ମୁମ୍ବଇ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ନକଲି ଔଷଧ ପ୍ରସ୍ତୁତକାରୀ ମାକ୍ସ ରିଲିଫ ହେଲ୍‌ଥ କେୟାରର ମୁଖ୍ୟ ସୁଦୀପ ମୁଖାର୍ଜୀଙ୍କୁ ଗିରଫ କରିଥିଲା। ସୁଦୀପଙ୍କୁ ସ୍ବତନ୍ତ୍ର କାର୍ଯ୍ୟବଳର ଦଳ ଜେରା କରିବ ବୋଲି ଜଣାପଡ଼ିଛି।

- Advertisement -

ଅପରାଧ ନିୟନ୍ତ୍ରଣ ଶାଖାର ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ହିମାଚଳ ପ୍ରଦେଶରୁ ଦେଶର ୧୪ଟି ରାଜ୍ୟକୁ ଏହି ନକଲି ଫାଭିମାକ୍ସ-୪୦୦ ଔଷଧ ଚାଲାଣ କରାଯାଇଥିଲା। ଏହା ପଛରେ ଏକ ବଡ଼ଧରଣର ଦଳ ଥିବା ଜଣାପଡ଼ିଛି। ରାଜ୍ୟକୁ ନକଲି ଔଷଧ ଚାଲାଣ କରାଯିବା ପଛରେ କାହାର ହାତ ରହିଛି ସେନେଇ ଖୋଳତାଡ଼ କରାଯିବ ବୋଲି ସେ କହିଛନ୍ତି। ରାଜ୍ୟର ଏକମାତ୍ର ମହଜୁଦ୍‌କାରୀ ମେଡିଲିଓଡ୍‌ର ମାଲିକଙ୍କୁ ଉପ ଭେଷଜ ନିୟନ୍ତ୍ରକ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories