www.samajalive.in
Thursday, December 11, 2025
16.1 C
Bhubaneswar

ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍ ଫାଇନାଲ,୧୫ ଜଣିଆ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଚଳିତମାସ ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥାମ୍ପଟନ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ବିସିସିଆଇ ୧୫ ଜଣିଆ ଭାରତୀୟ ଦଳ ମଙ୍ଗଳବାର ଘୋଷଣା କରିଛି। ଆଶା ଅନୁସାରେ ୧୫ ଜଣ ଟେଷ୍ଟ କ୍ରିକେଟ୍‌ ବିଶେଷଜ୍ଞ ଏହି ଦଳରେ ରହିଛନ୍ତି। ରୋହିତ ଶର୍ମା, ଚେତ୍ତେଶ୍ୱର ପୂଜାରା, ଅଧିନାୟକ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ଦଳର ବ୍ୟାଟିଂ ସମ୍ଭାଳିବେ। ଯୁବ ଓପ୍‌ନର ଶୁବ୍‌ମାନ ଗିଲ୍‌ ଘୋଷିତ ୧୫ ଜଣିଆ ଦଳରେ ରହିଥିବାରୁ ଅନ୍ୟ ଓପ୍‌ନର କେ.ଏଲ୍‌. ରାହୁଲ ଦଳରୁ ବାଦ୍ ପଡ଼ିଛନ୍ତି।

ଇଂଲଣ୍ଡ ଗସ୍ତରେ ଯାଇଥିବା ୨୦ ଜଣିଆ ଭାରତୀୟ ଦଳ ମଧ୍ୟରୁ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲ ପାଇଁ ୧୫ ଜଣଙ୍କ ନାମ ଘୋଷିତ ହୋଇଥିବା ବେଳେ ୫ ଜଣ ବାଦ୍ ପଡ଼ିଛନ୍ତି। ଯେଉଁମାନେ ବାଦ୍ ପଡ଼ିଛନ୍ତି; ସେମାନେ ହେଲେ ମୟଙ୍କ ଅଗ୍ରୱାଲ, କେ.ଏଲ୍‌. ରାହୁଲ, ସାର୍ଦ୍ଦୁଳ ଠାକୁର, ୱାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲ। ପ୍ରଥମ ପସନ୍ଦର ୱିକେଟ ରକ୍ଷକ ଋଷଭ ପନ୍ତ୍ ଦଳରେ ଥିବା ବେଳେ ଅତିରିକ୍ତ ୱିକେଟ ରକ୍ଷକ ଭାବେ ଋଦ୍ଧିମାନ ଶାହାଙ୍କୁ ମଧ୍ୟ ଦଳରେ ରଖାଯାଇଛି। ପେସ୍ ବୋଲର ଭାବେ ରହିଛନ୍ତି ଉମେଶ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ୍ ଓ ଈଶାନ୍ତ ଶର୍ମା। ଦୁଇ ସ୍ପିନର ଆର୍. ଅଶ୍ବିନ ଓ ରବୀନ୍ଦ୍ର ଜାଡ଼େଜା ଦଳରେ ରହିଛନ୍ତି। ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍ ଭାବେ ହନୁମା ବିହାରୀ ମଧ୍ୟ ରହିଛନ୍ତି।

- Advertisement -

ଭାରତୀୟ ଦଳ: ରୋହିତ ଶର୍ମା, ଶୁବ୍‌ମାନ ଗିଲ୍‌, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ୍, ଋଦ୍ଧିମାନ ଶାହା (ଉଭୟେ ୱିକେଟ ରକ୍ଷକ), ରବୀନ୍ଦ୍ର ଜାଡ଼େଜା, ହନୁମା ବିହାରୀ, ଉମେଶ ଯାଦବ, ରବିଚନ୍ଦ୍ରନ ଅଶ୍ବିନ, ମହମ୍ମଦ ସାମି, ଈଶାନ୍ତ ଶର୍ମା, ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସିରାଜ୍।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories