www.samajalive.in
Saturday, December 13, 2025
26.1 C
Bhubaneswar

କୋଭିଡ ମୃତ୍ୟୁର ସ୍ୱତନ୍ତ୍ର ଅଡିଟ କରାଯାଉ : କଂଗ୍ରେସ

ଭୁବନେଶ୍ୱର : ରାଜ୍ୟ ସରକାର କୋଭିଡ ମୃତକଙ୍କ ପତ୍ନୀ ଓ ଅନାଥ ପିଲାଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ମାତ୍ର କୋଭିଡ ମୃତ୍ୟୁ ସମ୍ପର୍କରେ ସଠିକ ତଥ୍ୟ ଲୁଚାଇ ମିଥ୍ୟା ତଥ୍ୟରେ ତାହା କିଭଳି ସମ୍ଭବ ହେବ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ସରକାର ନିଜକୁ କୋଭିଡ ମୁକାବିଲାରେ ଦେଶରେ ଏକନମ୍ବର କରିବା ପାଇଁ କୋଭିଡ ମୃତ୍ୟୁର ସଠିକ ତଥ୍ୟକୁ ଲୁଚାଇବାରେ ବ୍ୟସ୍ତ ବୋଲି ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ କୋଭିଡ ମୃତ୍ୟୁର ସ୍ୱତନ୍ତ୍ର ଅଡିଟ କରିବାକୁ ସେ ଦାବୀ କରିବା ସହିତ ଆଗାମୀ ଦିନରେ କଂଗ୍ରେସ ଏହାକୁ ନେଇ ରାଜରାସ୍ତାକୁ ଯିବ ବୋଲି ଚେତାବନୀ ଦେଇଛନ୍ତି।
କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି ନୟାଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିକଟକୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଏବଂ ରାଜ୍ୟ ସରକାର ତାଙ୍କ ଅଫିସିଆଲ ପୋର୍ଟାଲରେ ଦେଇଥିବା ତଥ୍ୟ ମେଳଖାଉ ନାହିଁ। ତେଣୁ ଏହା ସିଧାସଳଖ ପ୍ରମାଣିତ କରୁଛି ଯେ ରାଜ୍ୟ ସରକାର ନିଜର ଭାବମୂର୍ତି ବଞ୍ଚାଇ ରଖିବା ପାଇଁ ଏବଂ କୋଭିଡ ମୁକାବିଲାରେ ହୋଇଥିବା ବିଫଳତାକୁ ଘୋଡାଇବା ପାଇଁ କୋଭିଡ ମୃତ୍ୟୁର ବାସ୍ତବ ତଥ୍ୟକୁ ଲୁଚାଇ ରଖିବା ସହିତ ରାଜ୍ୟର ୪.୫ କୋଟି ଲୋକଙ୍କୁ ଅନ୍ଧାରରେ ରଖିଛନ୍ତି। ସୂଚନାଯୋଗ୍ୟ, ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଯେଉଁ ତଥ୍ୟ ଦେଇଛନ୍ତି ସେଥିରେ କୁହାଯାଇଛି ଯେ, ନୟାଗଡ଼ ଜିଲ୍ଲାରେ ଦ୍ୱିତୀୟ ଲହରରେ ପ୍ରଥମ କୋଭିଡ ମୃତ୍ୟୁ, ଚାନ୍ଦପୁର କୋଭିଡ ହସପିଟାଲ ୨୮.୪.୨୦୨୧ରେ ହୋଇଥିଲା ଏବଂ ରିପୋର୍ଟ ଦେବା ପର୍ଯ୍ୟନ୍ତ ଚାନ୍ଦପୁର କୋଭିଡ ହସପିଟାଲରେ ୧୧୭ଜଣଙ୍କର କୋଭିଡରେ ମୃତ୍ୟୁ ଘଟିଛି। ସେଥି ମଧ୍ୟରୁ ୨୧ଜଣ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ବେଳେ ଅନ୍ୟସମସ୍ତ ନୟାଗଡ଼ ଜିଲ୍ଲାର ଏବଂ ରାଜ୍ୟ ସରକାର ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଯେଉଁ ତଥ୍ୟ ଦେଇଛନ୍ତି ସେଥିରେ କୁହାଯାଇଛି ପ୍ରଥମ ଏବଂ ଦ୍ୱିତୀୟ ଲହରରେ ସେହି ନୟାଗଡ଼ ଜିଲ୍ଳାରେ ୫୯ଜଣ ମୃତ୍ୟୁ ଘଟିଛି। ନୟାଗଡ଼ରେ ଏହି ଘଟଣା ଭାତ ହାଣ୍ଡିରୁ ଗୋଟିଏ ମାତ୍ର।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ୍‍ ଦାଶ ଓ ଜିନେସ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories