www.samajalive.in
Thursday, December 11, 2025
16.1 C
Bhubaneswar

ରାଜ୍ୟରେ ୮ ଲକ୍ଷ ଟପିଲା ଆରୋଗ୍ୟଙ୍କ ସଂଖ୍ୟା, ଆଉ ୮୧୮୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୮ ଲକ୍ଷ ଟପିଛି। ସୋମବାର ଆଉ ୮ ହଜାର ୧୮୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮ ଲକ୍ଷ ୪ ହଜାର ୯୮୧କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୯୮୭, କଟକରୁ ୮୬୭, ଅନୁଗୋଳରୁ ୭୪୫, ଯାଜପୁରରୁ ୫୧୬, ବାଲେଶ୍ୱରରୁ ୪୨୩, ନୟାଗଡ଼ରୁ ୪୧୮, ଜଗତସିଂହପୁର ୩୯୭, ମୟୂରଭଞ୍ଜରୁ ୩୬୭, ଢେଙ୍କାନାଳରୁ ୩୩୨, ପୁରୀରୁ ୩୦୪ ଏବଂ ବୌଦ୍ଧରୁ ୩୦୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

- Advertisement -

ସେହିପରି ସୁନ୍ଦରଗଡରୁ ୨୬୭, କୋରାପୁଟରୁ ୨୪୨, ଭଦ୍ରକରୁ ୨୩୭, କେନ୍ଦ୍ରାପଡ଼ାରୁ ୨୨୪, ବରଗଡ଼ରୁ ୧୮୨, ନବରଙ୍ଗପୁରରୁ ୧୭୧, କଳାହାଣ୍ଡିରୁ ୧୬୪, କେନ୍ଦୁଝରରୁ ୧୧୪, ରାୟଗଡାରୁ ୧୧୦, ସମ୍ବଲପୁରରୁୁ ୧୦୨, ମାଲକାନଗିରିରୁ ୯୭, ବଲାଙ୍ଗିରରୁ ୮୮, ସୁବର୍ଣ୍ଣପୁରରୁ ୮୪, ଝାରସୁଗୁଡାରୁ ୬୯ ଓ କନ୍ଧମାଳରୁ ୬୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ଗଞ୍ଜାମରୁ ୫୫, ଗଜପତିରୁ ୪୫, ଦେବଗଡ଼ ଓ ନୂଆପଡ଼ାରୁ ୩୦ ଜଣ ଲେଖାଁଏ ଏବଂ ଷ୍ଟେଟ ପୁଲରୁ ୧୪୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହ ରାଜ୍ୟରେ ଏଯାବତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮ ଲକ୍ଷ ୪ ହଜାର ୯୮୧ରେ ପହଞ୍ଚିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories