www.samajalive.in
Saturday, December 6, 2025
23.1 C
Bhubaneswar

ହାତରେ ମେହେନ୍ଦି, ମୁଣ୍ଡରେ କୁଙ୍କୁମ ଓ ପାଦରେ ଅଳତା : ଆଜି ପହିଲି ରଜ………..

ଆଜି ପହିଲି ରଜ ।  ’ରଜ ପର୍ବ’ ପାଇଁ ଆଜି ସାରା ରାଜ୍ୟ ଉତ୍ସବ ମୁଖର । ଓଡ଼ିଶାର ପାମ୍ପରିକ ଗଣ ପର୍ବ ରଜ ପର୍ବ। ତିନିଦିନଧରି ଓଡ଼ିଶାର ସହର ଠାରୁ ପୁରପଲ୍ଲୀରେ ରଜର ଆସର ଘରେ ଘରେ ଜମିଥାଏ। ରଜ ପର୍ବର ପ୍ରଥମ ଦିନ ପହିଲି ରଜ । ବୃଷ ମାସର ଶେଷ ଦିନ, ମିଥୁନ ମାସର ଆରମ୍ଭ ଓ ତା ପରଦିନ ଏହି ଦିନରେ ରଜ ପର୍ବ ପାଳନ କରାଯାଏ । ପ୍ରଥମ ଦିନକୁ ପହିଲି ରଜ, ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ ବୋଲି କୁହାଯାଏ । ଚତୁର୍ଥ ଦିନ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ହୁଏ । ରଜ ପର୍ବର ଆସର ରଜଦୋଳି ଓ ପୋଡ଼ପିଠାରେ ଅଧିକ ଜମିଥାଏ। ପୋଡ଼ପିଠା ଖିଆଯାଏ ଯେତିକି, ବଣ୍ଟାଯାଏ ତା’ଠୁ ଅଧିକ। ଧନୀ-ଗରିବ ଜାତିଭେଦ ନିର୍ବିଶେଷରେ ସମସ୍ତଙ୍କ ଘରେ ଏହି ପର୍ବ ପାଳିତ ହୋଇଥାଏ।
ପାରମ୍ପରିକ ରଜ ପର୍ବ ପାଇଁ ଗାଁରୁ ସହର, ଚାରିଅଡେ ଆଜି ଉତ୍ସବର ପରିବେଶ । ଘରେ ଘରେ ଏବେ ପୋଡ ପିଠା ଓ ରଜ ପାନର ଆସର । ହାତରେ ମେହେନ୍ଦି, ମୁଣ୍ଡରେ କୁଙ୍କୁମ ଓ ପାଦରେ ଅଳତା ସହ ନୂଆ ପୋଷାକରେ ଝିଅମାନେ ଗାଁ ଗାଁ ବୁଲିବା ସହିତ ରଜ ଦୋଳି ଖେଳ ଓ ଗୀତର ସ୍ବର ଏକ ଭିନ୍ନ ପରିବେଶ ସୃଷ୍ଟି କରିଛି । ମାତ୍ର ଚଳିତ ବର୍ଷ କରୋନା ମହାମାରୀ ପାଇଁ ସଭିଁଏଁ ଘରେ ରହି ପିଠା ଖାଇ ରଜ ପାଳନ କରୁଛନ୍ତି।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories