www.samajalive.in
Saturday, December 6, 2025
15.1 C
Bhubaneswar

ଯୁବତୀଙ୍କ ଗର୍ଭାଶୟରୁ ବାହାରିଲା ୧୦୬ ଟ୍ୟୁମର

ନୂଆଦିଲ୍ଲୀ: ତାଙ୍କର ତଳିପେଟ ଏଭଳି ଫୁଲିଯାଇଥିଲା, ସତେଯେମିତି ସେ ଆଠମାସର ଗର୍ଭବତୀ। ପେଟରେ ଅସହ୍ୟ ଯନ୍ତ୍ରଣା ହେଉଥିଲା। ଡାକ୍ତରଖାନାକୁ ଯାଇ ପରୀକ୍ଷା କରାଇବା ପରେ ଯୁବତୀଙ୍କ ଗର୍ଭାଶୟରେ ଟ୍ୟୁମର ହୋଇଥିବା ଜଣାପଡିଲା। ଡାକ୍ତରମାନେ ତାଙ୍କୁ ଅସ୍ତ୍ରୋପଚାର କରି ଟ୍ୟୁମର କାଢିବାକୁ ପରାମର୍ଶ ଦେଲେ। ତେବେ ଅସ୍ତ୍ରୋପଚାର ସମୟରେ ଡାକ୍ତରମାନେ ଯାହା ଦେଖିଲେ, ଆଶ୍ଚର୍ଯ୍ୟ ନହୋଇ ରହିପାରିଲେ ନାହିଁ। ଯୁବତୀଙ୍କ ଗର୍ଭାଶୟରୁ ଛୋଟ ବଡ ହୋଇ ୧୦୬ଟି ଟ୍ୟୁମର ବାହାର କରାଗଲା।
ଏମିତି ଏକ ଘଟଣା ଘଟିଛି ନୂଆଦିଲ୍ଲୀରେ। ଉକ୍ତ ଯୁବତୀଙ୍କ ବୟସ ୨୯ ବର୍ଷ। କିନ୍ତୁ ଅବିବାହିତା। ତାଙ୍କ ତଳିପେଟ କ୍ରମଶଃ ଫୁଲିବା ପରେ ସେ ଚିନ୍ତାରେ ପଡିଗଲେ। କ୍ରମଶଃ ତାହା ଏତେବଡ ହୋଇଗଲା ଯେ କେହି ଦେଖିଲେ ଭାବିବେ ସେ ଗର୍ଭବତୀ ହୋଇଛନ୍ତି। ଯୁବତୀ ଜଣକ ଡାକ୍ତରଖାନାକୁ ଯାଇ ପରୀକ୍ଷା କରାଇବା ପରେ ତାଙ୍କ ଗର୍ଭାଶୟରେ ଟ୍ୟୁମର ହୋଇଥିବା ଜାଣିବାକୁ ପାଇଲେ। ତେବେ ତାଙ୍କ ଶରୀରରେ ହେମୋଗ୍ଲୋବିନ ପରିମାଣ ଯଥେଷ୍ଟ କମ୍‍ ରହିଥିଲା। ଏଭଳି ପରିସ୍ଥିତିରେ ଅସ୍ତ୍ରୋପଚାର କରିବା ସମ୍ଭବ ନଥିଲା। ତାହାଛଡା ପରିସ୍ଥିତି ଏତେ ଜଟିଳ ହୋଇପଡିଥିଲା ଯେ ଡାକ୍ତରମାନେ ତାଙ୍କ ଗର୍ଭାଶୟକୁ ସଂପୂର୍ଣ୍ଣ ଭାବରେ ବାହାର କରିଦେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଯୁବତୀ ଜଣକ ନିଜ ଭବିଷ୍ୟତକୁ ଦୃଷ୍ଟିରେ ରଖି ଗର୍ଭାଶୟ ଅକ୍ଷତ ରଖିବାକୁ ଚାହିଁଥିଲେ। ଶେଷରେ ନୂଆଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଗଲା। ପ୍ରଥମେ ତାଙ୍କ ଶରୀରରେ ହେମୋଗ୍ଲୋବିନ ପରିମାଣ ବୃଦ୍ଧି କରାଗଲା। ଏହାପରେ ଅସ୍ତ୍ରୋପଚାର ହେଲା। ଏଥିପାଇଁ ଡାକ୍ତରୀଦଳକୁ ସାଢେ ଚାରିଘଣ୍ଟା ଲାଗିଥିଲା। ଶେଷରେ ଯୁବତୀଙ୍କ ଗର୍ଭାଶୟରୁ ଛୋଟ ବଡ ହୋଇ ୧୦୬ଟି ଟ୍ୟୁମର ବାହାରିଲା। ତେବେ ତାଙ୍କ କ୍ଷେତ୍ରରେ ହିଷ୍ଟେରେକଟୋମି କରାନଯାଇ ମାୟୋମେକଟୋମି କରାଗଲା। ତାଙ୍କ ଗର୍ଭାଶୟକୁ ମଧ୍ୟ ଡାକ୍ତରୀଦଳ ଅକ୍ଷତ ରଖିବାରେ ସଫଳ ହୋଇଥିଲେ। ସୂଚନାଯୋଗ୍ୟ ଯେ ଉକ୍ତ ଯୁବତୀଙ୍କ ଭଉଣୀ ମଧ୍ୟ ଅନୁରୂପ ଭାବେ ଗର୍ଭାଶୟ ଟ୍ୟୁମରରେ ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କ ଗର୍ଭାଶୟରୁ ୨୦୧୫ରେ ସେହି ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଯାଇ ୪୮ଟି ଟ୍ୟୁମର ବାହାର କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ଚିକିତ୍ସା ପାଇଁ ସେ ନଆସିବା ଏବଂ ନିଜର ଉପଯୁକ୍ତ ଯତ୍ନ ନନେବା କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା। ଅବଶ୍ୟ ଏହି ଯୁବତୀଙ୍କ ଅସ୍ତ୍ରୋପଚାର ପରେ ସେ ସୁସ୍ଥ ହୋଇଛନ୍ତି ଏବଂ ଡାକ୍ତରଙ୍କ ତତ୍ୱାବଧାନରେ ରହିଛନ୍ତି। ଯୁବତୀଙ୍କ ପରିବାରବର୍ଗ ଏଥିପାଇଁ ସମୁଦାୟ ଡାକ୍ତରୀଦଳକୁ ଧନ୍ୟବ ାଦ ଜଣାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories