www.samajalive.in
Saturday, December 13, 2025
21.1 C
Bhubaneswar

୮ ମାସର ଗର୍ଭବତୀ; ତଥାପି ରୋଗୀଙ୍କ ଚିକିତ୍ସାରେ ସମର୍ପିତ

କାଠୁଆ: ବର୍ଷକରୁ ଅଧିକ ସମୟ ହେଲା କୋଭିଡ ୧୯ ମହାମାରୀ ଦେଶକୁ ଭୀତତ୍ରସ କରିଦେଇଛି। କୋଭିଡରେ ଆକ୍ରାନ୍ତ ହୋଇ ଅନେକ ପ୍ରାଣ ହରାଇଲେଣି। ଡାକ୍ତରଖାନାରେ ଚିକିତ୍ସିତ ହୋଇ ଅନେକଙ୍କର ଜୀବନ ରକ୍ଷା ହୋଇପାରିଛି। ଏହି ଭୂତାଣୁ ବିରୋଧୀ ଲଢେଇରେ ଆକ୍ରାନ୍ତଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ଦେଶର ଚିକିତ୍ସକଗଣ। ସେମାନଙ୍କ ମଧ୍ୟରୁ ଅନେକ ଏଥିରେ ସଂକ୍ରମିତ ହୋଇ ସେମାନଙ୍କର ମୃତ୍ୟୁ ଘଟିସାରିଲାଣି। ତଥାପି ସେମାନେ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟରୁ ତିଳେହେଲେ ପଛଘୁଞ୍ଚା ଦେଇନାହାନ୍ତି।
ଏହିଭଳି ଜଣେ ମହିଳା ଡାକ୍ତର ହେଉଛନ୍ତି ଡା.ଶିବାନି। ଜାମ୍ମୁ କାଶ୍ମୀରର କାଠୁଆ ଜିଲା ଅନ୍ତର୍ଗତ ଲଖନପୁରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧିକାରୀ ଭାବରେ କାର୍ଯ୍ୟରତ ଡା. ଶିବାନି। ତେବେ କଥା ହେଉଛି ସଂପ୍ରତି ସେ ଆଠମାସର ଗର୍ଭବତୀ। ଏଭଳି ପରିସ୍ଥିତିରେ ସେ ନିଜର ଏବଂ ନିଜ ଗର୍ଭସ୍ଥ ସନ୍ତାନ କଥା ଚିନ୍ତା ନକରି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଗୁରୁତ୍ୱ ଦେଉଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ମାସରେ ତାଙ୍କର ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ହୋଇଥିଲା। ସେତେବେଳେ ସେ ପାଞ୍ଚମାସର ଗର୍ଭବତୀ ଥିଲେ। କୋଭିଡ ସଂକ୍ରମଣ ବ୍ୟାପିବା ପରେ ସେ ପ୍ରଥମେ ପ୍ରଥମେ କିଛିଟା ଭୟଭୀତ ହୋଇପଡିଥିଲେ। କିନ୍ତୁ ସବୁକିଛି ଭଗବାନଙ୍କ ଉପରେ ଛାଡିଦେଇ ରୋଗୀ ଚିକିତ୍ସା ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ତାହା ଏପର୍ଯ୍ୟନ୍ତ ଚାଲିଛି। ତାଙ୍କୁ କୋଭିଡ ରୋଗୀଙ୍କ ଚିକିତ୍ସା ଦାୟିତ୍ୱ ଦିଆଯାଇନଥିଲେ ମଧ୍ୟ ସେ କୋଭିଡ କଟକଣା ପାଳନ କରି ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରୋଗୀସେବା କରୁଛନ୍ତି। ତାଙ୍କ ଶ୍ୱଶୁର ଘର ଲୋକ ତାଙ୍କୁ ଏ କ୍ଷେତ୍ରରେ ପୂର୍ଣ୍ଣ ସମର୍ଥନ ଓ ସହଯୋଗ ଯୋଗାଇ ଦେଉଛନ୍ତି। ତାଙ୍କ ସ୍ୱାମୀ ପ୍ରତି ଦୁଇ ତିନିଘଣ୍ଟାରେ ତାଙ୍କୁ ଫୋନକରି ତାଙ୍କ କଥା ବୁଝୁଛନ୍ତି। ତାଙ୍କର ସମୁଦାୟ ଚିକିତ୍ସା ଟିମ ମଧ୍ୟ ଶିବାନିଙ୍କୁ ପୂର୍ଣ୍ଣ ସହଯୋଗ ଏବଂ ପ୍ରେରଣା ଦେଉଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories