www.samajalive.in
Saturday, December 6, 2025
26.1 C
Bhubaneswar

୩ ଫୁଟ ଲମ୍ବ ଖଣ୍ଡାରେ କେକ୍‍ କାଟିଲେ ବ୍ରିଟେନର ମହାରାଣୀ

ଲଣ୍ଡନ: ଶନିବାର ଦିନ ଜି୭ ରାଜ୍ୟଗୋଷ୍ଠୀ ନେତୃବୃନ୍ଦଙ୍କର ଶିଖର ସମ୍ମିଳନୀ ଉଦଘାଟିତ ହୋଇଥିଲା କର୍ନୱାଲରେ। ସାରା ବିଶ୍ୱ ମହାମାରୀ ସମୟରେ ଜି୭ ନେତୃବୃନ୍ଦ କେଉଁ ପ୍ରସଙ୍ଗ ଉପରେ ଆଲୋଚନା କରିବେ ଏବଂ ଶିଖର ସମ୍ମିଳନୀରୁ କି ନିଷ୍କର୍ସ ବାହାରିବ ତାହାକୁ ସମସ୍ତେ ଉତ୍ସୁକତାର ସହିତ ଅପେକ୍ଷା କରିବା ସ୍ୱାଭାବିକ। କିନ୍ତୁ ଉଦଘାଟନୀ ଉତ୍ସବ ପୂର୍ବରୁ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ବ୍ରିଟେନର ମହାରାଣୀ ଏଲିଜାବେଥ୍‍ ଦ୍ୱିତୀୟ ମୁଖ୍ୟ ଆକର୍ଷଣ ପାଲଟିଗଲେ। ଶିଖର ସମ୍ମିଳନୀ ଶୁଭାରମ୍ଭ ପୂର୍ବରୁ ଶୁକ୍ରବାର ପୂର୍ବାହ୍ନରେ ସମବେତ ରାଷ୍ଟ୍ରମୁଖ୍ୟମାନଙ୍କ ସମ୍ମାନାର୍ଥେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଲିଜାବେଥ୍‍ ଦ୍ୱିତୀୟ ଏକ କେକ୍‍ କାଟିଥିଲେ। ସାଧାରଣତଃ କେକ୍‍ ଏକ ଛୁରି ସାହାଯ୍ୟରେ କଟାଯାଇଥାଏ। କିନ୍ତୁ ମହାରାଣୀ ତିନିଫୁଟ ଲମ୍ବ ଏକ ଖଣ୍ଡାରେ ଉକ୍ତ କେକ୍‍ କାଟିଥିଲେ। ଇଡେନ ପ୍ରୋଜେକ୍ଟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ କେମ୍ବ୍ରିଜର କ୍ୟାଥେରାଇନ, କର୍ନୱାଲର କାମିଲା ଯୋଗଦେଇଥିଲେ। ଏଲିଜାବେଥ୍‍ ଦ୍ୱିତୀୟଙ୍କ ଶାସନର ସାତ ଦଶନ୍ଧି ପୂର୍ତ୍ତି ପାଳନ ଉଦ୍ଦେଶ୍ୟରେ ଏହିଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଖଣ୍ଡାଟି ଓଜନିଆ ଥିବା ଏବଂ ରାଣୀଙ୍କ ବୟସକୁ ଦେଖି ରାଣୀ ଗୋଟିଏ ହାତରେ ଖଣ୍ଡାଧରି କେକ୍‍ କାଟିବା ସମ୍ଭବନୁହେଁ ବୋଲି କାମିଲା ଲକ୍ଷ୍ୟ କରିବା ପରେ ରାଣୀଙ୍କୁ ଦୁଇ ହାତରେ ଖଣ୍ଡାଧରି କେକ୍‍ କାଟିବାକୁ କହିଥିଲେ। ଏହାପରେ ରାଣୀ ଉକ୍ତ ବିଶାଳ କେକ୍‍ କାଟିଥିଲେ। ଉତ୍ସବରେ କେଟ ମିଡଲଟନ୍‍ ମଧ୍ୟ ଉତ୍ସୁକତାର ସହିତ କେକ୍‍ କଟାକୁ ଲକ୍ଷ୍ୟ କରୁଥିଲେ। ସୂଚନାଯୋଗ୍ୟ ଯେ ପାରମ୍ପରିକ ଭାବରେ କାହାକୁ ନାଇଟହୁଡ୍‍ ଉପାଧି ପ୍ରଦାନ ସମୟରେ ମହାରାଣୀ ଖଣ୍ଡା ଧରି ତାହା ପ୍ରଦାନ କରିଥାନ୍ତି। କିନ୍ତୁ କେକ୍‍ କାଟିବାକୁ ମହାରାଣୀ ଖଣ୍ଡା ବ୍ୟବହାର କରିବା ସମସ୍ତଙ୍କ ପାଇଁ ମଜାର ବିଷୟ ହୋଇଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories