www.samajalive.in
Saturday, December 13, 2025
18.1 C
Bhubaneswar

ଦେଶର ସବୁ ସରକାରୀ ଜିଲା ମୁଖ୍ୟ ଡାକ୍ତରଖାନାରେ ପିଏସଏ୍ ଅକ୍ସିଜେନ ପ୍ଲାଣ୍ଟ ଆଗାମୀ ଲହରର ପ୍ରସ୍ତୁତିକୁ ବ୍ୟାପକ କରିବ:ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପିଏମ୍ କେୟାର୍ସ ପାଣ୍ଠିରୁ ଦେଶର ସବୁ ସରକାରୀ ଜିଲା ମୁଖ୍ୟ ଡାକ୍ତରଖାନାରେ ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା ଆଗାମୀ ଦିନରେ କରୋନାର ସମ୍ଭାବ୍ୟ ଲହର ପାଇଁ ଆମର ପ୍ରସ୍ତୁତିକୁ ବ୍ୟାପକ କରିବ ବୋଲି ରବିବାର ଦିଲ୍ଲୀର ମହାରାଜା ଅଗ୍ରସେନ ହସ୍ପିଟାଲ ଠାରେ ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ ଏବଂ ସିଲିଣ୍ଡର ଫିଲିଂ ପ୍ଲାଣ୍ଟ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କୋଭିଡର ଦ୍ୱିତୀୟ ଲହର ସମୟରେ ମେଡ଼ିକାଲ ଅକ୍ସିଜେନର ଚାହିଦା ବହୁଗୁଣା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ମେଡ଼ିକାଲ ଅକ୍ସିଜେନର ଉତ୍ପାଦନକୁ ସରକାରଙ୍କ ସମ୍ପୂର୍ଣ୍ଣ ତତ୍ୱାବଧାନରେ ବଢ଼ାଇଛନ୍ତି। ପିଏମ କେୟାର୍ସ ପାଣ୍ଠିରୁ ଦେଶର ସମସ୍ତ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ୧୫୦୦ରୁ ଅଧିକ ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି। ଏହି ପଦକ୍ଷେପ ନିଶ୍ଚିତ ଭାବରେ ଜିଲା ସ୍ତରରେ ଅକ୍ସିଜେନ ଉପଲବ୍ଧିକୁ ବଡ଼ ଗତି ପ୍ରଦାନ କରିବ ଏବଂ ଆଗାମୀ ଦିନରେ କରୋନାର ସମ୍ଭାବ୍ୟ ଲହର ପାଇଁ ଭାରତ ସରକାରଙ୍କ ପ୍ରସ୍ତୁତିକୁ ବ୍ୟାପକ କରିବ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଦିଲ୍ଲୀ ପଞ୍ଜାବି ବାଗ୍ ସ୍ଥିତ ମହାରାଜା ଅଗ୍ରସେନ ହସ୍ପିଟାଲରେ ଉଦଘାଟିତ ହୋଇଯାଇଥିବା ମିନିଟ୍ ପିଛା ୧ ହଜାର ଲିଟର କ୍ଷମତା ବିଶିଷ୍ଟ ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ ଏବଂ ସିଲିଣ୍ଡର ଫିଲିଂ ପ୍ଲାଣ୍ଟ ଇନ୍ଦ୍ରପ୍ରସ୍ଥ ଗ୍ୟାସର ସାମାଜିକ ଦାୟିତ୍ୱ ଅନ୍ତର୍ଗତ(ସିଏସଆର) ପାଣ୍ଠିରୁ ପ୍ରତିଷ୍ଠା କରାଯାଇଛି। ଏହି ସୁବିଧା ହସ୍ପିଟାଲରେ କୋଭିଡ୍ ଚିକିତ୍ସା କ୍ଷମତାକୁ ବୃଦ୍ଧି କରିବ। ସ୍ୱାସ୍ଥ୍ୟସେବାକୁ ମଜବୁତ୍ କରିବା ଏବଂ ସମାଜର ସେବା କରିବା ପାଇଁ ଇନ୍ଦ୍ରପ୍ରସ୍ଥ ଗ୍ୟାସ କମ୍ପାନୀ ଏବଂ ମହାରାଜା ଅଗ୍ରସେନ ହସ୍ପିଟାଲ ଚାରିଟେବୁଲ୍ଟ୍ର ଷ୍ଟର ପ୍ରତିବଦ୍ଧତା ପ୍ରଶଂସନୀୟ ବୋଲି ସେ କହିଛନ୍ତି।

କୋଭିଡକୁ ପ୍ରତିହତ କରିବା ତଥା ଜୀବନ ରକ୍ଷା ପାଇଁ ଭ୍ୟାକସିନ୍ ବର୍ତମାନ ସମୟରେ ପ୍ରଯୁଜ୍ୟ ଅଟେ। ବର୍ଷକରେ ସ୍ୱଦେଶୀ ଟିକା ଗୁଡ଼ିକର ଉତ୍ପାଦନ କୋଭିଡ୍ ସଂକ୍ରମଣକୁ କମାଇବାରେ ସହାୟକ ହୋଇଛି। ଯାହା ଦେଶର ଡ଼ାକ୍ତର ଏବଂ ବୈଜ୍ଞାନିକଙ୍କ ଶକ୍ତି ଏବଂ ବୌଦ୍ଧିକ କ୍ଷମତାକୁ ପ୍ରତିଫଳିତ କରିଛି। ଦେଶର ସମସ୍ତ ନାଗରିକମାନେ ଆମର ଡ଼ାକ୍ତର, ବୈଜ୍ଞାନିକ ଏବଂ କୋଭିଡ୍ ଯୋଦ୍ଧାଙ୍କ ପାଇଁ ଗର୍ବ କରିବା ଉଚିତ୍।
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜୁନ ୨୧ରୁ ନିଆଯାଇଥିବା ସମସ୍ତଙ୍କୁ ମାଗଣା ଟିକାର ନିଷ୍ପତି ଭାରତର କୋଭିଡ୍ଲ ଢ଼େଇରେ ଗେମ୍ ଚେଞ୍ଜର ହେବ। ଟୀକା ଉତ୍ପାଦନକୁ ବୃଦ୍ଧି କରିବା ଏବଂ ଟୀକାକରଣକୁ ତ୍ୱରାନ୍ୱିତ କରିବା
ପାଇଁ କେନ୍ଦ୍ର ପକ୍ଷରୁ ସବୁ ପ୍ରକାର ଉଦ୍ୟମ କରାଯାଉଛି। ଟିକାକୁ ଜନଆନ୍ଦୋଳନ ଭାବେ ପରିଣତ କରିବା ପାଇଁ ପଡ଼ିବ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସବୁ କର୍ପୋରେଟ୍ ଏବଂ ମହାରାଜା ଅଗ୍ରସେନ୍ ଚାରିଟେବୁଲ ଟ୍ରଷ୍ଟ ଭଳି ସାମାଜିକ ସଂଗଠନ ସାମାଜିକ ଦାୟିତ୍ୱବୋଧ ଭାବେ ୨୫ ପ୍ରତିଶତ କର୍ପୋରେଟ୍ ଟିକାରେ ନାଗରିକଙ୍କୁ ଟିକା ଲଗାଇବା ପାଇଁ ଆହ୍ୱାନ କରଛନ୍ତି। କୋଭିଡ୍ ନିୟମ ପାଳନ କରିବାକୁ ମଧ୍ୟ ଲୋକଙ୍କୁ ସେ ଅନୁରୋଧ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories