www.samajalive.in
Saturday, December 6, 2025
26.1 C
Bhubaneswar

ଭୁବନେଶ୍ୱର ଯିବା ବାଟରେ ଗାଡିରୁ ଚମ୍ପଟ ମାରିଲେ କରୋନା ରୋଗୀ

ହରଭଙ୍ଗା: ଆମ୍ବୁଲାନ୍ସରେ ବୌଦ୍ଧରୁ ଭୁବନେଶ୍ୱର ସ୍ଥାନାନ୍ତର ବେଳେ ଗାଡିରୁ ଚମ୍ପଟ ମାରିଲେ ଜଣେ ଗୁରୁତର କରୋନା ରୋଗୀ। ଏପରି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଦେଖିବାକୁ ମିଳିଛି । ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା ପାଇଁ କରୋନା ରୋଗୀ ଜଣଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ଶନିବାର ସ୍ଥାନାନ୍ତରିତ କରାଯାଉଥିଲା। ସେହି ସମୟରେ ରୋଗୀ ଜଣକ ଫେରାର ହୋଇଯାଇଥିଲେ। ଏହି ଘଟଣା ଏବେ ସମଗ୍ର ବୌଦ୍ଧ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ; ରାମଗଡ ଗ୍ରାମପଂଚାୟତ ଅନ୍ତର୍ଗତ କୋଇଲିସୁତା ଗ୍ରାମର ଜଣେ ୩୬ ବର୍ଷର ଯୁବକ ଗତ ୬ ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଗୃହ ସଂଘରୋଧରେ ରହିବା ସମୟରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତ ୪ଦିନ ତଳେ ବୌଦ୍ଧ ଜିଲ୍ଲା କୋଭିଡ କେୟାର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ୪ ଦିନ ଧରି ଚିକିତ୍ସା କରାଯାଉଥିଲେ ମଧ୍ୟ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ରାନ୍ତଙ୍କୁ ଉତ୍ତମ ଚିକିତ୍ସାସେବା ଯୋଗାଇବା ଲକ୍ଷ୍ୟରେ ଏକ ଆମ୍ବୁଲାନ୍ସ ଯୋଗେ ଗତକାଲି ଭୁବନେଶ୍ୱରସ୍ଥିତ ଘରୋଇ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଉଥିଲା।
ଭୁବନେଶ୍ୱର ଯାଉଥିବାରୁ ଘରୁ ରୋଗୀ ଜଣଙ୍କ ଆଉ କିଛି ଲୁଗାପଟା ନେବା ପାଇଁ ଚାଳକଙ୍କୁ କହିଥିଲେ ।ଫଳରେ ଆମ୍ବୁଲାନ୍ସଟି କରୋନା ଆକ୍ରାନ୍ତଙ୍କ ଗ୍ରାମକୁ ଯାଇଥିଲା । ସେହି ସମୟରେ ରୋଗୀ ଜଣକ ନିଜ ଗ୍ରାମରେ ଆମ୍ବୁଲାନ୍ସରୁ ଓହ୍ଲାଇ ପଡି ଘରକୁ ଫେରାର ମାରିଥିଲେ । ଭୁବନେଶ୍ୱର ଚିକିତ୍ସା ପାଇଁ ଯିବାକୁ ଅମଙ୍ଗ ହୋଇଥିଲେ। ଏହି ଘଟଣା ସମ୍ପର୍କରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଏନ ସି ଜ୍ୟୋତିରଞ୍ଜନ ନାଏକ ଖବର ପାଇ ତାଙ୍କ ନିର୍ଦ୍ଦେଶ କ୍ରମେ ଘଟଣା ସ୍ଥଳରେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା ଓ ସ୍ଥାନୀୟ ପୁଲିସ ପହଚିଂ କରୋନା ଆକ୍ରାନ୍ତଙ୍କୁ ବୁଝାଇଥିଲେ। ହେଲେ କରୋନା ଡାକ୍ତରଖାନାରେ ଉତ୍ତମ ଚିକିତ୍ସା ସେବା ମିଳୁନଥିବା ଅଭିଯୋଗ କରି ସେ ଯିବାକୁ ମନା କରିଦେଇଥିଲେ । ଏହାପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଦୀର୍ଘ ୪ ଘଂଟା ଧରି ବୁଝାସୁଝା ପରେ ରୋଗୀ ଜଣକ ରାଜି ହୋଇ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ ହରଭଙ୍ଗା ବିଡ଼ିଓ ନୀଳକଣ୍ଠ ବେହେରାଙ୍କୁ ପଚାରିବାରୁ ସେ କହିଲେ କରୋନା ରୋଗୀ ଜଣଙ୍କ ଗୁରୁତର ଥିବାରୁ ତାଙ୍କୁ ଗତକାଲି ବୌଦ୍ଧରୁ ଭୁବନେଶ୍ୱର ଚିକିତ୍ସା ପାଇଁ ପଠାଯାଉଥିଲା ,ମାତ୍ର ରୋଗୀ ଜଣଙ୍କଆଉ କିଛି ଲୁଗାପଟା ଘରୁ ନେଇକି ଯିବି କହିବାରୁ ତାଙ୍କ ଗ୍ରାମକୁ ଆମ୍ବୁଲାନ୍ସ ଯାଇଥିଲା ।ମାତ୍ର ସେ ସେଠାରେ ଗାଡିରୁ ଓହ୍ଲାଇ ପଡି ଆଉ ମେଡିକାଲ ଯିବାପାଇଁ ରାଜି ହେଉନଥିଲେ ।ତାଙ୍କୁ ବହୁ ବୁଝାସୁଝା ପରେ ଭୁବନେଶ୍ୱର ଚିକିତ୍ସା ପାଇଁ ପଠା ଯାଇଥିବା କହିଛନ୍ତି ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories