www.samajalive.in
Saturday, December 13, 2025
26.1 C
Bhubaneswar

ଚୋକ୍ଷିଙ୍କ ଜାମିନ ଆବେଦନ ଅଗ୍ରାହ୍ୟ

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ଷିଙ୍କ ଜାମିନ ଆବେଦନକୁ ଡୋମିନିକା ଉଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। ଚୋକ୍ଷି ଦେଶ ଛାଡି ପଳାଇବାର ଆଶଙ୍କା ଥିବାରୁ ତାଙ୍କ ଜାମିନ ଆବେଦନକୁ ଅଦାଲତ ଅଗ୍ରାହ୍ୟ କରିଛନ୍ତି। ଡୋମିନିକା ସହିତ ଚୋକ୍ଷିଙ୍କର କୌଣସି ସମ୍ପର୍କ ନଥିବାରୁ ଦେଶ ଛାଡି ନଯିବା ଲାଗି ଅଦାଲତ ତାଙ୍କ ଉପରେ କଟକଣା ଲଗାଇପାରିବେ ନାହିଁ। ଡୋମିନିକାରେ ଚୋକ୍ଷି ବେଆଇନ ଭାବେ ପ୍ରବେଶ କରିଥିବାରୁ ପୁଲିସ ତାଙ୍କୁ ଗିରଫ କରି ହାଜତରେ ରଖିଛି। ଏହି ବେଆଇନ ଅନୁପ୍ରବେଶ ଉପରେ ଚୋକ୍ଷିଙ୍କ ବିରୋଧରେ ଶୁଣାଣି ହେଉଛି। ଅନ୍ୟପଟେ ଚୋକ୍ଷିଙ୍କ ପ୍ରତ୍ୟର୍ପଣ ନିମନ୍ତେ ଭାରତ ସରକାର କରିଥିବା ଆବେଦନ ଉପରେ ନୂଆଦିଲ୍ଲୀ ଅଧିକ ତଥ୍ୟ ପ୍ରମାଣ ଉପସ୍ଥାପନ କରିଛି। ସିବିଆଇ ଓ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଅଲଗା ଅଲଗା ଭାବେ ଚୋକ୍ଷିଙ୍କ ପ୍ରତ୍ୟର୍ପଣ ନିମନ୍ତେ ଆବେଦନ କରାଯାଇଛି।

ଚୋକ୍ଷିଙ୍କ ପ୍ରତ୍ୟର୍ପଣ ମାମଲାରେ ସିବିଆଇ ଓ ବୈଦେଶିକ ମନ୍ତ୍ରଣାଳୟ ନିଜକୁ ପକ୍ଷଭୁକ୍ତ କରିବା ଲାଗି ଡୋମିନିକା ସରକାରଙ୍କ ନିକଟରେ ଆବେଦନ କରିଛନ୍ତି। ଚୋକ୍ଷି ଓ ତାଙ୍କ ଭଣଜା ନିରବ ମୋଦୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩,୫୦୦କୋଟି ଟଙ୍କା ଠକି ନେଇ ନଥିବାବେଳେ ଏହାର ଶୁଣାଣି ନିମନ୍ତେ ଭାରତ ସରକାର ଚୋକ୍ଷିଙ୍କ ପ୍ରତ୍ୟର୍ପଣ ନିମନ୍ତେ ଆବେଦନ କରିଛନ୍ତି। ବ୍ୟାଙ୍କରୁ ଟଙ୍କା ଠକି ନେବା ପରେ ଚୋକ୍ଷି ଓ ନିରବ ବିଦେଶ ପଳାଇଥିଲେ। ଚୋକ୍ଷି ଅଭିଯୋଗ କରିଛନ୍ତି ଯେ ଆଣ୍ଟିଗୁଆ ପୁଲିସ ତାଙ୍କୁ ଅପହରଣ କରି ଡୋମିନିକା ଆଣିଛି। ଏହି ଅପହରଣ ଅଭିଯୋଗ ଉପରେ ତଦନ୍ତ ପାଇଁ ସେ ଦାବି କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories