www.samajalive.in
Saturday, December 13, 2025
26.1 C
Bhubaneswar

ଐସା ସୁଲ୍‌ତାନାଙ୍କ ସମର୍ଥନରେ ୧୨ ବିଜେପି ନେତାଙ୍କ ଇସ୍ତଫା

ଲାକ୍ଷାଦ୍ବୀପ: ଐସା ସୁଲ୍‌ତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ବିବାଦ
୧୨ ବିଜେପି ନେତାଙ୍କ ଇସ୍ତଫା ; ୮ ସାଂସଦଙ୍କ ସ୍ବାଧିକାର ଭଙ୍ଗ ନୋଟିସ
କୋଚି,୧୨ା୬: ଲାକ୍ଷାଦ୍ବୀପର ଲୋକପ୍ରିୟ କନ୍ନଡ଼ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ନିର୍ଦେଶିକା ଐସା ସୁଲ୍‌ତାନାଙ୍କ ବିରୋଧରେ ସ୍ଥାନୀୟ ବିଜେପି ସଭାପତି ଅବଦୁଲ କାଦେର ହାଜିଙ୍କ ଦ୍ବାରା ଦେଶଦ୍ରୋହ ମାମଲା ରୁଜୁ କରାଯିବା ଦଳ ପାଇଁ ବୁମେରାଂ ହୋଇଛି। ଏହାର ପ୍ରତିବାଦରେ ୧୨ ବିଜେପି ନେତା ଦଳରୁ ଇସ୍ତଫା ଦେଇଛନ୍ତି। ଦେଶଦ୍ରୋହ ମାମଲା ସମ୍ପୂର୍ଣ୍ଣ ଅଯଥାର୍ଥ ଏବଂ ଏହାଦ୍ବାରା ସୁଲତାନାଙ୍କ ପରିବାର ହଇରାଣ ହେବେ ବୋଲି ସେମାନେ ମତ ଦେଇଛନ୍ତି। ଇସ୍ତଫା ଦେଇଥିବା ପ୍ରମୁଖ ନେତାଙ୍କ ମଧ୍ୟରେ ଅଛନ୍ତି ଦଳର ସାଧାରଣ ସମ୍ପାଦକ ଅବ୍‌ଦୁଲ୍‌ ହମିଦ ମୁଲ୍ଲିପୁରା, ଉମୁଲ ଖୁଲୁସ୍‌ ପୁତିଆପୁରା, ସୈଫୁଲ୍ଲା ପାକିୟୋଦା, ଜାବିର ସାଲିଆତ୍‌। ସେମାନେ ଲାକ୍ଷାଦ୍ବୀପ ପ୍ରଶାସକ ପ୍ରଫୁଲ୍‌ କୋଦା ପଟେଲ୍‌ଙ୍କୁ ମଧ୍ୟ ବିରୋଧ କରିଛନ୍ତି। ପଟେଲଙ୍କ ବହୁ ପଦକ୍ଷେପ ଅଗଣତାନ୍ତ୍ରିକ ଓ ଜନବିରୋଧୀ ତଥା ଆତଙ୍କ ସୃଷ୍ଟିକାରୀ। ଏହାଦ୍ବାରା ଜନସାଧାରଣ ମାତ୍ରାଧିକ ଯନ୍ତ୍ରଣା ଭୋଗୁଛନ୍ତି ବୋଲି ସେମାନେ ଦର୍ଶାଇଛନ୍ତି। ବିଶେଷକରି କରୋନା ମୁକାବିଲାରେ ପ୍ରଶାସକ ବିଫଳ ହୋଇଥିବା ସେମାନେ କହିଛନ୍ତି। ମେ’ରେ ମଧ୍ୟ ପ୍ରଶାସକଙ୍କୁ ବିରୋଧ କରି ଦଳର ୮ ନେତା ଇସ୍ତଫା ଦେଇଥିଲେ। ସେମାନେ ଏବେ ‘ଲାକ୍ଷାଦ୍ବୀପକୁ ରକ୍ଷାକର’ ଅଭିଯାନ ଚଳାଇଛନ୍ତି।

ଅନ୍ୟ ଏକ ମହତ୍ତ୍ବପୂର୍ଣ୍ଣ ଘଟଣାକ୍ରମେ ଲାକ୍ଷାଦ୍ବୀପ ଗସ୍ତରେ ଯାଉଥିବା ୮ ସାଂସଦଙ୍କୁ ପ୍ରଶାସକ ପଟେଲ ପ୍ରବେଶ ଅନୁମତି ନ ଦେବାରୁ ସେମାନେ ତାଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଛନ୍ତି। ପଟେଲଙ୍କ ବିବାଦୀୟ ଆଇନ ଉପରେ ତର୍ଜମା ପାଇଁ ଏହି ସଂସଦୀୟ ପ୍ରତିନିଧି ଦଳ ଲାକ୍ଷାଦ୍ବୀପ ଗସ୍ତରେ ଯିବାର ଥିଲା। ଏହି ଦଳରେ ବିଭିନ୍ନ ବିରୋଧୀ ରାଜନୈତିକ ଦଳର ପ୍ରତିନିଧିମାନେ ଥିଲେ। ସେମାନେ ନିଜ ଅନୁଧ୍ୟାନ ଫଳାଫଳ ରାଷ୍ଟ୍ରପତିଙ୍କୁ ଦେଇଥାଆନ୍ତେ। ଶୁକ୍ରବାର ଏଥିପାଇଁ ସେମାନଙ୍କୁ ପଟେଲ ଅନୁମତି ଦେଇ ନାହାନ୍ତି। ପଟେଲଙ୍କ ଆଭିମୁଖ୍ୟ ସଂସଦୀୟ ପ୍ରତିନିଧିଙ୍କ ପ୍ରତି ଅପମାନ ବୋଲି ସେମାନେ ଦର୍ଶାଇଛନ୍ତି। ବିନା କାରଣରେ ଅନୁମତି ଦିଆ ନ ଯିବା ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଛ’ଜଣ ସାଂସଦ ରାଜ୍ୟସଭା ଅଧ୍ୟକ୍ଷ ଓ ୨ଜଣ ଲୋକସଭା ବାଚସ୍ପତିଙ୍କ ନିକଟକୁ ନୋଟିସ ପଠାଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories