www.samajalive.in
Thursday, December 11, 2025
16.1 C
Bhubaneswar

ନାଦାଲ ପରାସ୍ତ: ଆଜି ଜୋକୋଭିକ୍‍-ସିସିପାସ୍‍ ଫାଇନାଲ

ପ୍ୟାରିସ୍‍: ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ ଓପନ୍‍ରେ ପୁରୁଷ ସିଙ୍ଗଲ୍‍ସର ଫାଇନାଲରେ ଆଜି ବିଶ୍ୱର ୧ନଂ ଖେଳାଳି ନୋଭାକ୍‍ ଜୋକୋଭିକ୍‍ ଓ ୫ନଂ ଖେଳାଳି ଷ୍ଟିଫାନୋସ୍‍ ସିସିପାସ୍‍ଙ୍କ ମଧ୍ୟରେ ମୁକାବିଲା ହେବ। ଶୁକ୍ରବାର ରାତିରେ ବହୁ ପ୍ରତୀକ୍ଷିତ ୨ୟ ସେମିଫାଇନାଲ ମ୍ୟାଚre ୧୩ଟି ଫ୍ରେଞ୍ଚ୍‍ ଓପନ୍‍ ସିଙ୍ଗଲ୍‍ସ ଟାଇଟଲ ଜିତିଥିବା ୩ୟ ସିଡ୍‍ ରାଫେଲ ନାଦାଲଙ୍କୁ ସର୍ବିୟାର ଜୋକୋଭିକ୍‍ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‍କୁ ଫ୍ରେଞ୍ଚ୍‍ ଓପନ୍‍ ଇତିହାସରେ ‘ସର୍ବଶ୍ରେଷ୍ଠ ମ୍ୟାଚ୍‍’ର ମାନ୍ୟତା ମିଳିଥିଲା।

୩ ଘଣ୍ଟାରୁ ଅଧିକ ସମୟର ମୁକାବିଲାରେ ନାଦାଲଙ୍କୁ ଜୋକୋଭିକ୍‍ ୩-୬, ୬-୩, ୭-୬, ୬-୨ ସେଟ୍‍ରେ ପରାସ୍ତ କରିଥିଲେ। ପୂର୍ବରୁ ପ୍ରଥମ ସେମିଫାଇନାଲରେ ଗ୍ରୀସ୍‍ର ଷ୍ଟିଫା​ନୋସ୍‍ ସିସିପାସ୍‍ ୬-୩, ୬-୩ , ୪-୬,୪-୬ ଓ ୬-୨ ସେଟ୍‍ରେ ୬ନଂ ସିଡ୍‍ ଜର୍ମାନୀର ଆଲେକ୍‍ଜାଣ୍ଡର ଜେରେଭ୍‍ଙ୍କୁ ପରାସ୍ତ କରିଥିଲେ। ରବିବାର ଫାଇନାଲରେ ଯଦି ସିସିପାସ୍‍ଙ୍କୁ ହରାଇ ଜୋକୋଭିକ୍‍ ଚମ୍ପିଆନ୍‍ ହୁଅନ୍ତି; ସେ ୧୯ତମ ଗ୍ରାଣ୍ଡସ୍ଲାମ୍‍ ଟାଇଟଲ ହାସଲ କରିବେ। କେବଳ ଏତିକି ନୁହେଁ; ଏହି ଟାଇଟଲ ଜିତିଲେ ଗତ ୫୦ ବର୍ଷରେ ପ୍ରଥମ ପୁରୁଷ ଖେଳାଳି ଭାବେ ଜୋକୋଭିକ୍‍ ୪ଟିଯାକ ଗ୍ରାଣ୍ଡସ୍ଲାମ୍‍ ୨ୟ ଥର ଜିତିବେ। ପୂର୍ବରୁ ମାତ୍ର ଥରେ ୨୦୧୬ରେ ଜୋକୋଭିକ୍‍ ଫ୍ରେଞ୍ଚ୍‍ ଓପନ୍‍ ପୁରୁଷ ସିଙ୍ଗଲ୍‍ସ ଚମ୍ପିଆନ୍‍ ହୋଇଥିଲେ। ଏହି ସେମିଫାଇନାଲରେ ୨୦ଟି ଗ୍ରାଣ୍ଡସ୍ଲାମ୍‍ର ବିଜେତା ସ୍ପେନ୍‍ର ରାଫେଲ ନାଦାଲ ବିଜୟର ଦାବିଦାର ଥିଲେ। ପ୍ରଥମ ସେଟ୍‍ରେ ମଧ୍ୟ ନାଦାଲ ଚମ୍ପିଆନ୍‍ଙ୍କ ପରି ଖେଳିଥିଲେ। ହେଲେ ୨ୟ ସେଟ୍‍ରୁ ଜୋକୋଭିକ୍‍ ଲୟକୁ ଫେରିଥିଲେ ଏବଂ କ୍ରମାଗତ ୩ଟି ସେଟ୍‍ ଜିତି ମ୍ୟାଚ୍‍ ହାତେଇ ନେଇଥିଲେ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories