www.samajalive.in
Saturday, December 13, 2025
14.1 C
Bhubaneswar

ବାଘମାରୀ ପଞ୍ଚାୟତର ଅଟ୍ରି ଗ୍ରାମ ଅଣୁ ଆବଦ୍ଧାଞ୍ଚଳ

ବେଗୁନିଆ : ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ସୁପାରିଶ କ୍ରମେ ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ବେଗୁନିଆ ବ୍ଲକ ବାଘମାରୀ ପଂଚାୟତ ଅନ୍ତର୍ଗତ ଅଟ୍ରି ଗ୍ରାମକୁ ଆଜି ଅଣୁ ଆବଦ୍ଧାଞ୍ଚଳ ଘୋଷଣା କରିଛନ୍ତି। ସମ୍ପୃକ୍ତ ଗ୍ରାମରେ ୪ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ୨୦ ପରିବାରର ୧୨୦ ଲୋକ ବସବାସ କରୁଥିବା ପତିତପାବନ ମନ୍ଦିର ଅଟ୍ରି ଠାରୁ ରାମଚନ୍ଦ୍ର ମାଝୀଙ୍କ ଘର ପର୍ଯ୍ୟନ୍ତ  ଆଜି ୧୨ ତାରିଖ ସନ୍ଧ୍ୟା ୭ ଟାରୁ ୨୧ ତାରିଖ ରାତି ୯ ଟା ପର୍ଯ୍ୟନ୍ତ ଅଣୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ ସମ୍ପୃକ୍ତ ଅଂଚଳରେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ସେହିପରି ଏହି ଗ୍ରାମର କୌଣସି ବ୍ୟକ୍ତି ବାହାରକୁ ବାହାରିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଅଞ୍ଚଳକୁ ବିଶୋଧନ କରାଯିବା ସହ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ। ଏହି ଆବଦ୍ଧାଞ୍ଚଳରେ ନୋଡାଲ ଅଧିକାରୀ ଭାବେ ସମ୍ପୃକ୍ତ ପଞ୍ଚାୟତର ନିର୍ବାହୀ ଅଧିକାରୀ ଏବଂ ବ୍ଲକ ମାର୍କେଟିଙ୍ଗ ଇନିସ୍ପେକ୍ଟର, ବେଗୁନିଆ ଅଗ୍ନିଶମ ବିଭାଗ ଅଧିକାରୀ, ଗ୍ରାମ୍ୟ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ, ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଏବଂ ଶିଶୁବିକାଶ ପ୍ରକଳ୍ପ ଅଧିକାରୀଙ୍କୁ କାର୍ଯ୍ୟ ସମ୍ପାଦନ ପାଇଁ ଉପଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଏଥିସହିତ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ସମସ୍ତ କାର୍ଯ୍ୟର ତଦାରଖ ଦାଇତ୍ୱ ଦିଆଯାଇଛି। ଏହା ପୂର୍ବରୁ ବେଗୁନିଆ ବ୍ଲକର ୩୦ଟି ସ୍ଥାନକୁ ଅଣୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା। ଆଜିର ଏହି ଘୋଷଣା ପରେ ବିଭିନ୍ନ ପଞ୍ଚାୟତର ୩୧ଟି ସ୍ଥାନକୁ ଅଣୁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଗଲା ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories