www.samajalive.in
Saturday, December 13, 2025
26.1 C
Bhubaneswar

ଫ୍ରେଞ୍ଚ ଓପନ, ଫାଇନାଲରେ ସିସିପାସ୍‍

ପ୍ୟାରିସ୍‍: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟେନିସ ଫ୍ରେଞ୍ଚ ଓପନ ପୁରୁଷ ସିଙ୍ଗଲ୍‍ସର ଫାଇନାଲରେ ଗ୍ରୀସ୍‍ର ଷ୍ଟିଫାନୋସ୍‍ ସିସିପାସ୍‍ ପ୍ରବେଶ କରିଛନ୍ତି। ଶୁକ୍ରବାର ରୋଲାଣ୍ଡ ଗାରୋସରେ ପୁରୁଷ ସିଙ୍ଗଲ୍‍ସର ପ୍ରଥମ ସେମିଫାଇନାଲରେ ଦୁଇ ଯୁବ ତାରକା ୫ ନମ୍ବର ମାନ୍ୟତାପ୍ରାପ୍ତ ଷ୍ଟିଫାନୋସ୍‍ ସିସିପାସ୍‍ ଓ ୬ ନମ୍ବର ମାନ୍ୟତାପ୍ରାପ୍ତ ଜର୍ମାନୀର ଆଲେକ୍‍ଜାଣ୍ଡାର ଜେରେଭ୍‍ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ଲମ୍ବା ଲଢେଇରେ ସିସିପାସ୍‍ ୬-୩, ୬-୩ , ୪-୬,୪-୬ ଓ ୬-୩ ସେଟ୍‍ରେ ଜେରେଭ୍‍ଙ୍କୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସିସିପାସ୍‍ ପ୍ରଥମ ଓ ଦ୍ୱିତୀୟ ସେଟ୍‍କୁ ଜିତିବା ପରେ ତୃତୀୟ ଓ ୪ର୍ଥ ସେଟ୍‍ରେ ଜେରେଭ୍‍ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ଜେରେଭ୍‍ ତୃତୀୟ ସେଟ୍‍କୁ ୬-୪ ଓ ୪ର୍ଥ ସେଟ୍‍କୁ ୬-୪ରେ ଜିତି ସମାନ ସ୍ଥିତିକୁ ଫେରିଥିଲେ। ପଞ୍ଚମ ସେଟ୍‍ରେ ସିସିପାସ୍‍ ପ୍ରତ୍ୟାବର୍ତ୍ତନ କରି ୬-୩ରେ ବିଜୟ ସହ ଫାଇନାଲରେ ପ୍ରବେଶ କରିଥିଲେ।

୨୨ ବର୍ଷୀୟ ସିସିପାସ୍‍ ପ୍ରଥମ ଥର ପାଇଁ ଏକ ଗ୍ରାଣ୍ଡସ୍ଲାମର ଫାଇନାଲରେ ପହଞ୍ଚିଥିବାବେଳେ ୨୦୨୦ ୟୁଏସ୍‍ ଓପନ ରନର୍ସଅପ ହୋଇଥିବା ୨୩ ବର୍ଷୀୟ ଜେରେଭ୍‍ ନିରାଶ ହୋଇଛନ୍ତି। ଟୁର୍ଣ୍ଣାମେଣ୍ଟ ଇତିହାସରେ ପ୍ରଥମ ଥର ପାଇଁ ସର୍ବକନିଷ୍ଠ ସେମିଫାଇନାଲ ମୁକାବିଲା ଦେଖିବାକୁ ମିଳିଥିଲା। ଉଭୟଙ୍କ ମଧ୍ୟରେ ମ୍ୟାଚ ୩ ଘଣ୍ଟା ୩୭ ମିନିଟ୍‍ ମ୍ୟାଚ ଖେଳାଯାଇଥିଲା। ସେହିପରି ମହିଳା ସିଙ୍ଗଲ୍‍ସ ଫାଇନାଲରେ ରୁଷିଆର ଆନାସ୍ତାସିଆ ପାଭଲ୍ୟୁଚେଙ୍କୋଭା ଓ ଚେକ୍‍ ଗଣରାଜ୍ୟର ବାର୍ବୋରା କ୍ରେଜିକୋଭାଙ୍କ ମଧ୍ୟରେ ମୁକାବିଲା ହେବ। ସେମିଫାଇନାଲରେ ୩୧ତମ ମାନ୍ୟତାପ୍ରାପ୍ତ ପାଭଲ୍ୟୁଚେଙ୍କୋଭା – ସ୍ଲୋଭାନିଆର ତାମରା ଜିଡାନସେକ୍‍ଙ୍କୁ ଓ ବାର୍ବେରାରା କ୍ରେଜିକୋଭା – ଗ୍ରୀସ୍‍ର ମାରିଆ ସାକାରିଙ୍କୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ପ୍ରଥମ ଥର ପାଇଁ କୌଣସି ଏକ ଗ୍ରାଣ୍ଡସ୍ଲାମର ମହିଳା ଫାଇନାଲରେ ଶୀର୍ଷସ୍ତରୀୟ ଖେଳାଳି ନାହାନ୍ତି। ସେହିପରି ମହିଳା ଡବଲ୍ସର ଫାଇନାଲରେ ଇଗା ସ୍ୱାଟେକ୍‍-ବି ମାଟେକ୍‍ ସାଣ୍ଡ୍‍ସ ଓ ବାର୍ବୋରା କେଜ୍ରିକୋଭା- କେ ସିନିଆକୋଭା ଯୋଡ଼ି ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସ୍ୱାଟେକ୍‍ ଓ ବି ମାଟେକ୍‍ ସାଣ୍ଡାସ୍‍ ଯୋଡ଼ି ଆଇ ବିଗୁ ଓ ଏନ୍‍ ପୋଡୋରୋସ୍କାଙ୍କୁ ଓ ବାର୍ବୋରା କେଜ୍ରିକୋଭା- କେ ସିନିଆକୋଭା ଯୋଡ଼ି ଏମ. ଲିନେଟ୍‍ – ବି ପେରା ଯୋଡ଼ିଙ୍କୁ ପରାସ୍‍ତ କରି ଫାଇନାଲକୁ ଉନ୍ନୀତ ହୋଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories