www.samajalive.in
Saturday, December 13, 2025
26.1 C
Bhubaneswar

୨୫ ଯାଏ ଜେଲ୍‌ରେ ରହିବେ ସୁଶୀଲ କୁମାର

ନୂଆଦିଲ୍ଲୀ: କୁସ୍ତିରେ ଅଲିମ୍ପିକ୍‌ସ ପଦକ ବିଜେତା ସୁଶୀଲ କୁମାରଙ୍କୁ ଆସନ୍ତା ୨୫ ତାରିଖ ଯାଏ ଜେଲ୍‌ରେ ରଖିବାକୁ ନିର୍ଦେଶ ଦେଇଛନ୍ତି ସ୍ଥାନୀୟ ମାଜିଷ୍ଟ୍ରେଟ୍‌। ଗତମାସରେ ଛତ୍ରପାଲ୍‌ ଷ୍ଟାଡ଼ିୟମରେ ସୁଶୀଲ କୁମାର ଓ ତାଙ୍କ ସହଯୋଗୀ ଅନ୍ୟତମ ମଲ୍ଲଯୋଦ୍ଧା ସାଗର ଧନକଡ଼ଙ୍କୁ ମାଡ଼ ମାରିବାରୁ ସାଗରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା।

ଏହାକୁ ନେଇ ପୁଲିସରେ ମାମଲା ରୁଜୁ ହେବା ପରେ ସୁଶୀଲ ଫେରାର ହୋଇଯାଇଥିଲେ। ତେବେ ଗତ ମାସ ୨୩ରେ ସୁଶୀଲ ଓ ତାଙ୍କ ସହଯୋଗୀ ଅଜୟ କୁମାରଙ୍କୁ ପୁଲିସ ଗିରଫ କରିଥିଲା। ସୁଶୀଲଙ୍କୁ ପଚରାଉଚୁରା ପାଇଁ ୧୦ ଦିନ ପୁଲିସ ନିଜ ଜିମାକୁ ନେଇଥିଲା। ପରବର୍ତ୍ତୀ ସମୟରେ ସୁଶୀଲଙ୍କୁ ଅଦାଲତଙ୍କ ନିର୍ଦେଶକ୍ରମେ ଜେଲ୍‌ ପଠାଇ ଦିଆଯାଇଥିଲା। ସୁଶୀଲ ୯ ଦିନ ଜେଲ୍‌ରେ ରହିବା ପରେ ଶୁକ୍ରବାର ତାଙ୍କୁ ସ୍ଥାନୀୟ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ଆସନ୍ତା ୨୫ ପର୍ଯ୍ୟନ୍ତ ସୁଶୀଲଙ୍କୁ ଜେଲ୍‌ରେ ରଖିବାକୁ ମାଜିଷ୍ଟ୍ରେଟ୍‌ ନିର୍ଦେଶ ଦେଇଥିଲେ। ସୁଶୀଲଙ୍କ ବିରୋଧରେ ହତ୍ୟା, ଅପହରଣ ଭଳି ଦଫାରେ ମାମଲା ରୁଜୁ ହୋଇଥିବା ବେଳେ ଏହି ଘଟଣାରେ ସୁଶୀଲଙ୍କୁ ମିଶାଇ ୧୦ଜଣଙ୍କୁ ପୁଲିସ ଗିରଫ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories