www.samajalive.in
Saturday, December 13, 2025
26.1 C
Bhubaneswar

କାନଗ୍ରାର ସୌନ୍ଦର୍ଯ୍ୟ

ଚାଉଳ,ଚା ଆଦି ପାଇଁ ପ୍ରସିଦ୍ଧ ଥିବା କାନଗ୍ରା ବହୁତ ସୁନ୍ଦର ଓ ମନୋରମ ସ୍ଥାନ ଅଟେ। ୨ରୁ ୩ ଦିନ ମଧ୍ୟରେ ଏହି ସ୍ଥାନକୁ ଯାଇ ସମସ୍ତ ଭଲ ସ୍ଥାନ ବୁଲି ପାରିବେ। ଏହା ହିମାଚଳ ପ୍ରଦେଶରେ ଅବସ୍ଥିତ। ଏଠାରେ ଖୁବ ଉଚ୍ଚ ଉଚ୍ଚ ପାହାଡ଼ ରହିଛି। ଏଠାରେ ବହୁ ପ୍ରସିଦ୍ଧ ସ୍ଥାନ ରହିଛି। ଜାଣନ୍ତୁ ତାହା କ’ଣ….
ବଜ୍ରେଶ୍ୱରୀ ମନ୍ଦିର – ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ମନୋମୁଗ୍ବକର। ବହୁ ପ୍ରସିଦ୍ଧ ମନ୍ଦିର ମଧ୍ୟରେ ବଜ୍ରେଶ୍ୱରୀ ଦେବୀଙ୍କ ମନ୍ଦିର ଅନ୍ୟତମ। ଏହା ଏକ ଭୂ-କମ୍ପରେ ନଷ୍ଟ ହୋଇଯାଇଥିଲା, ଏହାକୁ ପୁନର୍ବାର ନିର୍ମାଣ କରାଯାଇଥିଲା। ଏଠାକୁ ବହୁ ପରିମାଣରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ।

ନଗରକୋଟ ଫୋର୍ଟ – ପ୍ରାଚୀନ ନଗରକୋଟ କିଲା ଏଠାରୁ ୨.୫ କିଲୋମିଟର ଦୂର ଦକ୍ଷିଣରେ ଅବସ୍ଥିତ। ଏଠାକାର ଆଖପାଖର ସ୍ଥାନ ଦେଖିବାକୁ ଖୁବ ସୁନ୍ଦର।

- Advertisement -

ମସରୁର୍‍ – କାନଗ୍ରା ଠାରୁ ୧୫ କିଲୋମିଟର ଦୂରରେ ଏହା ଅବସ୍ଥିତ। ଏଠାରେ ଏକ ସୁନ୍ଦର ମନ୍ଦିର ରହିଛି। ଏଠାକାର ପ୍ରାଚୀନ ଗୁମ୍ଫା ଏଲୋରା ଗୁମ୍ଫା ଭଳି ସୁନ୍ଦର ଦେଖାଯାଏ।

ଜ୍ୱାଲାମୁଖୀ ମନ୍ଦିର – କାନଗ୍ରା ଠାରୁ ୩୪ କିଲୋମିଟର ଦୂରରେ ଏହା ଅବସ୍ଥିତ। ଏହା ଏକ ଆକର୍ଷଣୀୟ ସ୍ଥାନ ଅଟେ।
ସେପ୍ଟେମ୍ବର ମାସରେ ଏଠାକୁ ଯିବା ଖୁବ ଉତ୍ତମ ଅଟେ। କାରଣ ଏହାର ତାପମାତ୍ରା ୨୨ରୁ ୩୦ ଡି଼ଗ୍ରୀ ରହିଥାଏ। ତେଣୁ ଅଧିକ ଗରମ କିମ୍ବା ଅଧିକ ଥଣ୍ଡା ଲାଗିନଥାଏ।

ଗମନାଗମନ ଦୃଷ୍ଟିରୁ – ଦିଲ୍ଲୀ , ସିମ୍‍ଲା, ମନାଲୀ,ଚଣ୍ଡୀଗଡ଼ ଆଦି ସହର ମାନଙ୍କ ଠାରୁ ଏଠାକୁ ଲଗାତାର ବସ ଚାଲୁଥାଏ।
ରେଳ – କାନଗ୍ରାକୁ ଯିବା ନିମନ୍ତେ ସବୁଠାରୁ ନିକଟତମ ରେଳ ଷ୍ଟେସନ ହେଉଛି ପଠାନ୍‍କୋଟ। ଏଠାରୁ କାନଗ୍ରା ୯୪ କିଲୋମିଟର ଦୂରରେ ଅବସ୍ଥିତ। ଷ୍ଟେସନରୁ ସହଜରେ ବସ ଏବଂ ଟ୍ୟାକ୍ସି ମିଳିଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories