www.samajalive.in
Friday, December 12, 2025
26.1 C
Bhubaneswar

ଗୋରୁ ବୋଝେଇ ଗାଡିକୁ ଜବତ କଲେ ଗ୍ରାମବାସୀ

ମୋହନା: ଗଜପତି ଜିଲ୍ଲାର ରା. ଉଦୟଗିରି, ନୂଆଁଗତ ଓ ମୋହନା ଅଞ୍ଚଳରୁ ପ୍ରତ୍ୟେକ ମାସରେ ଶହଶହ ଗାଇଗୋରୁମାନଙ୍କୁ ଅମାନୁଷନିକ ଭାବେ ନିର୍ଯ୍ୟାତନା ଦେଇ ଗାଡ଼ି ଡାଲାରେ ଭର୍ତ୍ତିକରି ବାହାର ରାଜ୍ୟର କଂସେଇଖାନାକୁ ଅବାଧରେ ଚାଲାଣ ହେଉଛି। ଏହା ଏହି ସମସ୍ତ ବ୍ଳକର ନିତି ଦିନିଆ ଘଟଣା। ସବୁ ଜାଣି ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା । ଗତ ୦୪/୦୬ ରାତିରେ ମୋହନାରୁ ୧୮ଟି ଗୋରୁକୁ ଆନ୍ଧ୍ରପ୍ରଦେଶର ହାଇଦରାବାଦ ସହରର କଂସେଇଖାନାକୁ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଯୁବକ ସଂଘର କର୍ମକର୍ତାମାନେ ମିଳିତ ଭାବେ କଲେଜଛକ ଠାରେ ଏକ ଟ୍ରକକୁ ଜବତ କରି ପୁଲିସରେ ଜିମା ଦେଇଥିଲେ। ସେହିପରି ଗୁରୁବାର ଦିନ ସକାଳେ ରା.ଉଦୟଗିରି ଗ୍ରାମର କିଛି ବ୍ୟକ୍ତି ପ୍ରାତଃଭ୍ରମଣରେ ଯାଉଥିବା ବେଳେ ଚାନ୍ଦିପୁଟ ଅଞ୍ଚଳରୁ ଏକ ବୁଲେରୋ ପିକ ଅପ ଗାଡି ପାରଳାଖେମୁଣ୍ଡି ଆଡକୁ ଯାଉଥିଲା।

ଉକ୍ତ ଗାତିରେ ୬ଟି ଗୋରୁ ବୋଝେଇ ହୋଇଯିବା ସମୟରେ ଗ୍ରାମବାସୀ ଗାତିକୁ ଦେଖି ଅଟକାଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସମୟରେ ଗାତିରେ ବସିଥିବା ଗୋରୁ ମାଫିଆମାନେ ସେଠାରୁ ଚମ୍ପଟ ମାରିଥିଲେI ପୁଲିସ ଘଟଣା ସ୍ଥଳରୁ ୬ଟି ଗୋରୁ ଓ ଗାଡ଼ିକୁ ଜବତ କରି ରା.ଉଦୟଗିରି କେସନଂ-୬୩ରେ ମାମଲା ରୁଜ୍ଜୁ କରି ଗାଇଗୁଡିକୁ ଜୀବନ୍ୟାସ ସୁନ୍ଦରାୟ ପାତ୍ରକୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ରବିନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତିI

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories